ଶନିବାର ଦିନ ଅଶ୍ୱତ୍ଥ ଗଛକୁ ପୂଜା କରୁଛନ୍ତି କି ? ଜାଣନ୍ତୁ ଏହାର ମହତ୍ୱ

Published By : Prameya-News7 Bureau | December 22, 2018 IST

ଭୁବନେଶ୍ୱର ୨୨/୧୨ : ଆମ ଭିତରେ ଅଧିକାଂଶ ଲୋକେ ଅଶ୍ୱତ୍ଥ ଗଛକୁ ପୂଜା କରିଥାଉ | ଅଶ୍ୱତ୍ଥ ଗଛକୁ ପୂଜା କରିବାରେ କିଛି ନୀତି ନିୟମ ରହିଛି | ଏହି ନୀତି ନିୟମ ଅନୁସାରେ ପୂଜା କଲେ ସୁଫଳ ମିଳିଥାଏ ବୋଲି ବିଶ୍ୱାସ ରହିଛି | ହିନ୍ଦୁ ଧର୍ମରେ ଅଶ୍ୱତ୍ଥ ଗଛର ଅନେକ ମହତ୍ୱ ରହିଛି | ସବୁ ଗଛମାନଙ୍କ ମଧ୍ୟରୁ ପିପଳ ଗଛକୁ ଶୁଦ୍ଧ ଏବଂ ପୂଜନୀୟ ବୋଲି ବିଶ୍ୱାସ କରାଯାଏ | ଏହାକୁ ବିଶ୍ୱ ବୃକ୍ଷ, ଚୈତ୍ୟ ବୃକ୍ଷ ବା ବାସୁଦେବ ମଧ୍ୟ କୁହାଯାଇଥାଏ | ଶାସ୍ତ୍ରରେ କୁହାଯାଇଛି ଯେ, ଅଶ୍ୱତ୍ଥ ଗଛରେ ପ୍ରତ୍ୟେକ ପତ୍ରରେ ଭଗବାନ ବିଷ୍ଣୁ ବାସ କରନ୍ତି | ଅଶ୍ୱତ୍ଥ ଗଛକୁ ପୂଜା କରିବାରେ ବୈଜ୍ଞାନିକ କାରଣ ମଧ୍ୟ ରହିଛି | ଶନିବାର ଦିନ ଅଶ୍ୱତ୍ଥ ଗଛକୁ ପୂଜା କରାଯାଇଥାଏ | ଏହାଦ୍ୱାରା କାମରେ ସଫଳତା ମିଳିଥାଏ ବୋଲି କୁହାଯାଏ | ତେବେ ନୀତି ନିୟମ ପାଳନ କରି ଯେଉଁମାନେ ଅଶ୍ୱତ୍ଥ ଗଛକୁ ପୂଜା କରନ୍ତି ସେମାନେ ନିହାଲ ହୋଇଯାଆନ୍ତି ବୋଲି ବିଶ୍ୱାସ ରହିଛି |

{"id":66199}


ଅଧିକାଂଶ ଗଛ ଦିନ ବେଳେ ଅମ୍ଳଜାନ ଛାଡ଼ିଥାନ୍ତି ଏବଂ ଅଙ୍ଗାରକାମ୍ଳ ଗ୍ରହଣ କରିଥାନ୍ତି | ରାତିରେ ସବୁ ବୃକ୍ଷ ଅଙ୍ଗାରକାମ୍ଳ ଛାଡ଼ିଥାନ୍ତି ଏବଂ ଅମ୍ଳଜାନ ଗ୍ରହଣ କରିଥାନ୍ତି | ସେଥିପାଇଁ ରାତିରେ ଗଛ ତଳେ ଶୋଇବା ଉଚିତ ନୁହେଁ ବୋଲି ବୈଜ୍ଞାନିକମାନେ ଦର୍ଶାଇଥାନ୍ତି | ବୈଜ୍ଞାନିକଙ୍କ ମତ ଅନୁସାରେ ଅଶ୍ୱତ୍ଥ ହେଉଛି ଏକ ମାତ୍ରା ବୃକ୍ଷ ଯିଏ ୨୪ ଘଣ୍ଟା ଅମ୍ଳଜାନ ଚଡ଼ିଟେହଇ | ସେଥିପାଇଁ ଅଶ୍ୱତ୍ଥ ଗଛ ପାଖକୁ ଗଲେ ଅନେକ ରୋଗ ଦୂର ହୋଇଥାଏ ଏବଂ ମଣିଷ ସୁସ୍ଥ ରହେ | ସେଥିପାଇଁ ଏହି ଗଛକୁ ପୂଜା ମଧ୍ୟ କରାଯାଇଥାଏ |

