ସାମୁଦ୍ରିକ ଶାସ୍ତ୍ର: ଏହି ଅଙ୍ଗରେ କଳାଜାଇ ଥିଲେ କଣ ହୁଏ ଭବିଷ୍ୟତ, ଜାଣନ୍ତୁ…

Published By : Prameya-News7 Bureau | September 12, 2019 IST

ହିନ୍ଦୁ ଧର୍ମରେ ସାମୁଦ୍ରିକ ଶାସ୍ତ୍ରର ବିଷେଶ ମହତ୍ବ ରହିଛି। ସାମୁଦ୍ରିକ ଶାସ୍ତ୍ରରେ ମଣିଷ ଶରୀରର କିଛି ଅଙ୍ଗ ଓ ଚିହ୍ନ ଆଧାରରେ ଭବିଷ୍ୟତ ସମ୍ପର୍କରେ ଅନେକ ଜିନିଷ ଜାଣିହୁଏ। ଏହା ଦ୍ବାରା ମଣିଷର ଆର୍ଥିକ ଓ ସାମାଜିକ ସ୍ଥିତର ମଧ୍ୟ ଅନୁମାନ କରାଯାଇପାରିବ ।

ଶାସ୍ତ୍ର ଅନୁସାରେ ଶରୀରର କେତେକ ସ୍ଥାନରେ ଯେଉଁ ବ୍ୟକ୍ତିଙ୍କ କଳାଜାଇ ରହିଥାଏ ସେମାନେ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାଆନ୍ତି ଏବଂ ତାଙ୍କ ଭାଗ୍ୟ ସବୁବେଳେ ତାଙ୍କ ସାଥ ଦେଇଥାଏ। ତେବେ ଚେହେରାରେ ଥିବା ଜାଇର ଫାଇଦା ଓ ସମୁଦ୍ରିକ ଶାସ୍ତ୍ର କଣକହେ ଜାଣନ୍ତୁ।

{"id":156561,"width":550,"height":366}

କିଛି ଲୋକଙ୍କ ମଥାର ଡାହାଣ ପାର୍ଶ୍ବରେ ଜାଇ ରହିଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ଲୋକଙ୍କ ଆର୍ଥିକ ସ୍ଥିତି ବେଶ ମଜବୁତ ଥାଏ।

କିଛି ଲୋକଙ୍କ ମଥାର ମଝିରେ ଜାଇ ରହିଥାଏ। ତେବେ ଶାସ୍ତ୍ର ଅନୁସାରେ ଏମାନେ ଭାଗ୍ୟଶାଳୀ ହୋଇଥାଆନ୍ତି।

ମଥାର ବାମ ପାର୍ଶ୍ବରେ ଜାଇ ଥିବେ ଲୋକମାନେ ଅଧିକ ଖର୍ଚ୍ଚ କରନ୍ତି।

କିଛି ଲୋକଙ୍କ ଆଖିରେ ଜାଇ ଥାଏ। ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଏହି ଲୋକମାନେ ଖୁବ ଭାବୁକ ସ୍ବଭାବର ହୋଇଥାନ୍ତି। ସବୁବେଳେ ସେମାନେ ଅନ୍ୟମାନଙ୍କ ସାହାଯ୍ୟ କରନ୍ତି। ଏହା ସହ ବୁଦ୍ଧିମାନ ମଧ୍ୟ ହୋଇଥାନ୍ତି।

{"id":156562,"width":542,"height":348}

କିଛି ଲୋକଙ୍କ ନାକରେ ଜାଇ ଥାଏ। ଏହି ଲୋକମାନେ ନିଜ କ୍ୟାରିଅର ନେଇ ବହୁତ ଚିନ୍ତିତ ଥାନ୍ତି। ସବୁବେଳେ ପଢାପଢିରେ ଧ୍ୟାନ ଦେଇଥାନ୍ତି। ଏମାନେ ସଫଳତା ହାସଲ କରିବା ପାଇଁ ବହୁତ ପରିଶ୍ରମ କରନ୍ତି। ଏହା ବ୍ୟତୀତ ଏମାନେ ଶୀଘ୍ର ପ୍ରେମରେ ପଡିଥାନ୍ତି।

ସାମୁଦ୍ରିକ ଶାସ୍ତ୍ର ଅନୁସାରେ ଉପର ଓଠର ଡାହାଣ ପାର୍ଶ୍ବରେ ଜାଇ ଥିଲେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

{"id":156563}

ଉପର ଓଠର ବାମ ପାର୍ଶ୍ବରେ ଜାଇ ଥିଲେ ଏମାନଙ୍କ ବୈବାହିକ ଜୀବନ ଅତ୍ୟନ୍ତ କଠିନ ଥାଏ।

ଡାହାଣ ଗାଲରେ ଜାଇ ଥିବା ଲୋକଙ୍କ ଆର୍ଥିକ ସ୍ଥିତି ଭଲ ରହେ ଓ ଅଧିକ ଧନଲାଭ ହୋଇଥାଏ। ହେଲେ ବାଁ ଗାଲରେ ଜାଇ ଥିବା ଲୋକେ ଅଧିକ ଖର୍ଚ୍ଚ କରନ୍ତି।  

ଚିବୁକ ବା ଥୋଡିରେ ଜାଇ ଥିବା ଲୋକଙ୍କ ଭାଗ୍ୟ ବହୁତ ଭଲ ରହେ। ଶୁଭ କାମରେ ସଫଳ ହୁଅନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.