ହୋମିଓପ୍ୟାଥି ଔଷଧରେ ସବୁବେଳେ ମିଠା ବଟିକା କାହିଁକି ବ୍ୟବହାର କରାଯାଏ, ବିଶେଷତ୍ବବିଷୟରେ ଜାଣନ୍ତୁ…
18/11/2019 at 1:53 PM

ଆଜିକାଲି ଅଧିକାଂଶ ଲୋକେ ହୋମିଓପ୍ୟାଥି ଔଷଧ ବ୍ୟବହାର କରୁଛନ୍ତି। ହେଲେ ଲୋକେ ହୋମିଓପ୍ୟାଥି ବିଷୟରେ ସବୁକିଛି ଜାଣି ନ ଥାନ୍ତି। ତେବେ ହୋମିଓପ୍ୟାଥି ଔଷଧ ବିଷୟରେ ଜାଣନ୍ତୁ ଏହି ଖାସ କଥା।

ଏଲୋପାଥି ଓ ଆୟୁର୍ବେଦିକ ଭଳି ହୋମିଓପ୍ୟାଥି ମଧ୍ୟ ଚିକିତ୍ସାର ଏକ ଉପାୟ। ହେଲେ ଏଲୋପାଥି ଭଳି ହୋମିଓପ୍ୟାଥି ଏକ୍ସପେରିମେଣ୍ଟ ପଶୁମାନଙ୍କ ଉପରେ କରାଯାଏନାହିଁ। ହୋମିଓପ୍ୟାଥି କେବଳ ମଣିଷମାନଙ୍କ ପାଇଁ ଥାଏ। କିନ୍ତୁ ହୋମିଓପ୍ୟାଥିର ଅନେକ ସାଇଡ୍ଇଫେକ୍ଟ ମଧ୍ୟ ଥାଏ। କେବେ କେବେ ହୋମିଓପ୍ୟାଥି ଔଷଧ ଖାଇଲେ ଝାଡା-ବାନ୍ତି ଓ ସ୍କିନ ଏଲର୍ଜି ଭଳି ସମସ୍ୟା ହୋଇଥାଏ। ହେଲେ କିଛି ରୋଗ ପାଇଁ ହୋମିଓପ୍ୟାଥିର ଔଷଧ ଖୁବ ଭଲ ହୋଇଥାଏ।

ହୋମିଓପ୍ୟାଥି ଔଷଧ ପାଖାପାଖି ସବୁ ରୋଗର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ହେଲେ ଅସାଧ୍ୟ ରୋଗ ପାଇଁ ହୋମିଓପ୍ୟାଥି ଔଷଧ ଖାଇବା ଉଚିତ୍। ଏଲୋପାଥି ଔଷଧ ଖାଇଲେ ରୋଗ ସମ୍ପୂର୍ଣ୍ଣ ଭାବେ ଭଲ ହୁଏ ନାହିଁ। କିଛି ସମୟ ବା ଦିନ ଯାଏଁ ଠିକ୍ ହୁଏ ସତ ହେଲେ ପୁଣି ହୋଇଥାଏ। କିନ୍ତୁ ହୋମିଓପ୍ୟାଥି ଖାଇଲେ ତାହା ସମ୍ପୂର୍ଣ୍ଣ ଭାବେ ଭଲ ହୋଇଯାଏ।

ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କିଛି ଖାଦ୍ୟ ଖାଇବା ପାଇଁ ବାରଣ କରିଥାନ୍ତି। ହୋମିଓପ୍ୟାଥି ଔଷଧ ଖାଇଲେ ଡାକ୍ତର କଫି ପିଇବା ପାଇଁ ମନା କରନ୍ତି କାରଣ କଫିରେ କେଫିନ୍ ମାତ୍ରା ରହେ। କେଫିନ୍ ଖାଇଲେ ଏହି ଔଷଧର ପ୍ରଭାବ ପଡିବ ନାହିଁ। କେବଳ ସେତିକି ନୁହେଁ ଏହି ଔଷଧ ଖାଇବା ସମୟରେ କିଛି ଡାକ୍ତର ପର୍ଫ୍ୟୁମ ଲଗାଇବା ପାଇଁ ମଧ୍ୟ ମନା କରନ୍ତି।

ହୋମିଓପ୍ୟାଥି ଔଷଧ ଦେଖିବାରେ ଛୋଟ ହୋଇଥଆଏ ସତ ହେଲେ ଏହାର ଅନେକ ବିଶେଷତ୍ବ ରହିଛି। ଡାକ୍ତରଙ୍କ ଅନୁସାରେ ହୋମିଓପ୍ୟାଥି ଔଷଧ କାଚ ଡବାରେ ରଖିବା ଉଚିତ୍। ଏହାକୁ ପ୍ଲାଷ୍ଟିକ ଡବାରେ ରଖାଯାଏ ସତ ହେଲେ କାଚ ଡବାରେ ଏହା ରଖିବା ଭଲ ହୋଇଥାଏ। କାରଣ ଏଥିରେ କିଛି ମାତ୍ରାର ଆଲକୋହଲ ବ୍ୟବହାର କରାଯାଏ। ସେଇ କାରଣରୁ ମିଠା ମିଠା ବଟିକା ଉପରେ ଏହି ଓଷଧ ପକାଇ ଖାଇବାକୁ ଦିଆଯାଇଥାଏ ।