ଇଏ ତ ଗଲା ବୈଜ୍ଞାନିକ କାରଣ | ଆସନ୍ତୁ ଜାଣିବା ପିପଳ ଗଛକୁ ପୂଜା କରିବା ପଛରେ କଣ ରହିଛି ଧାର୍ମିକ କାରଣ :
ଅଶ୍ୱତ୍ଥ ଗଛକୁ ପୂଜା କରିବା ପଛରେ ଚମତ୍କାର ଧାର୍ମିକ ତଥ୍ୟ ରହିଛି | ଶ୍ରୀମଦ ଭାଗବତ ଗୀତରେ ଶ୍ରୀକୃଷ୍ନ କହିଛନ୍ତି ଯେ, "ଅଶ୍ୱତ୍ଥ: ସର୍ବ ବୃକ୍ଷଣ୍ୟମ, ମୂଳତୋ ବ୍ରହ୍ମରୂପାୟ, ମଧ୍ୟତୋ ବିଷ୍ଣୁରୂପିଣେ, ଅଗ୍ରତ : ଶିବରୂପାୟ ଅଶ୍ଵତ୍ଥାୟ ନମୋ ନମଃ" ଅର୍ଥାତ ବୃକ୍ଷ ମାନଙ୍କ ମଧ୍ୟରେ ମୁଁ ଅଶ୍ୱତ୍ଥ | ଅଶ୍ୱତ୍ଥର ମୂଳରେ ଭଗବାନ ବ୍ରହ୍ମା, ମଧ୍ୟରେ ଭଗବାନ ବିଷ୍ଣୁ ଏବଂ ଅଗ୍ରଭାଗରେ ଭଗବାନ ଶିବ ବାସ କରନ୍ତି | ଭାରତୀୟ ପରମ୍ପରାରେ ଅନେକ ବୃକ୍ଷକୁ ଦେବଦେବୀଙ୍କ ରୂପ ଭାବେ ବିଶ୍ୱାସ କରି ପୂଜା କରାଯାଏ |

{"id":66200,"width":583,"height":388}


ଅଶ୍ୱତ୍ଥ ଗଛରେ ପ୍ରତିଦିନ ଜଳ ଅର୍ପଣ କଲେ ମନୋସ୍କାମନା ପୁର୍ଣ ହୋଇଥାଏ | ଏହାସହ ଶତ୍ରୁଙ୍କ ବିନାଶ ମଧ୍ୟ ହୋଇଥାଏ | ନିୟମିତ ଭାବେ ପୂଜା କଲେ ଧନ ସମ୍ପତ୍ତି, ସୁଖ ଶାନ୍ତି, ସନ୍ତାନ ପ୍ରାପ୍ତି ଏବଂ ଐଶ୍ୱର୍ଯ୍ୟ ପ୍ରାପ୍ତି ହୋଇଥାଏ | କୌଣସି ଗ୍ରହ ଦୋଷ ଥିଲେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କଲେ ଗ୍ରହ ଦୋଷ ମଧ୍ୟ ଖଣ୍ଡନ ହୋଇଥାଏ | ବିଶେଷ କରି ଶନିବାର ଏବଂ ଅମାବାସ୍ୟାରେ ଅଶ୍ୱତ୍ଥ ବୃକ୍ଷକୁ ପୂଜା କଲେ ସୁଫଳ ମିଳିଥାଏ | ଅଶ୍ୱତ୍ଥ ବୃକ୍ଷ ମୂଳରେ ସୋରିଷ ତେଲ ଦୀପ ଜାଳିଲେ ତାର ଅନେକ ଲାଭ ରହିଛି | ତେବେ ପ୍ରତିଦିନ ଯଦି ଏଭଳି କରିବା ସମ୍ଭବପର ନହୁଏ ତାହେଲେ ପ୍ରତ୍ୟେକ ଶନିବାର ଦିନ ଏଭଳି କଲେ ମଧ୍ୟ ଲାଭ ମିଳିଥାଏ |

{"id":66201}


ରବିବାର ଦିନ ଅଶ୍ୱତ୍ଥ ବୃକ୍ଷ ମୂଳରେ ଜଳ ଢ଼ାଳିବା ପାଇଁ ଶାସ୍ତ୍ରରେ ବାରଣ କରାଯାଇଛି | ଏହା କରିବା ଦ୍ୱାରା ମଣିଷ ଦରିଦ୍ର ହୋଇଯାଇଥାଏ | ଅଶ୍ୱତ୍ଥ ବୃକ୍ଷକୁ କାଟିବା ପାଇଁ ମଧ୍ୟ ମନା କରାଯାଇଥାଏ | ଏହା କରିବା ଦ୍ୱାରା ବଂଶ ବୃଦ୍ଧିରେ ସମସ୍ୟା ଦେଖା ଦେଇଥାଏ | ତେବେ କୌଣସି ପୂଜା କିମ୍ବା କୌଣସି ମହତ କାର୍ଯ୍ୟ ପାଇଁ ଏହି ବୃକ୍ଷକୁ କାଟିବା ଦୋଷାଯୁକ୍ତ ନୁହେଁ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.