ଗୋଟିଏ ମାସ ପର୍ଯ୍ୟନ୍ତ ନିୟମିତ ଅଣ୍ଡା ଖାଇଲେ ହୋଇଥାଏ ଏହି ପରିବର୍ତ୍ତନ- ଜାଣନ୍ତୁ କଣ

Published By : Prameya-News7 Bureau | January 09, 2019 IST

ଅଣ୍ଡା ଶରୀର ଏବଂ ସ୍ୱାସ୍ଥ ପାଇଁ ଲାଭଦାୟକ ହୋଇଥାଏ। ତେଣୁ ପ୍ରତି ଦିନ ଅଣ୍ଡା ଖାଇବା କରିବା ଉଚିତ। ଜଣେ ସାଧାରଣ ବ୍ୟକ୍ତିଙ୍କ ଛଡା ପହିଲବାନ ଏବଂ ବଡିବିଲଡରମାନେ ଶରୀରକୁ ଶକ୍ତିଶାଳୀ ଓ ମଜବୁତ କରିବାକୁ ମଧ୍ୟ ଅଣ୍ଡା ଖାଆନ୍ତି। ଅନେକ ଲୋକ ସକାଳେ ସିଝା ଅଣ୍ଡା ଖାଆନ୍ତି । କିନ୍ତୁ ଗୋଟେ ମାସ ପର୍ଯ୍ୟନ୍ତ ଲଗାତାର ଅଣ୍ଡା ସେବନ କରିଲେ ଶରୀରରେ କିଛି ପରିବର୍ତ୍ତନ ଆସେ। ତେବେ ଏହି ପରିବର୍ତ୍ତନ ବିଷୟରେ ଅନେକ ଲୋକ ଜାଣନ୍ତି ନାହିଁ। ଜାଣନ୍ତୁ ଲଗାତାର ଗୋଟେ ମାସ ଅଣ୍ଡା ଖାଇଲେ କଣ ହୁଏ ଶାରିରୀକ ପରିବର୍ତ୍ତନ।

{"id":71998,"width":594,"height":394}

ମାଂସପେଶୀରେ ପରିବର୍ତ୍ତନ

ପ୍ରତିଦିନ ସକାଳେ ସିଝା ଅଣ୍ଡା ଖାଇଲେ ମାଂସପେଶୀର ଆକାର ବଢେ। ଏହା ଦୁର୍ବଳ ଓ ପତଳା ଲୋକଙ୍କ ଶରୀର ପାଇଁ ଲାଭଦାୟକ। ଅଣ୍ଡା ଖାଉଥିବା ଲୋକ ଦୁର୍ବଳତାରୁ ମୁକ୍ତି ପାଆନ୍ତି। ଅଣ୍ଡା ଖାଇବା ଶରୀରକୁ ରୋଗମୁକ୍ତ ମଧ୍ୟ କରିଥାଏ।

{"id":72000,"width":595,"height":363}

ବୁଦ୍ଧି ବିକାଶ

ସିଝା ଅଣ୍ଡା ପ୍ରତିଦିନ ସକାଳେ ଖାଇଲେ କେବଳ ମାଂସପେଶୀ ନୁହଁ ତା ସହ ମସ୍ତିଷ୍କରେ ମଧ୍ୟ ଅନେକ ପରିବର୍ତ୍ତନହୋଇଥାଏ। କାରଣ ଅଣ୍ଡାରେ କୋଲିନ ତତ୍ୱ ଭରପୁର ଥାଏ ଯାହା ବୁଦ୍ଧିର ବିକାଶ ତୀବ୍ର ଗତିରେ କରିଥାଏ। ଏହା ସହ ମଣିଷର ଭୁଲିବା ସମସ୍ୟା ଦୂର ହୋଇଥାଏ।

{"id":72001,"width":591,"height":375}

ହାଡ ଗଣ୍ଠି ପରିବର୍ତ୍ତନ

ଗୋଟେ ମାସ ପର୍ଯ୍ୟନ୍ତ ସକାଳେ ସିଝା ଅଣ୍ଡା ସେବନ କରିଲେ ହାଡ ଗଣ୍ଠି ମଜବୁତ ହୁଏ। ଅଣ୍ଡାରେ ଥିବା ଭିଟାମିନ ଶରୀରର ଦୁର୍ବଳ ହାଡ ଗଣ୍ଠି ସୁସ୍ଥ ସବଳ କରିଥାଏ। ଏହା ସହ ଶରୀରର ବିକାଶ ମଧ୍ୟ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.