କଞ୍ଚା ଅଣ୍ଡା ଖାଇଲେ ମିଳିବ ଏହି ସବୁ ଫାଇଦା, ଜାଣନ୍ତୁ ଏହି ତତ୍ତ୍ବ ବିଷୟରେ…

Published By : Prameya-News7 Bureau | November 17, 2019 IST

ସ୍ବାଦିଷ୍ଟ ଖାଦ୍ୟ ଖାଇବା କାହାକୁ ବା ପସନ୍ଦ ନୁହେଁ। ହେଲେ ଏମିତି ବହୁତ କମ ଆଇଟମ୍ ରହିଛି ଯାହା ସ୍ବାଦିଷ୍ଟ ହେବା ସହ ପୋଷ୍ଟିକର ମଧ୍ୟ ଥାଏ। ଅଣ୍ଡା ହେଉଛି ଏଥିମଧ୍ୟରୁ ଗୋଟେ ଯାହା ଖାଇବା ପାଇଁ ସ୍ବାଦିଷ୍ଟ ହେବା ସହ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥଆଏ। ଅଣ୍ଡା ଶରୀରକୁ ମଜବୁତ କରିଥାଏ।  କାରଣ ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ।ଯେମିତି ସ୍ବାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ।

{"id":185511,"sizeSlug":"large"}

ବିଭିନ୍ନ ଉପାୟରେ ଅଣ୍ଡାକୁ ଲୋକମାନେ ଖାଇଥାନ୍ତି। ଅଣ୍ଡାକୁ ସଠିକ ଭାବେ ଖାଇଲେ ସ୍ବାସ୍ଥ୍ୟ ପ୍ରତି ହିତକର ହୋଇଥାଏ। ଅଣ୍ଡାରେ ଥିବା କ୍ୟାଲସିଅମ ଶରୀରର ଅସ୍ଥି ଓ ଗଣ୍ଠି ପାଇଁ ଲାଭଦାୟକ ହୋଇଥାଏ। ସାଧାରଣତଃ ଲୋକେ ଅଣ୍ଡା ସିଝା ବା ତରକାରୀ କରି ଖାଆନ୍ତି। ହେଲେ କଞ୍ଚା ଅଣ୍ଡା ଖାଇଲେ କଣ ଲାଭ ହୁଏ ତାହା କେହି ଜାଣିନଥାନ୍ତି। ତେବେ କଞ୍ଚା ଅଣ୍ଡା ଖାଇଲେ ସେଥିରେ ଥିବା ଭିଟାମିନ, ଓମେଗା ୩, ଜିଙ୍କ, ପ୍ରୋଟୀନ ଓ ଅନେକ ପୋଷ୍ଟିକର ତତ୍ତ୍ବ ନଷ୍ଟ ହୋଇନଥାଏ। ଯାହା ରାନ୍ଧିବା ପରେ ନଷ୍ଟ ହୋଇଯାଏ।

{"id":185516,"sizeSlug":"large"}

କଞ୍ଚା ଅଣ୍ଡାରେ ଭରପୁର ମାତ୍ରାର ଭିଟାମିନ ବି-୧୨ ଥାଏ। କଞ୍ଚା ଅଣ୍ଡା ଖାଇଲେ ଏନିମିଆର ସମସ୍ୟା ଦୂର ହୋଇଥାଏ। ଏହା ଦ୍ବାରା ବୁଦ୍ଧି ବିକାଶ ହେବା ସହ ସ୍ମରଣ ଶକ୍ତି ବଢେ। ଏହା ସହ କେଶ ଓ ତ୍ବଚା ପାଇଁ ମଧ୍ୟ କଞ୍ଚା ଅଣ୍ଡା ଲାଭଦାୟକ ହୋଇଥାଏ ।ଅଣ୍ଡାର ହଳଦିଆ ଅଂଶ କେଶରେ ଲଗାଇଲେ କେଶ ମଜବୁତ ଓ ଘନ ହୁଏ । ଅଣ୍ଡାରେ ପ୍ରଚୁର ମାତ୍ରାର ଏଣ୍ଟି ଅକ୍ସିଡେଣ୍ଟ ତତ୍ତ୍ବ ରହିଛି। ବୟସ୍କ ଲୋକେ କଞ୍ଚା ଅଣ୍ଡା ଖାଇଲେ ମାଂସ ପେଶୀରେ ଶକ୍ତି ବଢିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.