Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସକାଳୁ କ୍ଷୀର ଚା ବଦଳରେ ପିଅନ୍ତୁ ତୁଳସୀ ଚା : ମିଳିବ ଏହି ସବୁ ରୋଗରୁ ମୁକ୍ତି

ତୁଳସୀ ବୋଧହୁଏ ଏକ ଏପରି ଗଛ ଯାହା ପ୍ରତ୍ୟେକ ଘରେ ଦେଖିବାକୁ ମିଳିଥାଏ। ତୁଳସୀକୁ ପବିତ୍ର ଏବଂ ପୂଜନୀୟ କୁହାଯାଇଥାଏ। କିନ୍ତୁ ତୁଳସୀର ସମ୍ପର୍କ କେବଳ ଧର୍ମ କିମ୍ବା ସଂସ୍କୃତି ସହ ନୁହେଁ ବରଂ ତୁଳସୀରେ ଔଷଧୀୟ ଗୁଣ ରହିଥିବା ଯୋଗୁଁ ଏହା ସ୍ବାସ୍ଥ୍ୟ ସହ ଜଡ଼ିତ ଅନେକ ରୋଗ ପାଇଁ ରାମବାଣ ହୋଇଥାଏ। ତୁଳସୀରେ ୟୁଜିନାଲ ନାମକ ତତ୍ତ୍ବ ଥାଏ ଯାହା ଶରୀରରେ ଥିବା ଷ୍ଟେସ୍ ହରମୋନ୍ କାର୍ଟିସୋଲ୍ ସ୍ତରକୁ କମ୍ କରି ମାନସିକ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ। ତୁଳସୀ,ହଜାର ହଜାର ବର୍ଷରୁ ଆୟୁର୍ବେଦିକ ଔଷଧର ମଧ୍ୟ ଗୁରୁତ୍ବପୂର୍ଣ୍ଣ ଅଂଶ ରହିଛି। କିନ୍ତୁ ଆଜି ଆମେ ତୁଳସୀ ପତ୍ର ନୁହେଁ ବରଂ ତୁଳସୀ ଚା ପିଇବାର କେତେ ଫାଇଦା ରହିଛି।

୧.ଫୁଲା କମାଇବାରେ ସାହାଯ୍ୟ କରିଥାଏ ତୁଳସୀ ଚା : ସକାଳେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇବା ଲାଭଦାୟକ ହୋଇଥାଏ। ଏହା ଦ୍ବାରା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତି ବଢ଼ିଥାଏ ଏବଂ ଆପଣ ରୋଗମୁକ୍ତ ହୋଇଥାଆନ୍ତି। କିନ୍ତୁ ଯଦି ଆପଣ ତୁଳସୀ ପତ୍ର ଚୋବାଇ ଖାଉନାହାନ୍ତି ତେବେ ଏହାର ଚା ପିଇ ଦିଅନ୍ତୁ। ସକାଳୁ କ୍ଷୀର ଚା ପିଇବା ବଦଳରେ ତୁଳସୀ ଚା ପିଅନ୍ତୁ। ତୁଳସୀ ପତ୍ରରେ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ ଯାହା ଶରୀରକୁ ଫ୍ରି ରାଡିକଲ ଦ୍ବାରା ହେଉଥିବା କ୍ଷତିରୁ ରକ୍ଷା କରିଥାଏ। ଏହା ସହିତ ତୁଳସୀ ଚା ଫୁଲାକୁ କମ୍ କରିବା ଏବଂ ମାନସିକ ଦୁଶ୍ଚିନ୍ତା ଦୂର କରିବାରେ ସାହାଯ୍ୟ କରିଥାଏ। ଜାଣନ୍ତୁ ଏହା ପ୍ରସ୍ତୁତ କରିବାର ନିୟମ :

