ମୟୂର ପୁଚ୍ଛ ଘରେ ଥିଲେ ଦୂର ହୁଏ ଏହି ଦୋଷ, ଆଣିଥାଏ ସୁଖ ସମୃଦ୍ଧି , ଜାଣନ୍ତୁ କେମିତି କରିବେ ବ୍ୟବହାର

Published By : Prameya-News7 Bureau | June 23, 2019 IST

ମୟୂର କହିଲେ ସମସ୍ତେ ଜାତୀୟ ପକ୍ଷୀ ବୋଲି ବୁଝନ୍ତି। ସେଥିପାଇଁ ମୟୂରକୁ ସବୁଠୁ ସୁନ୍ଦର ପକ୍ଷୀ ବୋଲି କୁହାଯାଏ। ଜ୍ୟୋତିଷ, ବାସ୍ତୁ, ଧର୍ମ, ପୁରାଣ ଓ ସଂସ୍କୃତି ଅନୁସାରେ ମୟୂରକୁ ଆଧ୍ୟାତ୍ମିକ ମହତ୍ବ ଦିଆଯାଏ। ଭଗବାନ ଶ୍ରୀକୃଷ୍ଣ ସବୁବେଳେ ନିଜ ଚୂଳରେ ମୟୂର ପୁଚ୍ଛ ଖୋସୁଥିଲେ । ମୟୂର ପୁଚ୍ଛର କଣ ବିଶେଷତ୍ବ ରହିଛି ଓ ଏହା କିଭଳି ବାସ୍ତୁଦୋଷ ଦୂର କରିଥାଏ ଜାଣନ୍ତୁ ।

୧- ମୟୂର, ମୋର, ପିକକ୍‌, ଭଳି ସୁନ୍ଦର ନାଁରେ ପରିଚିତ ଏହି ପକ୍ଷୀ। ମୟୂର ଦେଖିବା ପାଇଁ ଯେତିକି ସୁନ୍ଦର ତା ପୁଚ୍ଛ ମଧ୍ୟ ସେତିକି ଆକର୍ଷକ । କେବଳ ସେତିକି ନୁହେଁ ଏଥିରୁ ଅନେକ ଫାଇଦା ମଧ୍ୟ ମିଳିଥାଏ । ମୟୂର ସବୁ ଦେବ ଦେବୀମାନଙ୍କର ଅତ୍ୟନ୍ତ ପ୍ରିୟ । ମା ସରସ୍ବତୀ, ଶ୍ରୀ ଗଣେଶ, ମା ଲକ୍ଷ୍ମୀ, ଶ୍ରୀ କୃଷ୍ଣ, ଇନ୍ଦ୍ର ଦେବ, ସମସ୍ତଙ୍କୁ ମୟୂର ପୁଚ୍ଛ ପସନ୍ଦ। ପୌରାଣିକ କାଳରେ ମହର୍ଷିମାନେ ମୟୂର ପୁଚ୍ଛକୁ କଲମ କରି ସେଥିରେ ବଡ ଗ୍ରନ୍ଥ ଲେଖିଥିଲେ।

୨- ମୟୂର ପୁଚ୍ଛ ସକରାତ୍ମକ ଉର୍ଜା ବା ଶକ୍ତିରେ ଭରପୁର । ଏହା ଘରେ ରଖିଲେ ନକରାତ୍ମକ ଶକ୍ତି ଘରୁ ଦୂର କରିଥାଏ ଓ ଏହା ଘରେ ଥିଲେ ସଂପୃକ୍ତ ଘରର ସବୁ ଅମଙ୍ଗଳ ବେଳେ ସୁରକ୍ଷା ପ୍ରଦାନ କରିଥାଏ। ଏହି କାରଣ ପାଇଁ ଏଧିକାଂଶ ଲୋକେ ନିଜ ଘରେ ମୟୂର ପୁଚ୍ଛ ଲଗାନ୍ତି।   

୩- ମୟୁର ପୁଚ୍ଛ ପ୍ରତ୍ୟେକ ଖରାପ ଦୃଷ୍ଟିରୁ ଘରକୁ ରକ୍ଷା କରିଥାଏ ସେଥିପାଇଁ ଏହାକୁ ସବୁଠୁ ଶକ୍ତିଶାଳୀ କୁହାଯାଏ। ଆପଣମାନେ ନିଶ୍ଚୟ ନଜର କରିଥିବେ ଯେ, ଆମେ ଯେତେବେଳେ ମନ୍ଦିର କିମ୍ବା କୌଣସି ଧାର୍ମିକ ପୀଠକୁ ଯାଉ ସେଠାରେ ପୂଜକ ଆମ ଉପରେ ମୟୂର ପୁଚ୍ଛ ବିଡାକୁ ଆମ ଦେହରେ ବୁଲାଇନେଇଥାନ୍ତି । ଏହାର ଏକମାତ୍ର କାରଣ ହେଉଛି ଶରୀରରେ ଥିବା ନକରାତ୍ମକ ତତ୍ତ୍ବକୁ ବାହାର କରିବା ।

