ବଲାଙ୍ଗୀର: ଶିବିରରେ ଭିନ୍ନକ୍ଷମ ହିତାଧିକାରୀଙ୍କୁ ଅଣଦେଖା ଅଭିଯୋଗ, ଉପକରଣ ପାଇବା ଆଶାରେ ଆସିଥିଲେ, ଖାଲି ହାତରେ ଫେରିଗଲେ

Published By : Prameya-News7 Bureau | December 28, 2020 IST

ବଲାଙ୍ଗୀର୨୮/୧୨: ଭିନ୍ନକ୍ଷମ ଶିବିରରେ ଭିନ୍ନକ୍ଷମମାନଙ୍କୁ ଅଣଦେଖା ଅଭିଯୋଗ। ବିଭିନ୍ନ ଉପକରଣ ପାଇବା ଆଶାରେ ଫେରିଗଲେ ହିତାଧିକାରୀ। ଶିବିରରେ ଅବ୍ୟବସ୍ଥାକୁ ନେଇ କଲେ ଅଭିଯୋଗ। ବର୍ଷ ବର୍ଷ ଧରି ଭିନ୍ନକ୍ଷମ ପତ୍ର ଓ ଉପରଣ ପାଇବାରୁ ବଞ୍ଚିତ ହେଉଛନ୍ତି ହଜାର ହଜାର ହତାଧିକାରୀ।ସେପଟେ ସବୁ କିଛି ଠିକଠାକ ଚାଲିଥିବା କହିଲେ ସାମାଜିକ ସୁରକ୍ଷା ଅଧିକାରୀ। ଭିନ୍ନକ୍ଷମଙ୍କୁ ସକ୍ଷମ କରିବା ପାଇଁ ରାଜ୍ୟ ଏବଂ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ବ୍ୟବସ୍ଥା କରିଛନ୍ତି। ହେଲେ ସେହି ସମସ୍ତ ସୁବିଧା ସୁଯୋଗରୁ ଏମାନେ ବଞ୍ଚିତ ହେଉଛନ୍ତି।

{"id":383889,"sizeSlug":"large","linkDestination":"none"}

ଭିନ୍ନକ୍ଷମ ହିତାଧିକାରୀଙ୍କ ପାଖକୁ କେବଳ କାଗଜପତ୍ରରେ ପହଞ୍ଚି ପାରୁଛି। ଯାହାର ଜ୍ବଳନ୍ତା ଉଦାହରଣ ଆଜି ବଲାଙ୍ଗୀର ଜିଲ୍ଲାରେ ଆରମ୍ଭ ହୋଇଥିବା ଭିନ୍ନକ୍ଷମଙ୍କୁ ବିଭିନ୍ନ ଉପକରଣ ବଣ୍ଟନ ଶିବିରରେ ଦେଖିବାକୁ ମିଳିଛି। ସେପଟେ ଖାଇବା ଠାରୁ ବସିବା ପର୍ଯ୍ୟନ୍ତ ଶିବିରରେ କୌଣସି ପ୍ରକାର ସୁବିଧା ନଥିବା ବେଳେ କୋଭିଡ ନିୟମକୁ ମଧ୍ୟ ଖୋଲା ଖୋଲି ଉଲଙ୍ଘନ କରାଯାଇଛି । ସେପଟେ କିନ୍ତୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି ଯେ ସବୁ କିଛି ଠିକ ଅଛି।

{"id":383890,"sizeSlug":"large","linkDestination":"none"}

ବଲାଙ୍ଗୀର ସହର ସମେତ ବିଭିନ୍ନ ବ୍ଲକରୁ ଭିନ୍ନକ୍ଷମମାନେ ଆସି ଯୋଗଦେବା ସହ  ନାଁ ପଞ୍ଜିକରଣ କରିଥିଲେ। ଯାହାର ନାଁ ପଞ୍ଜିକରଣ  ହୋଇ ନାହିଁ, ତାହା କରିବା ସହ ବିଭିନ୍ନ ଖୋଲାଯାଇଥିବା ବିଭାଗରେ ସେମାନେ ତାଙ୍କ ଅଭିଯୋଗ ଜଣାଇଥିଲେ। ପରେ ସେମାନଙ୍କୁ ଡିଜିