ଏହି ସ୍ଥାନରେ ଘସନ୍ତୁ ପିଆଜ, ଚମ୍ତକାର ଦେଖି ହେବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | July 26, 2019 IST

ଝିଅମାନେ ନିଜ ଚେହେରାର ସୌନ୍ଦର୍ଯ୍ୟ ବଢାଇବା ପାଇଁ ବହୁ ଉଦ୍ୟମ  କରନ୍ତି। ଚେହେରାର ସୌନ୍ଦର୍ଯ୍ୟ ପାଇଁ  ସଚେତନ ରହିବା ମଧ୍ୟ ଜରୁରୀ । ପ୍ରାୟ ମହିଳାମାନେ ନିଜ ତ୍ୱଚା ଓ ଚେହେରାର ଚମକକୁ ନେଇ ଚିନ୍ତିତ ଥାନ୍ତି। ନିଜ ତ୍ବଚାର ଚମକ ସର୍ବଦା ରଖିବା ପାଇଁ ଓ ଚେହେରାର ଜତ୍ନ ପାଇଁ ଅନେକ ଉପଚାର କରନ୍ତି।କାରଣ ସୁନ୍ଦର ଦେଖାଯିବା ନାରୀମାନଙ୍କର ପ୍ରଥମ ନିୟମ। ଏଥିପାଇଁ ସେମାନେ ସବୁ କିଛି କରନ୍ତି।

{"id":137516}

 କିଛି ଝିଅ ଅଧିକ ଗୋରା ଥାନ୍ତି ତ କିଛି ଶ୍ୟାମଳୀ। ରଂଗ ଯାହା ହେଉ ନା କାହିଁକି ଚେହେରାରେ ଦାଗ ଥିଲେ ତାହା ତ୍ବଚାକୁ ଅସୁନ୍ଦର କରାଏ। ଏହି ଦାଗକୁ ପିଗମେଣ୍ଟେଶନ କୁହାଯାଏ।ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ କିଛି ଘୋରୋଇ ଉପଚାର ମଧ୍ୟ ଅଛି। ଜାଣନ୍ତୁ ଏହି ଟିପ୍ସ-

{"id":137517}

ଯଦି ଚେହେରାରେ ପିଗମେଣ୍ଟେସନ୍‌ର ସମସ୍ୟା ଅଛି ତାହେଲେ ପିଆଜର ଉପଯୋଗ କରିବା ଉଚିତ୍‌। ପିଆଜରେ ଭରପୁର ମାତ୍ରାର ସଲଫର ଥାଏ। ଏହା ଚେହେରାରୁ ପିଗମେଣ୍ଟେସନ ଦୂର କରିବା ସହ ଚେହେରାରେ ଚମକ ଆଣିବା ପାଇଁ ସାହାଯ୍ୟ କରିଥାଏ।ପିଆଜର ଖଣ୍ଡକୁ ନେଇ ତ୍ବଚାରେ ହାଲ୍କା ଭାବେ ଘସିବା ଜରୁରୀ।

{"id":137518,"width":563,"height":299}

ଚେହେରାରେ ପିଆଜ ଲଗାଇବେର ୧୦-୧୫ ମିନଟ୍‌  ପରେ ଥଣ୍ଡା ପାଣିରେ ଧୋଇବା ଆବଶ୍ୟାକ। ଏହି ପ୍ରକ୍ରିୟା ୭-୮ ଦିନ ପର୍ଯ୍ୟନ୍ତ ଲଗାତାର କରିଲେ ତ୍ବଚାରେ ପରିବର୍ତ୍ତନ ନଜର ଆସିବ। ଏହା ବ୍ୟତୀତ ତୁଳସୀ ପତ୍ର ଦ୍ବାରା ମଧ୍ୟ ପିଗମେଣ୍ଟେସନ ସମସ୍ୟା ଦୂର ହୋଇଥାଏ। ପ୍ରତିଦିନ ୩-୪ଟି ତୁଳସୀ ପତ୍ର ନେଇ ସେଥିରେ ଲେମ୍ବୁ ଚିପୁଡି ୫ ମିନଟ୍‌ ଯାଏଁ ଛାଡିବା ଜରୁରୀ। ପତ୍ର ଭଲ ଭାବେ ଭିଜିଲା ପରେ ଏହା ଚେହେରାରେ ଧିରେ ଧିରେ ମସାଜ୍‌ କରିବା ଉଚିତ୍‌। ଏହି ପ୍ରକ୍ରିୟା କିଛି ଦିନ ଧରି ପାଳନ କରିଲେ ତ୍ବଚାରେ ଚମକ ଫେରିଆସିବା ସହ ପରିଣାମ ଭଲ ମିଳିବ।   

wp:heading {"level":1}



/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.