୪- ବିଂଶ ଦଶକରେ ପାଶ୍ଚାତ୍ୟ ଲୋକେ ଲୋକେ ମୟୂର ଏହାର ପୁଚ୍ଛକୁ ଅଶୁଭ ବୋଲି କହୁଥିଲେ ।

୫- ଗ୍ରୀକ୍‌ ପୌରାଣିକ କଥା ଅନୁସାରେ ମୟୂର ପୁଚ୍ଛକୁ ଗ୍ରୀକ ଦେବତା“ହେରା”ଙ୍କ ସହ ଯୋଡାଯାଏ। ବିଶ୍ବାସ ଅନୁସାରେ ଗ୍ରୀକ ପୁରୁଷ ଅର୍ଗସ( ଯାହାର ୧୦୦ଟି ଆଖି ଥିଲା) ତାଙ୍କ ଦ୍ବାରା ହେରା ମୟୁର ସୃଷ୍ଟି କରିଥିଲେ ହେରା।

୬- ଗ୍ରୀକ୍‌ରେ ଲୋକମାନେ ମୟୂର ପୁଚ୍ଛକୁ ତାରା ଓ ସ୍ବର୍ଗର ମାନ୍ୟତା ଦିଅନ୍ତି।

୮- ହିନ୍ଦୁ ଧର୍ମରେ ମୟୂର ପୁଚ୍ଛକୁ ଧନର ଦେବୀ ଲକ୍ଷ୍ମୀ ଓ ବିଦ୍ୟାର ଦେବୀ ସରସ୍ବତୀ ଙ୍କ ସହ ଯୋଡା ଯାଏ।

୯- ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ପାଇଁ ମୟୁର ପୁଚ୍ଛକୁ ଘରେ ରଖାଯାଏ। ଘରେ ମୟୁର ପୁଚ୍ଛକୁ ବଇଁଶୀ ସହ ବାନ୍ଧି ରଖିଲେ ପ୍ରେମର ବାତାବରଣ ସୃଷ୍ଟି ହୋଇଥାଏ।

୧୦- ବୈବାହିକ ଜୀବନରେ ସମସ୍ୟା ଥିଲେ ଦମ୍ପତ୍ତିଙ୍କ ଶୟନ କକ୍ଷରେ ମୟୂର ପୁଚ୍ଛ ରଖିବା ଜରୁରୀ କାରଣ ଏହା ଉଭୟଙ୍କ ମଧ୍ୟରେ ପ୍ରେମ ଭାବ ଉତ୍ପନ୍ନ କରିବା ସହ  ସୁଖ ଓ ସମୃଦ୍ଧି ଆଣିଥାଏ।

୧୧- କାହା ସହ ଶତୃତା ତୁଟାଇବାକୁ ଚାହୁଁଥିଲେ ମଂଗଳ କିମା ଶନିବାର ରାତିରେ ହନୁମାନଙ୍କ ମସ୍ତକରୁ ସିନ୍ଦୁର ଆଣି ଏହି ସିନ୍ଦୁର ସାହାର୍ଯ୍ୟରେ ମୟୂର ପୁଚ୍ଛ ଉପରେ ସଂପୃକ୍ତ ବ୍ୟକ୍ତିଙ୍କ ନାଁ ଲେଖନ୍ତୁ । ରାତିସାରା ପୂଜା ଘରେ ଏହି ମୟୂର ପୁଚ୍ଚକୁ ରଖନ୍ତୁ । ସକାଳ ହେଲେ ପ୍ରବାହିତ ଜଳରେ ମୟୂର ପୁଚ୍ଛଟିକୁ ଭସେଇ ଦିଅନ୍ତୁ । ଏଭଳି କଲେ ସଂପୃକ୍ତ ବ୍ୟକ୍ତିଙ୍କ ସହ ଆପଣଙ୍କ ଶତୃତା ଉଭେଇ ଯିବ ।

୧୨- ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ ଦିଗରେ ମୟୂର ପୁଚ୍ଛକୁ ଟଙ୍କା, ସୁନା ଆଲମିରାରେ ଠିଆକରି ରଖିଲେ ଆର୍ଥିକ ସ୍ଥିତି କେବେ ଖରାପ ହେବ ନାହିଁ।

