Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପୂଜା କରିବା ପରେ ପଞ୍ଚାମୃତ ସେବନ କଲେ ମଜବୁତ ହୋଇଥାଏ ରୋଗ ପ୍ରତିରୋଧକ ଶକ୍ତି

ଭୁବନେଶ୍ୱର ୧୪/୫ : ପଞ୍ଚାମୃତ ଅର୍ଥ ୫ଟି ଅମୃତ । ୫ଟି ପବିତ୍ର ଜିନିଷରେ ତିଆରି ହୋଇଥାଏ ପଞ୍ଚାମୃତ । ଏହି ମିଶ୍ରଣ କ୍ଷୀର, ଦହି, ଘିଅ, ଚିନି ଏବଂ ମହୁକୁ ମିଶାଇ ତିଆରି କରାଯାଇଥାଏ । ପଞ୍ଚାମୃତ ଦେବତାଙ୍କ ଭୋଜନ ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ସମସ୍ତ ପୂଜା ପାଠରେ ପଞ୍ଚାମୃତ ଭୋଗ କରାଯାଇଥାଏ । ଭୋଗ ହିସାବରେ ମଧ୍ୟ ପଞ୍ଚାମୃତର ଅନେକ ମହତ୍ୱ ରହିଛି । ପଞ୍ଚାମୃତଙ୍କ ଦେବାଦେବୀଙ୍କ ଅଭିଷେକ ମଧ୍ୟ କରାଯାଇଥାଏ । ପଞ୍ଚାମୃତ ସେବନ କରିବା ଦ୍ୱାରା ବ୍ୟକ୍ତିଙ୍କ ମନରେ ସକାରାତ୍ମକ ଭାବନା ଉତ୍ପର୍ଣ୍ଣ ହୋଇଥାଏ । ଶ୍ରଦ୍ଧାର ସହ ପଞ୍ଚାମୃତ ସେବନ କରୁଥିବା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ପ୍ରକାର ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଭଗବାନଙ୍କୁ ଅର୍ପଣ କରିଥିବା ପଞ୍ଚାମୃତ ସେବନ କଲେ ମଣିଷ ଜନ୍ମ ଓ ମୃତ୍ୟୁର ବନ୍ଧନରୁ ମୁକ୍ତ ହୋଇଯାଇଥାଏ ଏବଂ ମୋକ୍ଷ ପ୍ରାପ୍ତି ହୋଇଥାଏ ।

ଆସନ୍ତୁ ଜାଣିବା ପଞ୍ଚାମୃତର କିଛି ଧାର୍ମିକ ମହତ୍ୱ :

୧. କ୍ଷୀର – କ୍ଷୀର ପଞ୍ଚାମୃତର ପ୍ରଥମ ଭାଗ । କ୍ଷୀର ଶୁଭ୍ରତାର ପ୍ରତୀକ । ଅର୍ଥାତ ଆମ ଜୀବନ କ୍ଷୀର ଭଳି ନିଷ୍କଳଙ୍କ ହେବ ଉଚିତ ।

୨. ଦହି – ଦହିର ଗୁଣ ହେଲା, ଦହି ଅନ୍ୟମାନଙ୍କୁ ନିଜ ଭଳି କରିଥାଏ । ଦହି ମିସାଇବାର ଅର୍ଥ ହେଲା, ଆମେ ପ୍ରଥମେ ନିଷ୍କଳଙ୍କ ହୋଇ ସଦଗୁଣ ଆପଣାଇବା ଓ ଅନ୍ୟମାନଙ୍କୁ ମଧ୍ୟ ନିଜ ଭଳି କରିବା ।

୩. ଘିଅ – ଘିଅ ସ୍ନେହ ଓ ପ୍ରେମର ପ୍ରତୀକ । ଘିଅ ମିସାଇବାର ଅର୍ଥ ହେଲା ସମସ୍ତଙ୍କ ସହ ଆମର ପ୍ରେମମୟ ସମ୍ପର୍କ ଗଢିଉଠୁ ।