ତୁଳସୀ ଚାରେ କ୍ଷୀର କିମ୍ବା ଚିନି ପକାନ୍ତୁ ନାହିଁ ନଚେତ୍ ଏହାର ଗୁଣ ନଷ୍ଟ ହୋଇଯାଇଥାଏ। ଏପରି ପରିସ୍ଥିତିରେ ତୁଳସୀ ଚା ପ୍ରସ୍ତୁତ କରିବା ପାଇଁ ପାଣି ଫୁଟାନ୍ତୁ ଏବଂ ଏହା ପରେ ଏଥିରେ ୮ରୁ ୧୦ଟି ତୁଳସୀ ପତ୍ର ଧୋଇ ପକାନ୍ତୁ। ଆପଣ ଚାହିଁଲେ ଏଥିରେ ଅଦା ଏବଂ ଅଳେଇଚ ପାଉଡର ପକାଇ ପାରିବେ। ପାଖାପାଖି ୧୦ମିନିଟ୍ ଯାଏଁ ଏହାକୁ ଫୁଟାନ୍ତୁ। ଚା ଭଲ ଭାବେ ଫୁଟିଯିବା ପରେ ଏହାକୁ ଛାଣି ଦିଅନ୍ତୁ। ଏଥିରେ ସ୍ବାଦ ଅନୁସାରେ ମହୁ କିମ୍ବା ଲେମ୍ବୁ ରସ ପକାଇ ପିଅନ୍ତୁ।

ରକ୍ତ ଶର୍କରାକୁ ନିୟନ୍ତ୍ରଣ କରିଥାଏ : ନିୟମିତଭାବେ ପ୍ରତିଦିନ ଯଦି ତୁଳସୀ ଚା ସେବନ କରାଯାଏ ତେବେ ଆପଣଙ୍କ ରକ୍ତ ଶର୍କରା ସ୍ତର ନିୟନ୍ତ୍ରଣରେ ରହିବ। କିନ୍ତୁ ଯଦି ଆପଣ ମଧୁମେହ ରୋଗୀ ତେବେ ତୁଳସୀ ଚା ରେ ମହୁ ବ୍ୟବହାର କରିପାରିବେ। ଏହା ବ୍ୟତୀତ ତୁଳସୀ ଚା ପିଇବା ଦ୍ବାରା ଶରୀରରେ କାର୍ବୋହାଇଡ୍ରେଟ୍ ଏବଂ ଫ୍ୟାଟର ମେଟାବଲିଜମ୍ ଠିକ୍ ରହିଥାଏ ଯାହା ଦ୍ବାରା ରକ୍ତରେ ଥିବା ଶର୍କରା ଆପଣଙ୍କୁ ଶକ୍ତି ପ୍ରଦାନ କରିଥାଏ।

ଆର୍ଥରାଇଟିସ୍ ରୋଗୀଙ୍କ ପାଇଁ ଲାଭଦାୟକ : ତୁଳସୀ ଚାରେ ଆଣ୍ଟି-ଇନଫ୍ଲାମେଟ୍ରି ପ୍ରପର୍ଟିସ୍ ରହିଥାଏ ଯାହା ଆଣ୍ଠୁଗଣ୍ଠିରେ ଫୁଲା ଏବଂ ଜ୍ବଳନର ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ତୁଳସୀ ଚାରେ ଫୁଲା କମ୍ କରୁଥିବା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ରହିଥାଏ। ତୁଳସୀ ଚା ଆର୍ଥରାଇଟିସ୍ ଅର୍ଥାତ୍ ଆଣ୍ଠୁଗଣ୍ଠି ସମସ୍ୟାରେ ପୀଡ଼ିତ ରୋଗୀଙ୍କ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ କାରଣ ଏହା ଯନ୍ତ୍ରଣା ଏବଂ ଫୁଲା ରୋଗକୁ ଦୂର କରିବାରେ ସାହାଯ୍ୟ କରିଥାଏ।

ଚିନ୍ତା ଦୂର କରିଥାଏ ତୁଳସୀ ଚା : ତୁଳସୀ ଚା ଶରୀରରେ ଥିବା ଷ୍ଟେସ୍ ହରମୋନ୍ କାର୍ଟିସାଲ ସ୍ତରକୁ ବଜାୟ ରଖିବା ସହ କମ୍ କରିବାରେ ସାହାଯ୍ୟ କରିଥାଏ।

ହଜମ କ୍ରିୟା ଠିକ୍ କରିଥାଏ : ତୁଳସୀ ଚା ଏକ ଦମଦାର ଆୟୁର୍ବେଦିକ ଉପଚାର ଯାହା ଜରିଆରେ ଆପଣ ନିଜ ପାଚନ ତନ୍ତ୍ରକୁ ମଜବୁତ କରିଛି। ଏହା କୋଷ୍ଠକାଠିନ୍ୟ ପାଇଁ ମଧ୍ୟ ଲାଭଦାୟକ।

   Related Posts