ଚର୍ମ, କେଶ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ କଳା ଅଙ୍ଗୁର, ମିଳିବ ଏସବୁ ଫାଇଦା

Published By : Prameya-News7 Bureau | January 28, 2021 IST

ଭୁବନେଶ୍ବର ୨୮।୧: ଶୀତଦିନେ ପନିପରିବା ଏବଂ ଫଳ ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଏହି ଦିନେ କଳା ଅଙ୍ଗୁରକୁ ସବୁଠାରୁ ଅଧିକ ପସନ୍ଦ କରାଯାଇଥାଏ । ଅନେକ ସମୟରେ ମନରେ ପ୍ରଶ୍ନ ଆସେ କଳା ଅଙ୍ଗୁର ଏବଂ ସବୁଜ ଅଙ୍ଗୁରୁ ମଧ୍ୟରୁ କେଉଁ ଅଙ୍ଗୁର ସବୁଠାରୁ ଅଧିକ ଲାଭଦାୟକ ହୋଇଥାଏ । ଗୁଣ ଅନୁସାରେ ଦୁଇଟିଯାକ ଲାଭଦାୟକ କିନ୍ତୁ କଳା ଅଙ୍ଗୁର ସ୍ବାସ୍ଥ୍ୟ ସହ ଚର୍ମ ପାଇଁ ମଧ୍ୟ ଉତ୍ତମ ହୋଇଥାଏ । 

କଳା ଅଙ୍ଗୁରର ପୋଷାକ ତତ୍ତ୍ବ :

ଅଙ୍ଗୁରରେ ଗ୍ଲୁକୋଜ୍, ମଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି ପୋଷାକ ତତ୍ତ୍ବ ଭରପୁର ରହିଥାଏ । ଅନେକ ରୋଗରୁ ଉପଶମ ପାଇବା ପାଇଁ ଅଙ୍ଗୁର ଖାଇବା ଲାଭଦାୟକ ହୋଇଥାଏ । ଟିବି, କ୍ୟାନ୍ସର ଏବଂ ରକ୍ତସଂକ୍ରମଣ ଭଳି ରୋଗ ପାଇଁ ଏହା ବିଶେଷ ସହାୟକ ହୋଇଥାଏ ।

ଚର୍ମ, କେଶ ଏବଂ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ :

କଳା ଅଙ୍ଗୁର ଖାଇବା ଦ୍ବାରା ମଧୁମେହ ରୋଗ ଭଲ ହୋଇଥାଏ । ଏହି ଅଙ୍ଗୁରରେ ରେସଭେରାଟ୍ରଲ୍ ନାମକ ଏକ ପଦାର୍ଥ ରହିଥାଏ ଯାହା ରକ୍ତରେ ଇନ୍ସୁଲିନ୍ ବଢ଼ାଇଥାଏ । ଏହି ଉପାୟରେ ସୁଗାର୍ ର ସନ୍ତୁଳନ ଠିକ୍ ରହିଥାଏ । ଏହା ଶରୀରରେ ରକ୍ତ ପ୍ରବାହକୁ ବଢ଼ାଇଥାଏ । ଏଥିପାଇଁ ରକ୍ତଚାପ ସମସ୍ୟା ମଧ୍ୟ ରହିନଥାଏ ।

କଳା ଅଙ୍ଗୁରରେ ଥିବା ସାଇଟୋକେମିକଲ୍ସ ହୃତପିଣ୍ଡକୁ ସୁସ୍ଥ ରଖିଥାଏ । ଏହା ଶରୀରରେ କୋଲେଷ୍ଟ୍ରଲର ମାତ୍ରା ମଧ୍ୟ ନିୟନ୍ତ୍ରଣରେ ରଖିଥାଏ ।

ରେସଭେରାଟ୍ରଲ ତତ୍ତ୍ବ ବ୍ୟାକ୍ଟେରିଆ ଏବଂ ଫଙ୍ଗସକୁ ନଷ୍ଟ କରିଥାଏ । ଯାହାକି ଶରୀରରେ କୌଣସି ପ୍ରକାରର ସଂକ୍ରମଣ ସୃଷ୍ଟି କରିପାରେ । ଏହା ପୋଲିଓ ଏବଂ ହର୍ପ୍ସ ଭଳି ରୋଗ ସହ ଲଢିବାରେ ସାହାଯ୍ୟ କରିଥାଏ କାରଣ କଳା ଅଙ୍ଗୁରରେ ଭାଇରସ୍ ସହ ଲଢ଼ିବାର କ୍ଷମତା ରହିଥାଏ ।

କଳା ଅଙ୍ଗୁର ଚର୍ମକୁ ଲୋଚାକୋଚା ହେବାରୁ ଦୂରରେ ରଖିଥାଏ ଚର୍ମକୁ ଉଜ୍ଜ୍ବଳ ରଖିଥାଏ । ଏହାକୁ କ୍ରମାଗତ ଭାବରେ ଖାଇବା ଦ୍ବାରା ତ୍ବଚା ଉଜ୍ବଳ ହୋଇଥାଏ । ଏଥିରେ ଥିବା ଭିଟାମିନ୍-ସି ଚର୍ମ ସେଲକୁ ସୁସ୍ଥ ରଖିଥାଏ ।

ଏଥିରେ ଥିବା ଭିଟାମିନ୍-ଇ ରୁପି, କେଶ ଝଡ଼ିବା ବା ଧଳା ହେବାର ସମସ୍ୟା ଦୂର କରିଥାଏ । ମସ୍ତିସ୍କର ଚର୍ମ ଶକ୍ତ ହୋଇଥାଏ ଯାହା ଫଳରେ କେଶ ଘନ, ନରମ ଏବଂ ମଜବୁତ ହୋଇଥାଏ ।

ମାଇଗ୍ରେନ୍ ସମସ୍ୟା ଥିବା ଲୋକ କଳା ଅଙ୍ଗୁର ରସ ପିଇବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ | କିଛି ଦିନ କଳା ଅଙ୍ଗୁର ରଶ ପିଇବା ଦ୍ବାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.