୪. ମହୁ – ମହୁ ଶକ୍ତି ପ୍ରଦାନ କରିଥାଏ । ଉଭୟ ଶରୀରରୁ ଏବଂ ମନରୁ ଶକ୍ତିଶାଳୀ ବ୍ୟକ୍ତି ହିଁ ସଫଳତା ଲାଭ କରିଥାଏ ।

୫. ଚିନି – ଚିନିର ଗୁଣ ହେଲା ମିଠା । ଚିନି ମିଶାଇବା ଅର୍ଥ ଜୀବନରେ ମିଠା ଭରିଦେବା ।

ଆସନ୍ତୁ ଜାଣିବା ପଞ୍ଚାମୃତର କିଛି ବୈଜ୍ଞାନିକ ଲାଭ ସମ୍ପର୍କରେ :

୧. ପଞ୍ଚାମୃତ ସେବନ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ।

୨. ପଞ୍ଚାମୃତ ଅଳ୍ପ ପରିମାଣର ସେବନ କରିବା ଉଚିତ । ଯେମିତି ଆମେ ପ୍ରସାଦ ସେବନ କରିଥାଉ ।

୩. ପଞ୍ଚାମୃତରେ ଗୋଟିଏ ତୁଳସୀ ପତ୍ର ପକାଇ ନିୟମିତ ଏହାର ସେବନ କରିବା ଦ୍ୱାରା କୌଣସି ପ୍ରକାର ରୋଗ ହୋଇନଥାଏ ।

୪. ପଞ୍ଚାମୃତ ସେବନ ଦ୍ୱାରା ସଂକ୍ରମଣ ରୋଗ ଦୂର ହୋଇଥାଏ । ଏହାଦ୍ୱାରା ଇମ୍ୟୁନ ସିଷ୍ଟମ ମଧ୍ୟ ମଜବୁତ ହୋଇଥାଏ ।

୫. ପଞ୍ଚାମୃତ ସେବନ ଦ୍ୱାରା ମୁହଁ ମଧ୍ୟ ଉଜ୍ଜ୍ୱଳ ଦେଖାଯାଏ ।

ପଞ୍ଚାମୃତ ସହ ଜଡିତ କିଛି ମହତ୍ଵପୁର୍ଣ କଥା :

୧. ପଞ୍ଚାମୃତ ଯେଉଁଦିନ ତିଆରି କରୁଛନ୍ତି ସେହିଦିନ ହିଁ ଶେଷ କରିଦେବା ଉଚିତ ।

୨. ପଞ୍ଚାମୃତ ସର୍ବଦା ଡାହାଣ ହାତରେ ଗ୍ରହଣ କରିବେ । ପଞ୍ଚାମୃତ ଗ୍ରହଣ କରିବା ସମୟରେ ବାମ ହାତ ଡାହାଣ ହାତ ତଳେ ରହିବ ଉଚିତ ।

୩. ପଞ୍ଚାମୃତକୁ ଗ୍ରହଣ କରିବା ପୂର୍ବରୁ ତାକୁ ପ୍ରଥମେ ମୁଣ୍ଡରେ ମାରିବେ ତାପରେ ଗ୍ରହଣ କରିବେ । ଏହାପରେ ହାତକୁ ମୁଣ୍ଡରେ ମାରିବେ ନାହିଁ ।

୪. ପଞ୍ଚାମୃତ ସବୁବେଳେ ରୁପା ପାତ୍ରରେ କରିବା ଉଚିତ । ରୁପାରେ ପାତ୍ରରେ ତିଆରି କରାଯାଇଥିବା ପଞ୍ଚାମୃତ ଶୁଦ୍ଧ ହୋଇଥାଏ । ଏହା ସେବନ କରିବା ସ୍ୱର ଅନେକ ରୋଗ ଭଲ ହୋଇଥାଏ । ଏଥିରେ ତୁଳସୀ ପତ୍ର ପଡିଲେ ଏହାର ଗୁଣ ୨ ଗୁଣା ହୋଇଯାଏ । ପଞ୍ଚାମୃତ ଗ୍ରହଣ କରିବା ଦ୍ୱାରା ସ୍ମରଣ ଶକ୍ତି ମଧ୍ୟ ବଢିଥାଏ ।

84 Views

   ସମ୍ବନ୍ଧିତ ଖବର