Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଶ୍ଵସ୍ତି: କମୁଛି କରୋନା ପ୍ରଭାବ, ୨୪ ଘଣ୍ଟାରେ ଆରୋଗ୍ୟ ହେଲେ ୮୦୯ ସଂକ୍ରମିତ
  • ||
  • ଡିସେମ୍ବର-ଜାନୁଆରୀ ସମସ୍ତଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ: ଭୁବନେଶ୍ବର ଷ୍ଟେସନ ଓ ଏୟାରପୋର୍ଟରେ କରିପାରିବେ କୋଭିଡ୍‌ ଟେଷ୍ଟ
  • ||
  • ପରୀ ବାପା-ମା’ଙ୍କୁ ଭେଟିଲେ ବିଜେପି ଟିମ୍, ସିବିଆଇ ତଦନ୍ତ ଦାବି
  • ||
  • ରାଉରକେଲା : ଚଳନ୍ତା ଟ୍ରେନ୍‌ର ଟୟଲେଟ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଯୁବକ ଗିରଫ
  • ||
  • କଟକ : ପୁଣି ଏକ ନକଲି ଘିଅ କମ୍ପାନୀରେ ଚଢାଉ, କୋଟିଏ ଟଙ୍କାର ଅପମିଶ୍ରିତ ସାମଗ୍ରୀ ଜବତ
  • ||
  • ପ୍ରେମ: ସେୟାର ଚାଟ୍‌ରୁ ଆରମ୍ଭ ଫେସବୁକରେ ଶେଷ, ସୋସିଆଲ ମିଡିଆରେ ପ୍ରେମିକାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କଲେ ପ୍ରେମିକ
  • ||
  • ନୂଆପଡା : ମେଡିକାଲରେ ଚାକିରୀ ଦେବାକୁ କହି ଠକୁଥିଲା ଯୁବକ, ଗିରଫ କଲା ପୋଲିସ
  • ||
  • ସମ୍ବଲପୁର : ଦନ୍ତା ହାତୀର ମୃତଦେହ ଠାବ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ଅଭିଯୋଗ
  • ||
  • ଗଞ୍ଜାମ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ବିଜେପି ଓ କଂଗ୍ରେସ ପକ୍ଷରୁ ଏତଲା
  • ||
  • ପୁରୀ : ଅନଲାଇନରେ ନିର୍ମାଲ୍ୟ ବିକ୍ରି କରିବା ନେଇ ସିଂହଦ୍ବାର ଥାନାରେ ଆମାଜନ ଇଣ୍ଡିଆ ବିରୋଧରେ ସେବାୟତଙ୍କ ଏତଲା
  • ||

କେବଳ ଖାଇବା ପାଇଁ ନୁହେଁ ତ୍ବଚା ପାଇଁ ମଧ୍ୟ ଲାଭଦାୟକ ଘିଅ : ଜାଣନ୍ତୁ କିପରି

29/11/2018 at 1:03 PM

ଶୁଦ୍ଧ ଦେଶୀ ଘିଅ ଅନେକ ଲାଭଦାୟକ,ଏଥରେ ତିଳେମାତ୍ର ସନ୍ଦେହ ନାହିଁ। କିନ୍ତୁ ଯଦି ଆପଣ ଘିଅ ଖାଆନ୍ତି ନାହିଁ  କିମ୍ବା ଆପଣ ଏହାର ବାସ୍ନାକୁ ପସନ୍ଦ କରନ୍ତି ନାହିଁ ତେବେ ଆପଣଙ୍କୁ ଏହି ଅଭ୍ୟାସ ବଦଳିବାକୁ ପଡ଼ିବ। ଘିଅ କେବଳ ସ୍ବାସ୍ଥ୍ୟ ପାଇଁ ନୁହେଁ ଏହା ତ୍ବଚା ପାଇଁ ମଧ୍ୟ ଲାଭଦାୟକ। ଆସନ୍ତୁ ଜାଣିବା ଘିଅ ତ୍ବଚା ପାଇଁ କେତେ ଲାଭଦାୟକ।

