ବ୍ୟବହାର ହୋଇଥିବା ଚା'ପତିକୁ ଫୋପାଡ଼ି ଦେଉଛନ୍ତି କି ? ସୁନାଠୁ ବି ମୂଲ୍ୟବାନ ଏହାର ଗୁଣ

Published By : Prameya-News7 Bureau | February 06, 2019 IST

ପ୍ରକୃତିଠାରୁ ମଣିଷକୁ ଅନେକ ବରଦାନ ମିଳିଛି ଯେପରିକି ଜଳ, ବାୟୁ, ଗଛପତ୍ର, ଫଳମୂଳ ଇତ୍ୟାଦି | ଏହାଛଡା ମଣିଷର ଦୈନିକ ଉପଯୋଗରେ ଆସୁଥିବା କେତେକ ଜିନିଷର ବ୍ୟବହାର ଆମେ ଜାଣିନଥାଉ କି କରିନଥାଉ | ଏମିତି ଅନେକ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ରହିଛି ଯାହା ବିଷୟରେ ଆମେ ଜାଣିନଥାଉ ଯେ ସେ କେଉଁ କାମରେ ଲାଗିବ | ଚା'ପତି ଏମିତି ଏକ ଉପଯୋଗୀ ଜିନିଷ ଯାହା ପ୍ରତ୍ୟେକ ମଣିଷର କାମରେ ଲାଗିଥାଏ | ତେବେ ଚା'ପତି କେଉଁଠି ଓ କେମିତି କାମରେ ଲାଗିଥାଏ ଆସନ୍ତୁ ଜାଣିବା :


ଭାରତରେ ଘରେ ଘରେ ଚା' କରାଯାଇଥାଏ | ପ୍ରତ୍ୟେକ ଘରେ ଦିନକୁ ପ୍ରାୟ ୩ରୁ ୪ ଥର ଚା' ପ୍ରସ୍ତୁତ କରାଯାଇଥାଏ | ଚା' ପ୍ରସ୍ତୁତ ହେବ ପରେ ଏହି ଚା'ପତିକୁ ଫୋପାଡ଼ି ଦିଆଯାଇଥାଏ | ଏହି ଚା'ପତି ଆପଣଙ୍କ ବହୁତ କାମରେ ଆସିବ |


ଚା'ପତିରେ ଏଣ୍ଟି-ଅକ୍ସିଡେଣ୍ଟ ରହିଛି | ଶରୀରର କୌଣସି ଜାଗାରେ ଆଞ୍ଚୁଡି ହୋଇଥାଏ କିମ୍ବା ଖଣ୍ଡିଆ ହୋଇ ରକ୍ତ ବାହାରୁଥାଏ ତାହେଲେ ସେହି ଜାଗାରେ ଚା'ପତି ଲଗାଇଦେଲେ ରକ୍ତ ବାହାରିବା ବନ୍ଦ ହୋଇଯାଇଥାଏ | ବ୍ୟବହାର ହୋଇଥିବା ଚା'ପତିକୁ ଭଲ ଭାବେ ଧୋଇ ତାକୁ ଗୁଣ୍ଡ କରି କ୍ଷତ ଜାଗାରେ ଲଗାଇଲେ ଶୀଘ୍ର ଉପଶମ ମିଳିଥାଏ |

{"id":82387}


ବ୍ୟବହାର ହୋଇଥିବା ଚା'ପତି ଚୁଟିକୁ ନରମ ଏବଂ ଚମକଦାର କରିଥାଏ | ଚା'ପତିର ପାଣି ପ୍ରାକୃତିକ କଣ୍ଡିସନର ଭଳି କାମ କରିଥାଏ | ଚା' ପ୍ରସ୍ତୁତ କରି ସାରିବା ପରେ ସେହି ଚା'ପତିକୁ ଧୋଇ ପୁଣିଥରେ ପାଣିରେ ଫୁଟାଇଦେବେ | ଏହାପରେ ଏହାକୁ ଛାଣିଦେବେ ଏବଂ ପାଣି ପୁରା ଥଣ୍ଡା ହେବାପରେ ଏହାକୁ ମେହେନ୍ଦିରେ ଅଁଳା ଗୁଣ୍ଡ ସହ ମିଶାଇ ଲଗାଇଲେ ବହୁତ ଲାଭ ମିଳିଥାଏ | ଏହାଦ୍ୱାରା ଚୁଟି ମସୃଣ ହେବ ସହ ଚକଚକ ମଧ୍ୟ କରିଥାଏ |

