ଶୋଇବା ପୂର୍ବରୁ ଶରୀରର ଏହି ଅଂଗରେ ଘଷନ୍ତୁ ଫିଟିକିରି, ହେବ ଏହି ସବୁ ଫାଇଦା

Published By : Prameya-News7 Bureau | May 27, 2019 IST

ଆୟୁର୍ବେଦ ଅନୁସାରେ ଫିଟ୍‌କିରିରେ ଅନେକ ଔଷଧୀୟ ଗୁଣ ଅଛି। ଏହା ଶରୀରକୁ ଅନେକ ରୋଗରୁ ମୁକ୍ତି ଦେଇଥାଏ। ଶରୀରର କୌଣସି ଅଂଗରେ ଆଘାତ ଲାଗି ରକ୍ତ ବାହାରୁଥିଲେ ଫିଟ୍‌କିରି ଲଗାଇବା ଉଚିତ୍‌। କାରଣ ଫିଟ୍‌କିରୀ ଲଗାଇଲେ ରକ୍ତ ବାହାରିବ ନାହିଁ। ଫିଟ୍‌କିରୀ ଆଘାତ ଜାଗାରେ ଲଗାଇଲେ ବହୁତ ଯନ୍ତ୍ରଣା ହେବ ସତ କିନ୍ତୁ ଏହା କିଛି ସମୟ ମଧ୍ୟରେ ଠିକ୍‌ ହୋଇଯିବ। ଫିଟ୍‌କିରି ଶରୀରର ଏହି ଅଂଗରେ ଲଗାଇଲେ ବିଚିତ୍ର ପରିବର୍ତ୍ତନ ହୋଇଥାଏ।

{"id":116628}

୧- ଚେହେରାରେ ଅଧିକ ଦାଗ ଥିଲେ ଫିଟ୍‌କିରି ଲଗାଇବା ଉଚିତ୍‌। ରାତିରେ ଶୋଇବା ପୂର୍ବରୁ ତ୍ବଚାରେ ଫିଟ୍‌କିରି ଲଗାଇଲେ ଦାଗ ସଫା ହେବା ସହ ତ୍ବଚାରେ ଚମକ ମଧ୍ୟ ଫେରିଆସେ। ଏହି ପ୍ରକ୍ରିୟା କିଛି ଦିନ ଯାଏଁ ଲଗାତାର କରିଲେ ପରିବର୍ତ୍ତନ ଜାଣିହେବ।

{"id":116629,"width":567,"height":377}

୨- ଚେହେରାରେ ବ୍ରଣ ଉଠିବାର ସମସ୍ୟା ଥିଲେ ଫିଟ୍‌କିରି ଲଗାଇବା ଉଚିତ୍‌। ୨-୩ ସପ୍ତାହ ଯାଏଁ ଫିଟ୍‌କିରି ମୁହଁରେ ଘସିଲେ ବ୍ରଣ ଉଠିବା ସମସ୍ୟାର ସମାଧାନ ହେବ।

{"id":116632,"width":588,"height":263}

୩- ଅଧିକ ଖରାରେ ବାହାରିଲେ ତ୍ବଚାର ଗୋରାପୋଣ କମିଯାଏ। ଏହି ସମସ୍ୟା ପାଇଁ ପାର୍ଲର ଯାଇ ବା କୌଣସି କ୍ରିମର ବ୍ୟବହାର ନ କରି ଫିଟ୍‌କିରି ଲଗାଇଲେ ଚେହେରା ପାଇଁ ଲାଭଦାୟକ ହୋଇଥାଏ। ରାତିରେ ଶୋଇବା ପୂର୍ବରୁ ଫିଟ୍‌କିରି ଲଗାଇ ଶୋଇଲେ ଗୋରାପୋଣ ଫେରିଆସିବ। ପ୍ରତ୍ୟେକ ସମସ୍ୟା ପାଇଁ ଫିଟ୍‌କିରୀ ୧୫ମିନିଟ୍‌ରୁ ଅଧିକ ସମୟ ମୁହଁରେ ଘସିବା ଅନୁଚିତ୍‌। ୧୫ ମିନିଟ୍‌ ଯାଏଁ ଏହି ପ୍ରକ୍ରିୟା କିଛି ଦିନ ଯାଏଁ କରିଲେ ସବୁ ସମସ୍ୟାର ସମାଧାନ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.