Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୩୯ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୧୮ କରୋନା ସଂକ୍ରମିତ, ୩୧୮୭୨୫ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ହିନ୍ଦୁ ଧର୍ମରେ ଏହି ମନ୍ତ୍ରର ରହିଛି ଅନେକ ମହତ୍ୱ : ଜପ କରିବା ଦ୍ୱାରା ମିଳିଥାଏ ସୁଖ ଶାନ୍ତି, ଜାଣନ୍ତୁ କେଉଁ ମନ୍ତ୍ର

23/06/2019 at 1:26 PM

ଭୁବନେଶ୍ୱର ୨୩/୬  : ହିନ୍ଦୁ ଧର୍ମରେ ମନ୍ତ୍ରକୁ ବହୁତ ମହତ୍ୱ ଦିଆଯାଇଥାଏ । ମନ୍ତ୍ରରେ ବହୁତ ଶକ୍ତି ଥାଏ । ସେଥିପାଇଁ ମନ୍ତ୍ର ଜପ କରିବା ଦ୍ୱାରା ମାନସିକ ଶାନ୍ତି ମିଳିବ ସହ ସକାରାତ୍ମକ ଶକ୍ତି ଉତ୍ପର୍ଣ୍ଣ ହୋଇଥାଏ । ହିନ୍ଦୁ ଶାସ୍ତ୍ରରେ କିଛି ବିଶେଷ ମନ୍ତ୍ର ସମ୍ପର୍କରେ ଉଲ୍ଲେଖ ରହିଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ଏହି ମନ୍ତ୍ର ଜପ କରିବା ଆବଶ୍ୟକ । ଏମିତି ଏକ ମନ୍ତ୍ର ରହିଛି ଯାହା ପ୍ରତିଦିନ ଜପ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ ଏବଂ ଜୀବନରେ କୌଣସି ସମସ୍ୟା ଉପୁଜିନଥାଏ । ଆସନ୍ତୁ ଜାଣିବା ସେ କେଉଁ ମନ୍ତ୍ର :

କର୍ପୁରଗୌରବଂ ମନ୍ତ୍ର – କର୍ପୁରଗୌରବଂ କରୁଣାବତାରଂ ସଂସାରସାରଂ ଭୁଜଗେନ୍ଦ୍ରହାରମ୍

ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମୀ

ମନ୍ତ୍ରର ଅର୍ଥ –

କର୍ପୁରଗୌରବଂ – କର୍ପୁର ସମାନ ଗୌର ବର୍ଣ୍ଣ

କରୁଣାବତାରଂ – ଯିଏ ସାକ୍ଷାତ କରୁଣାର ଅବତାର

ସଂସାରସାରଂ – ଯିଏ ପୁରା ସୃଷ୍ଟିର ସାର

ଭୁଜଗେନ୍ଦ୍ରହାରମ୍ – ଏହି ଶବ୍ଦର ଅର୍ଥ ହେଲା ଯିଏ ସାପକୁ ଗଳାରେ ହାର ସଦୃଶ୍ୟ ଧାରଣ କରନ୍ତି

ସଦା ବସନ୍ତଂ ହୃଦୟାରବିନ୍ଦେ ଭବଂ ଭବାନୀସହିତଂ ନମାମୀ – ଏହାର ଅର୍ଥ ହେଲା ଯିଏ ଶିବ ପାର୍ବତୀଙ୍କ ସହ ସର୍ବଦା ହୃଦୟରେ ବାସ କରନ୍ତି, ତାଙ୍କୁ ମୋର ପ୍ରଣାମ

ମନ୍ତ୍ରର ସମ୍ପୂର୍ଣ ଅର୍ଥ ହେଲା – ଯେଉଁମାନଙ୍କ ବର୍ଣ୍ଣ କର୍ପୁର ସେଦୃଶ୍ୟ, ଯେଉଁମାନେ ଦୟା କରୁଣାର ଅବତାର, ଯିଏ ସଂସାରର ସାର , ଯିଏ ସାପକୁ ନିଜ ଗଳାରେ ଧାରଣା କରନ୍ତି, ସେ ଭଗବାନ ଶିବ ପାର୍ବତୀଙ୍କ ସହ ମୋ ହୃଦୟରେ ବାସ କରନ୍ତୁ, ତାଙ୍କୁ ମୋର କୋଟି କୋଟି ପ୍ରଣାମ ।

   Related Posts