{"id":82388}


ଚା'ପତିର ଆଉ ଏକ ଗୁଣ ରହିଛି | କାଠର ଆସବାବପତ୍ରକୁ ସଫା କରିବାରେ ମଧ୍ୟ ଚା'ପତି ଭଲ କାମ କରିଥାଏ | ଚା'ପତିରେ ଆସବାବପତ୍ର ସଫା କଲେ ଚକଚକ କରିଥାଏ | ବ୍ୟବହାର ହୋଇଥିବା ଚା'ପତିକୁ ପୁଣିଥରେ ଫୁଟାଇଦେବେ | ଏହି ପାଣିକୁ ଛାଣିଦେବେ | ଥଣ୍ଡା ହେବାପରେ ଏକ ସ୍ପ୍ରେ ବୋତଲରେ ରଖି ଏଥିରେ ଘରର ସୋଫା, ଡାଇନିଂ ଟେବୁଲ ଇତ୍ୟାଦି ସଫା କଲେ ଚକଚକ କରିବା |

{"id":82389}


ଦାନ୍ତ ଦରଜ ହେଉଥିବା ଯଦି ଚା'ପତି ଦରଜ କମ କରିବାରେ ମଧ୍ୟ ସହାୟକ ହୋଇଥାଏ | ବ୍ୟବହାର ହୋଇନଥିବା ଚା'ପତିକୁ ଉଷୁମ ପାଣିରେ ଫୁଟାଇଦେବେ | ଏହାପରେ ଏହି ପାଣିରେ କୁଳି କଲେ ଦାନ୍ତ ଦରଜ କମିଯାଇଥାଏ |

{"id":82392,"width":582,"height":391}


ଘରେ ଯଦି ବହୁତ ମାଛି ହେଉଛନ୍ତି ତାହେଲେ ଚାପତି ସାହାଯ୍ୟରେ ଆପଣ ମାଛିକୁ ମଧ୍ୟ ଦୂର କରିପାରିବେ | ବ୍ୟବହାର ହୋଇଥିବା ଚା'ପତିକୁ ଭଲ ଭାବେ ଧୋଇଦେବେ | ତାପରେ ଏହାକୁ ଏକ କପଡାରେ ବାନ୍ଧି ସେହି ଜାଗାରେ ରଗଡି ଦେବେ ଯେଉଁଠାରେ ମାଛି ହେଉଛନ୍ତି | ଏଭଳି କରିବା ଦ୍ୱାରା ମାଛି ସେଠାରୁ ପଳେଇଯିବେ ଏବଂ ଆଉ ଆସିବେ ନାହିଁ |


ତେଲ ବା ଘିଅରେ ରୋଷେଇ ହୋଇଥିବା ବାସନ ସହଜରେ ସଫା ହୋଇନଥାଏ | ଚା'ପତିକୁ ପୁଣିଥରେ ଧୋଇ ସଫା ପାଣିରେ ଫୁଟାଇ ଚା'ପତିରେ ବାସନ ସଫା କଲେ ବାସନ ଭଲ ଭାବେ ସଫା ହେବସଫ ନୂଆ ଭଳି ଚକଚକ କରିଥାଏ |

{"id":82391,"width":583,"height":437}


ଚା'ପତି ଆଉ ଏକ ବହୁତ ଭଲ ଗୁଣ ରହିଛି | ବଳି ପଡିଥିବା ଚା'ପତି ଖତର କାମ କରିଥାଏ | ସମସ୍ତଙ୍କ ଘରେ ଫୁଲ ଗଛ ଥାଏ | ଏହି ଫୁଲ ଗଛରେ ମଝି ମଝିରେ ଖତ ଦରକାର ପଡିଥାଏ | ଖତ ଦେଲେ ଗଛ ଭଲ ବଢେ ଏବଂ ଫୁଲ ବି ଫୁଟିଥାଏ | ବଳିଯାଇଥିବା ଚା'ପତିକୁ ଧୋଇ ଫୁଲ କୁଣ୍ଡରେ ପକାଇଦେଲେ ତାହା ଖତର କାମ କରିଥାଏ |

{"id":82390}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.