ଓଁ ଶବ୍ଦର ଉଚ୍ଚାରଣ କଲେ ମିଳିବ ଏହି ସବୁ ଫାଇଦା… ଜାଣନ୍ତୁ ଉଚ୍ଚାରଣ କରିବାର ନିୟମ

Published By : Prameya-News7 Bureau | December 16, 2018 IST

ଭୁବନେଶ୍ୱର ୧୬/୧୨ : ଓଁ ଶବ୍ଦ ତିନିଟି ଅକ୍ଷରର ମିଶ୍ରଣ | ତିନିଟି ଶବ୍ଦ ହେଲା ଅ, ଉ ଏବଂ ମ | ଏହି ତିନିଟି ଅକ୍ଷର ବ୍ରହ୍ମା, ବିଷ୍ଣୁ, ମହେଶ୍ୱରଙ୍କ ସଂଯୁକ୍ତ ସ୍ୱରୂପ ବୋଲି ବିଶ୍ୱାସ କରାଯାଏ | ଏହି ଶବ୍ଦରେ ସୃଜନ, ପାଳନ ଏବଂ ସଂହାର ତିନିଟି ଅର୍ଥ ସାମିଲ | ତେଣୁ ଓଁ ଶବ୍ଦକୁ ହିଁ ଈଶ୍ୱର ବୋଲି ବିଶ୍ୱାସ କରାଯାଏ | ଓଁ ଶବ୍ଦର ଉଚ୍ଚାରଣ ସଠିକ ଭାବେ କଲେ ଜୀବନର ବହୁ ସମସ୍ୟା ଦୂର ହୋଇଯାଇଥାଏ | ଓଁ ଶବ୍ଦର ସଠିକ ଉଚ୍ଚାରଣ ଦ୍ୱାରା ଈଶ୍ୱରଙ୍କ ଉପଲବ୍ଧି ଅନୁଭୂତ ହୋଇଥାଏ | ଏହି ଶବ୍ଦର ଉଚ୍ଚାରଣ ପାଇଁ କିଛି ନିୟମ ରହିଛି | ଏହି ନିୟମ ପାଳନ କଲେ ସୁଫଳ ମିଳିଥାଏ |

ଆସନ୍ତୁ ଜାଣିବା କଣ ସେହି ନିୟମ :

୧. ଓଁ ଉଚ୍ଚାରଣ ବ୍ରହ୍ମ ମୁହୂର୍ତ୍ତ କିମ୍ବା ତ୍ରିସନ୍ଧ୍ୟା ସମୟରେ କରିବେ |

୨. ଉଚ୍ଚାରଣ ବେଳେ ମେରୁଦଣ୍ଡ ସିଧା ରଖିବେ |

୩. ଉଚ୍ଚାରଣ ସମ୍ପୂର୍ଣ ହେବାପରେ ୧୦ ମିନିଟ ପର୍ଯ୍ୟନ୍ତ ଜଳ ସ୍ପର୍ଶ କରିବେ ନାହିଁ |

୪. ନିୟମିତ ଭାବେ ଉଚ୍ଚାରଣ କଲେ ଭଗବାନଙ୍କ ସାନ୍ନିଧ୍ୟ ମିଳିଥାଏ |

{"id":64328}

ଉତ୍ତମ ସ୍ୱାସ୍ଥ୍ୟ ପାଇଁ କଣ କରିବେ :

ଏକ ବଡ ତୁଳସୀ ପତ୍ର ନେବେ | ତୁଳସୀ ପତ୍ରକୁ ଡାହାଣ ହାତରେ ଧରି ୧୦୮ ଥର ଓଁ ଶବ୍ଦ ଉଚ୍ଚାରଣ କରିବେ | ଏହାପରେ ତୁଳସୀ ପତ୍ରକୁ ପିଇବା ପାଣିରେ ପକେଇଦେବେ | ଏହି ପାଣି ପିଇବା ପରେ ଶୁଦ୍ଧ ସାକାହାରୀ ଭୋଜନ କରିବେ | କୌଣସି ପ୍ରକାରର ତାମସିକ ଭୋଜନ ଗ୍ରହଣ କରିବେନାହିଁ |

ମାନସିକ ଏକାଗ୍ରତା ପାଇଁ କଣ କରିବେ :

ବେଳେବେଳେ ଯେତେ ପାଠ ପଢିଲେ ମଧ୍ୟ ମନେ ରହେନାହିଁ | ଏଥିପାଇଁ ଏକ ସରଳ ଉପାୟ କରିପାରିବେ | ଏକ ହଳଦିଆ କାଗଜରେ ନାଲି ରଙ୍ଗରେ ଓଁ ଲେଖିବେ | ଓଁ ଚାରିପଟେ ନାଲି ରଙ୍ଗରେ ଏକ ଗୋଲ କରିବେ | ପଢ଼ୁଥିବା ସ୍ଥାନରେ ଟେବୁଲ ଉପର କାନ୍ଥରେ ଏହି କାଗଜକୁ ଲଗେଇଦେବେ |

{"id":64329,"width":588,"height":353}

ବସ୍ତୁ ଦୋଷ ପାଇଁ କଣ କରିବେ :

ଘରେ ଯଦି କୌଣସି ବାସ୍ତୁ ଦୋଷ ରହିଛି ତାହେଲେ ଘରର ମୁଖ୍ୟ ଦ୍ୱାରର ଦୁଇପଟେ ସିନ୍ଦୁରରେ ସ୍ୱସ୍ତିକ ଚିହ୍ନ କରିବେ | ମୁଖ୍ୟଦ୍ଵାରର ଉପରେ ସିନ୍ଦୁରରେ ଓଁ ଲେଖିବେ | ଏହି ଉପାୟ ମଙ୍ଗଳବାର ଦିନ ଅପରାହ୍ନରେ କଲେ ସୁଫଳ ମିଳିଥାଏ |

ଧନ ପ୍ରାପ୍ତି ପାଇଁ କଣ କରିବେ :

ବେଳେବେଳେ ଅଧିକ ପରିଶ୍ରମ କରି ମଧ୍ୟ ଧନ ପ୍ରାପ୍ତି ହୋଇନଥାଏ | ଯାହାଫଳରେ ମଣିଷ ମାନସିକ ବିକାରଗ୍ରସ୍ତ ହୋଇଯାଇଥାଏ | ଏଥିପାଇଁ ମଧ୍ୟ ରହିଛି କିଛି ସରଳ ଉପାୟ | ଏକ ଧଳା କାଗଜରେ ହଳଦୀ ଓଁ ଲେଖିବେ | କାଗଜକୁ ପୂଜାଘରେ ରଖିଦେବେ | ଏହି କାଗଜକୁ ଧୂପ ଦେଇ ପୂଜା କରିବା ପରେ ଏହାକୁ ଚାରି ଚଉତା ତରି ନିଜ ପର୍ସରେ ରଖିଦେବେ | ଦେଖିବେ ଆପଣଙ୍କ ସମସ୍ୟା ଦୂର ହୋଇଯିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.