Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ତୁଳସୀ ପତ୍ରର ରହିଛି ଅନେକ ମହତ୍ବ, ଏହିସବୁ ଉପାୟ ଅବଲମ୍ବନ କଲେ ଦୂର ହେବ ସମସ୍ୟା

22/01/2021 at 5:18 PM

ଭୁବନେଶ୍ବର ୨୨।୧: ପ୍ରାୟତଃ ସମସ୍ତଙ୍କ ଘରେ ତୁଳସୀ ଗଛ ଦେଖିବାକୁ ମିଳିଥାଏ । କାରଣ ଘରେ ଏହାକୁ ରଖିବା ଦ୍ବାରା ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଏହାର ପତ୍ରକୁ ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଭଲ ହୋଇଥାଏ । ଶାସ୍ତ୍ରରେ କୁହାଯାଇଛି, ଭଗବାନ ବିଷ୍ଣୁଙ୍କଠାର ଭୋଗ ନଲାଗିବା ଯାଏଁ ତୁଳସୀ ପତ୍ର ପୂର୍ଣ୍ଣ ହୋଇନଥାଏ । ସେଥିଲାଗି ଭୋଗ ଲଗାଇବା ପୂର୍ବରୁ ତୁଳସୀ ପତ୍ର ନିଶ୍ଚୟ ରହିବା ଆବଶ୍ୟକ । ପୂଜା, ପାଠ ଏବଂ ସ୍ବାସ୍ଥ୍ୟ ବ୍ୟତୀତ ତୁଳସୀ ଗଛର ଅନେକ ମହତ୍ବ ରହିଛି । ଘରେ ଚାଲିଥିବା ସମସ୍ୟାରୁ ତୁଳସୀର କିଛି ପତ୍ର ମୁକ୍ତି ଦେଇପାରିବ ।

ଯଦି ଆପଣଙ୍କ ମନରେ କୌଣସି ଇଚ୍ଛା କିମ୍ବା ଅଭିଳାଷ ଅଛି ଏବଂ ଆପଣ ତାକୁ ଖୁବ୍ ଶୀଘ୍ର ପୂରଣ କରିବାକୁ ଚହୁଁଛନ୍ତି । ତେବେ ୫ଟି ତୁଳସୀ ପତ୍ରକୁ ନେଇ କୌଣସି ନାଲି ରଙ୍ଗର କାଗଜରେ ଗୁଡ଼ାଇ ଠାକୁର ଘରେ ରଖି ଦିଅନ୍ତୁ ଏବଂ ପ୍ରତ୍ୟେକ ଦିନ ତାହାର ପୂଜା କରନ୍ତୁ । ଏହା କରିବା ଦ୍ବାରା ଆପଣଙ୍କ ମନର ଇଚ୍ଛା ଖୁବ୍ ଶୀଘ୍ର ପୂରଣ ହୋଇଥାଏ ।

ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ଘରେ କୌଣସି ନକରାତ୍ମକ ଶକ୍ତିର ପ୍ରଭାବ ରହୁଛି, ତେବେ ଆପଣ ଶୋଇବା ସମୟରେ ଆପଣଙ୍କ ତକିଆ ତଳେ ୫ଟି ତୁଳସୀ ପତ୍ର ରଖନ୍ତୁ । ଏହା କରିବା ଦ୍ବାରା ନକରାତ୍ମକ ଶକ୍ତି ଦୂରୀଭୂତ ହୋଇଥାଏ ।

ଧ୍ୟାନ ରଖିବେ ଯେଉଁ କାରଣ ପାଇଁ ଆପଣ ପତ୍ର ରଖୁଛନ୍ତି ସେ ପତ୍ର ଯେପରି ସତେଜ ହୋଇଥିବ । ଆପଣ ଯେଉଁ କୌଣସି ସମସ୍ୟାରୁ ବଞ୍ଚିତ ହେବାକୁ ଚାହୁଁଥିବେ । ତେବେ ଏହି ଉପାୟକୁ ୨୧ ଦିନ ପର୍ଯ୍ୟନ୍ତ ଆପଣଙ୍କୁ କରିବାକୁ ପଡିବ । ଯଦି ପତ୍ର ସୁଖି ଯାଏ, ତେବେ ତାହାକୁ ଫୋପାଡିବା ପରିବର୍ତ୍ତେ ପାଣିରେ ଭସାଇ ଦେବେ । କିଛିଦିନ ପରେ ଆପଣଙ୍କୁ ସକରାତ୍ମକ ପରିଣାମ ଦେଖିବାକୁ ମିଳିବ ।

   Related Posts