୧.ଶୁଷ୍କ ତ୍ବଚାକୁ ଦୂର କରିଥାଏ : ଘିଅ ଆପଣଙ୍କ ତ୍ବଚାର ଶୁଷ୍କପଣକୁ ଦୂର କରିଥାଏ। କିଛି ବୁନ୍ଦା ଘିଅକୁ ଆପଣଙ୍କ ମୁହଁରେ ଲଗାନ୍ତୁ ଏବଂ ଏହାକୁ ଭଲଭାବରେ ମସାଜ କରନ୍ତୁ। ଏହାଦ୍ବାରା ଆପଣଙ୍କ ମୁହଁରେ ଶୁଷ୍କପଣ ଦୂର ହୋଇ ତ୍ବଚାରେ ଚମକ ଆସିବ।

୨.ଚର୍ମ କୁଞ୍ଚନ ଦୂର ହୋଇଥାଏ: ଯଦି ଆପଣ ଚର୍ମକୁଞ୍ଚନ ସମସ୍ୟା ଭୋଗୁଛନ୍ତି ତେବେ ଘିଅ ଆପଣଙ୍କ କାମରେ ଆସିବ। ଘିଅରେ ଭିଟାମିନ୍ ଇ ରହିଥାଏ ଏବଂ ଏହା ଆଣ୍ଟି ଏଜିଙ୍ଗ୍ ହୋଇଥାଏ। ଯଦି ଆପଣ ନିୟମିତ ଘିଅକୁ ଖାଦ୍ୟରେ ସାମିଲ କରିବେ ତେବେ ଆପଣଙ୍କ ତ୍ବଚାରେ ଚର୍ମକୁଞ୍ଚନ ସମସ୍ୟା ଦେଖାଯିବ ନାହିଁ।

୩.ଗାଧୋଇବା ପରେ ବ୍ୟବହାର କରନ୍ତୁ: ଯଦି ଆପଣ ଗାଧୋଇବା ପରେ ତେଲ ଲଗାଉଥାନ୍ତି ତେବେ ଏହା ବଦଳରେ ଘିଅ ଲଗାନ୍ତୁ। ଏଥିପାଇଁ ୫ଚାମଚ ଘିଅକୁ ଏସେନ୍ସିଆଲ ତେଲର ୧୦ବୁନ୍ଦାରେ ମିଶାଇ ଏହାକୁ ଗାଧୋଇବା ପରେ ପ୍ରତିଦିନ ନିଜ ତ୍ବଚାରେ ଲଗାନ୍ତୁ। ଏହାପରେ ଅନୁଭବ କରିବେ ଆପଣଙ୍କ ତ୍ବଚା କେତେ ନରମ ଏବଂ ମୁଲାୟମ ଲାଗିବ।

୪.ଆଖିର ଥକାପଣ ହେବ ଦୂର : ଯଦି ଆପଣଙ୍କ ଆଖି ସବୁବେଳେ କ୍ଳାନ୍ତ ଲାଗୁଥାଏ ତେବେ ଆପଣଙ୍କ ଘିଅ ଡବାରୁ ଘିଅ କାଢ଼ି ଆଖି ଚାରିପଟେ ଲଗାନ୍ତୁ। କିନ୍ତୁ ଧ୍ୟାନ ରଖନ୍ତୁ ଏହା ଯେପରି ଆପଣଙ୍କ ଆଖି ଭିତରକୁ ନ ଯାଏ। ଆଖି ଚାରିପଟେ ଧୀରେ ଧୀରେ ମସାଜ କଲେ ଆପଣ ଫରକ ଅନୁଭବ କରିବେ।

୫.ନରମ ଓଠ ପାଇଁ ଲାଭଦାୟକ: ଶୀତଦିନେ ଓଠକୁ ନରମ ଏବଂ ମୁଲାୟମ ରଖିବା ପାଇଁ ଘିଅ ଉପଯୋଗୀ ହୋଇଥାଏ। ଓଠରେ ନିୟମିତ ଘିଅ ଲଗାଇବା ଦ୍ବାରା ଏହା ଚିକଚିକ୍ ମଧ୍ୟ କରିଥାଏ।

   Related Posts