Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ସିରିଆ ଡ୍ରୋନ୍ ଆଟାକ୍‌: ଅଲକାଏଦାର ବରିଷ୍ଠ ନେତା ଅବଦୁଲ ହମିଦ ଅଲ-ମାତାର ମୃତ
  • ||
  • ନିଶ୍ଚିନ୍ତକୋଇଲିରେ ହାତୀ ଆତଙ୍କ, ନଷ୍ଟ କରୁଛନ୍ତି ଫସଲ
  • ||
  • ମନୀଷ ଅନୁରାଗ ହତ୍ୟା ମାମଲା : ସାଉଥ୍‌ ସିଟି ବାର୍‌ ମାଲିକ ଓ ପରିଚାଳନା କରୁଥିବା ପ୍ରସନ୍ନ ବେହେରା ଗିରଫ
  • ||
  • ଅନ୍ୟ ରାଜ୍ୟର ଜେଲକୁ ସ୍ଥାନାନ୍ତର ହେଉଛନ୍ତି ଆତଙ୍କବାଦୀ : ଜମ୍ମୁ-କାଶ୍ମୀରରୁ ୨୬ ଆତଙ୍କୀଙ୍କୁ ପଠାଗଲା ଆଗ୍ରା
  • ||
  • କମୁଛି ପାରଦ, ଆଗକୁ ବଢିବ ଶୀତ
  • ||
  • ଟି୨୦ ବିଶ୍ୱକପ : ଅସଲ ଲଢେଇ ଆରମ୍ଭ, ସୁପର ୧୨ର ପ୍ରଥମ ମୁକାବିଲାରେ ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା
  • ||

ବହି ପଢିବା ଦ୍ୱାରା କେବଳ ଜ୍ଞାନ ବଢି ନଥାଏ, ସ୍ୱାସ୍ଥ୍ୟକୁ ମଧ୍ୟ ମିଳିଥାଏ ଅନେକ ଫାଇଦା

26/04/2021 at 11:25 AM

ନୂଆଦିଲ୍ଲୀ ୨୬/୦୪: କୁହାଯାଏ ବହି ଆମର ଭଲ ବନ୍ଧୁ ହୋଇଥାଏ । ଏହା ଆମକୁ କିଛି ନ ମାଗି ଜୀବନରେ ବହୁତ ଶିକ୍ଷା ଦେଇଥାଏ । କିଛି ଲୋକ ବହି ପଢିବାକୁ ବିରକ୍ତ ଅନୁଭବ କରୁଥିବାବେଳେ ଆଉକିଛି ଲୋକ ବହି ନପଢିଲେ ଶୋଇ ପାରନ୍ତି ନାହିଁ ।  ବାସ୍ତବରେ, ବହି ପଢିବା ଦ୍ୱାରା ଆମର ଜ୍ଞାନ ବଢିବା ସହିତ ସ୍ୱାସ୍ଥ୍ୟକୁ ମଧ୍ୟ ଅନେକ ଲାଭ ମିଳିଥାଏ ।   ବିଶ୍ୱରେ ପ୍ରତିବର୍ଷ ୨୩ ଏପ୍ରିଲରେ ‘ୱାଲର୍ଡ ବୁକ୍ ଡେ’ ପାଳନ କରାଯାଏ । ଯାହାଦ୍ୱାରା ଲୋକମାନେ ଏହାର ଉପକାରିତା ବିଷୟରେ ଅବଗତ ହୋଇପାରିବେ । ତେବେ ଚାଲନ୍ତୁ ଜାଣିବା ବହି ପଢିବାର ଫାଇଦା ବିଷୟରେ…  

PunjabKesari

ପ୍ରତ୍ୟେକ ଦିନ ୩୦ ମିନିଟ୍ ପଢନ୍ତୁ ବହି :

ପ୍ରତିଦିନ ଶୋଇବା ପୂର୍ବରୁ ୩୦ ମିନିଟ୍ ବହି ପଢିବା ଦ୍ୱାରା ମନ ଶାନ୍ତ ରହିବା ସହିତ ଚିନ୍ତା ଦୂର ହୋଇଥାଏ । ଏକାଗ୍ରତା ଶକ୍ତି ବଢିଥାଏ ।

ଜ୍ଞାନ ବଢାଇଥାଏ :

ଆପଣ ନିଜର ମନପସନ୍ଦ ବହି ପଢିପାରିବେ ।  ଏହା ବିଭିନ୍ନ ଜିନିଷ ବିଷୟରେ ଆପଣଙ୍କର ଜ୍ଞାନ ବୃଦ୍ଧି କରିବା ସହିତ ନୂତନ କଥା ଏବଂ ଜିନିଷ ଶିଖାଇଥାଏ । ଏହା ଆପଣଙ୍କ ମନକୁ ନୂଆ ଚିନ୍ତାଧାରା ଆଣିଥାଏ । ଦୁନିଆର ସବୁଠାରୁ ବଡ ସତ୍ୟ ହେଉଛି ଆପଣ ଜୀବନରେ ଚାକିରି, ଅର୍ଥ, ପରିବାର, ସ୍ୱାସ୍ଥ୍ୟ ଇତ୍ୟାଦି ହରାଇ ପାରିବେ କିନ୍ତୁ କେହି ଜ୍ଞାନ ଛଡ଼ାଇ ନେଇ ପାରିବେ ନାହିଁ ।

ହୃତପିଣ୍ଡ ସୁସ୍ଥ ରହିଥାଏ :

ପ୍ରତିଦିନ ବହି ପଢିବା ଦ୍ୱାରା ହୃତପିଣ୍ଡ ଗତି ଠିକ୍ ରହିଥାଏ । ହୃତପିଣ୍ଡ ସୁସ୍ଥ ରହିବାରୁ ଏହା ଜନିତ ରୋଗର ଆଶଙ୍କା କମ୍ ରହିଥାଏ ।

ଭଲ ନିଦ ହୋଇଥାଏ :

ଅନିଦ୍ରାରେ ପିଡିତ ଲୋକମାନେ ପ୍ରତ୍ୟେକଦିନ ଶୋଇବା ପୂର୍ବରୁ ବହି ପଢିବା ଆବଶ୍ୟକ । ଏହାଦ୍ୱାରା ମସ୍ତିଷ୍କର ସ୍ନାୟୁ ଶାନ୍ତ ହୋଇ ଭଲ ଏବଂ ଗଭୀର ନିଦ ହେବାରେ ସାହାଯ୍ୟ କରିଥାଏ । ଏଥିଲାଗି ଶୋଇବା ପୂର୍ବରୁ ୧ ଘଣ୍ଟା ବହି ପଢନ୍ତୁ ।

ଏକାପଣ ହୋଇଥାଏ ଦୂର :

କୁହାଯାଏ ବହି ମଣିଷର ଭଲ ବନ୍ଧୁ ହୋଇଥାଏ । ବ୍ୟକ୍ତିର ଏକାପଣ ଦୂର କରିବାରେ ସାହାଯ୍ୟ କରିଥାଏ ।

   Related Posts