୧୩- ରାହୁ ଦୋଷ ଥିଲେ ଘରର ପୂର୍ବ ଓ ଉତ୍ତର ପଶ୍ଚିମ ଦିଗରେ ମୟୂର ପୁଚ୍ଛ ରଖିବା ଉଚିତ୍‌।

୧୪- ଘରେ ମୟୂର ପୁଚ୍ଛ ଥିଲେ ଘରେ ନକରାତ୍ମକ ଶକ୍ତି ପ୍ରବେଶ କରିବ ନାହିଁ।

୧୫- ସର୍ବଦା ମୟୂର ପୁଚ୍ଛକୁ ପୂଜା କରିଲେ ଘରେ ରାହୁ ପ୍ରବେଶ କରିବ ନାହିଁ। ଏଥିପାଇଁ ନିଜ ପାଖରେ ମୟୂର ପୁଚ୍ଛ ରଖିଲେ ଏହା ଶୁଭ ହୋଇଥାଏ।

୧୬- ଅଶୁଭ ଗ୍ରହର ପ୍ରଭାବ ହ୍ରାସ କରିବା ପାଇଁ ମୟୁର ପୁଚ୍ଛରେ ୨୧ ଥର ଗ୍ରହ ମନ୍ତ୍ର ପଢି ପାଣି ଛାଟି ଏହାକୁ ଏମିତି ଏକ ସ୍ଥାନରେ ରଖନ୍ତୁ ୟେମିତିକି ସବୁବେଳେ ଆପଣଙ୍କ ଦୃଷ୍ଟଗୋଚର ହେଉଥିବ । ଏମିତି କରିବା ଦ୍ବାରା ଗ୍ରହ ଦୋଷ ମଧ୍ୟ ହ୍ରାସ ହେବ ।  

୧୭- ଆର୍ଥିକ ସ୍ଥିତିରେ ସୁଧାର ଆଣିବା ପାଇଁ ମୟୂର ପୁଚ୍ଛକୁ ମନ୍ଦିରରେ ରାଧା କୃଷ୍ଣଙ୍କ ମୁକୁଟରେ ଲଗାଇ ୪୦ ଦିନ ପରେ ଘରେ ଆଣି ଟଙ୍କା ଆଲମିରାରେ ରଖିବା ଶୁଭ ହୋଇଥାଏ।

୧୮- ଖରାପ ନଜରରୁ ଶିଶୁଙ୍କୁ ରକ୍ଷା କରିବା ପାଇଁ ମୟୁର ପୁଚ୍ଛକୁ ରୂପା ଡେଉଁରିଆରେ ଲଗାଇ ନବଜାତ ଶିଶୁ ଶରୀରେ ଲଗାଇବା ଉଚିତ୍‌।

୧୯- ଘରର ମୁଖ୍ୟ ଦ୍ବାରରେ ୩ଟି ମୟୂର ପୁଚ୍ଛ ଲଗାଇ ଓମ୍‌ ଦ୍ବାରପାଳାୟ ନମଃ: ଜାଗ୍ରୟ ସ୍ଥାପୟୈ ସ୍ବାହ ମନ୍ତ୍ର ଲେଖି ତଳେ ଗଣେଶଙ୍କ ମୂର୍ତ୍ତି ଲଗାଇବା ଶୁଭ।

୨୦- ଆଗ୍ନେୟ କୋଣରେ ମୟୂର ପୁଚ୍ଛ ଲଗାଇଲେ ଘରର ବାସ୍ତୁ ଦୋଷରୁ ମୁକ୍ତି ମିଳିଥାଏ।

୨୧- ବୌଦ୍ଧ ଧର୍ମ ଅନୁସାରେ ମୟୂର ନିଜର ସବୁ ପୁଚ୍ଛ ନିଜେ ଖୋଲିଥାଏ। ଏଥିପାଇଁ ତାଙ୍କ ପୁଚ୍ଛକୁ ଉଚ୍ଚ ବିଚାରର ପ୍ରତୀକ ବୋଲି କୁହାଯାଏ।

୨୩- ଇଶାଇ ଧର୍ମରେ ମୟୂର ପୁଚ୍ଛକୁ ଅମରତ୍ବ, ପୂନର୍ଜୀବନ, ଆଧ୍ୟାତ୍ମିକ ଶିକ୍ଷା ସହ ଯୋଡାଯାଏ ।

୨୪- ଇସଲାମ୍‌ ଧର୍ମରେ ଏହି ସୁନ୍ଦର ମୟୂର ପୁଚ୍ଛକୁ ସ୍ବର୍ଗୀୟ ବଗିଚାର ପ୍ରତୀକ ବୋଲି ବିବେଚନା କରାଯାଏ ।

୨୫- ମୟୂର ପୁଚ୍ଛର ବିଶେଷତ୍ବ ଏହା ଯେ, ଘରେ ଏହି ପୁଚ୍ଛ ଥିଲେ ପୋକ ଓ ଯୋକ ବାସ କରିବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.