Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ଅଂଳେଇ ମନ୍ଦିରରୁ ଦାନବାକ୍ସ ଉଠାଇନେଲେ ଦୁର୍ବୃତ୍ତ
  • ||
  • କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡ଼ା ଟିଟିଏସରେ ଛାତ୍ର ଅଶାନ୍ତି, ଷ୍ଟାଇପେଣ୍ଡ ଟଙ୍କା ନମିଳିବାରୁ ବିକ୍ଷୋଭ
  • ||
  • ଜଳେଶ୍ବର : ଅବକାରୀ ବିଭାଗ ଦ୍ଵାରା ୪ ଚୋରା ଦେଶୀ ମଦ ବେପାରୀ ଗିରଫ, ୨ଶହ ଲିଟରରୁ ଅଧିକ ଦେଶୀ ମଦ ଜବତ
  • ||
  • ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଦୀପପାଳ ଗାଁରେ ଅଭାବନୀୟ ଘଟଣା, ଘର ଭିତରୁ ମିଳିଲା ନବ ବିବାହିତାଙ୍କ ମୃତଦେହ, ବାପଘର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ସାନଖେମୁଣ୍ଡି : ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ସୁଂଦୁରିଆପଲି ଗାଁ ନିକଟ ଋଷିକୁଲ୍ୟା ନଦୀରେ ବୁଡି ବୃଦ୍ଧା ମୃତ, ଶୌଚ ହେବାକୁ ଯାଇଥିବା ବେଳେ ବୁଡିଗଲେ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||

ପ୍ରତିଦିନ ଖାଆନ୍ତୁ ଗୋଟିଏ ସିଝା ଅଣ୍ଡା, ମିଳିବ ଚମତ୍କାର ଫାଇଦା

4/08/2021 at 12:35 PM

ନୂଆଦିଲ୍ଲୀ ୦୪/୦୮ : ଅଣ୍ଡାରେ ନ୍ୟୁଟ୍ରିସନ୍ ଭରପୁର ମାତ୍ରାରେ ମିଳିଥାଏ, କିନ୍ତୁ ଏହାର ନ୍ୟୁଟ୍ରିସନ୍ ଭାଲ୍ୟୁ ମଧ୍ୟ ଏହାର ରନ୍ଧନ ଶୈଳୀ ଏବଂ ଖାଇବା ସମୟ ଉପରେ ନିର୍ଭର କରିଥାଏ । ଏହାକୁ ଅନେକ ଉପାୟରେ ଖାଇହେବ, କିନ୍ତୁ ଏହାକୁ ସିଝାଇ ଖାଇବା ଦ୍ୱାରା ଅଧିକ ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞମାନେ ମଧ୍ୟ ବିଶ୍ୱାସ କରନ୍ତି ଯେ କଠିନ ସିଝା ହୋଇଥିବା ଅଣ୍ଡା ଅଧିକ ଲାଭଦାୟକ ହୋଇଥାଏ କାରଣ ଏହା କରିବା ଦ୍ୱାରା ଏଥିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆ ମରିଯାଇଥାନ୍ତି । ଅଣ୍ଡାରେ ପ୍ରୋଟିନ୍, ଆଇରନ୍, ଭିଟାମିନ୍ ଏ, ବି ୬, ବି ୧୨, ଫୋଲେଟ୍, ଆମିନୋ ଏସିଡ୍, ଫସଫରସ୍ ଏବଂ ସେଲେନିୟମ୍ ଏସେନସିଆଲ୍ ଅନସାଚୁରେଟେଡ୍ ଫ୍ୟାଟି ଏସିଡ୍ ଭରପୂର ମାତ୍ରାରେ ମିଳିଥାଏ । ଆସନ୍ତୁ ଜାଣିବା ସିଝା ଅଣ୍ଡା ଖାଇବାର ଫାଇଦା ବିଷୟରେ…

How to make the perfect hard boiled eggs

ପ୍ରୋଟିନରେ ଭରପୁର :

ଶରୀରରେ ଶକ୍ତି ବଜାୟ ରଖିବାରେ ପ୍ରୋଟିନ୍ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯଦି ଆମେ ଜଳଖିଆରେ ସିଝା ଅଣ୍ଡା ଖାଇଥାଉ, ତେବେ ଆମ ଶରୀରକୁ ପ୍ରୋଟିନ୍ ମିଳିଥାଏ ଏବଂ ଆମେ ଦିନସାରା ଏନର୍ଜିରେ ପରିପୂର୍ଣ୍ଣ ରହିଥାଉ ।

କୋଲେଷ୍ଟ୍ରଲ୍ ବାଲାନ୍ସ କରିଥାଏ :

ଅଣ୍ଡାରେ ଫସଫାଟାଇଡ୍ସ ଏବଂ ଓମେଗା -୩ ଏସିଡ୍ ମିଳିଥାଏ, ଯାହା ବ୍ୟାଡ୍ କୋଲେଷ୍ଟ୍ରଲକୁ ବାଲାନ୍ସ କରିଥାଏ । ତେଣୁ ଆପଣ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ପାଇଁ ପ୍ରତିଦିନ ସକାଳେ ସିଝା ଅଣ୍ଡା ଖାଇପାରିବେ । କିନ୍ତୁ ଯଦି ଆପଣ ତେଲରେ ଓମଲେଟ୍ ତିଆରି କରି ଅଣ୍ଡା ଖାଆନ୍ତି, ତେବେ ଏହା ଶରୀରରେ କୋଲେଷ୍ଟ୍ରଲକୁ ବଢାଇପାରେ ।

ବ୍ରେନ୍ ପାଇଁ ଲାଭଦାୟକ :

ଅଣ୍ଡାରେ କୋଲାଇନ୍ ନାମକ ଏକ ଏନଜାଇମ୍ ଥାଏ ଯାହା ସ୍ମୃତି ଶକ୍ତି ବଜାୟ ରଖିବା ପାଇଁ କାମ କରିଥାଏ । ଶରୀରରେ କୋଲିନର ଅଭାବ ସ୍ମୃତି ଶକ୍ତି ହରାଇବା ଭଳି ସମସ୍ୟା ସୃଷ୍ଟି କରିଥାଏ । ଯଦି ଆପଣ ନିଜ ଜଳଖିଆରେ ଏକ ସିଝା ଅଣ୍ଡାକୁ ଅନ୍ତର୍ଭୁକ୍ତ କରନ୍ତି, ତେବେ ଆପଣଙ୍କ ଶରୀରରେ କୋଲାଇନ୍‌ର ଅଭାବ ରହିବ ନାହିଁ ।

   Related Posts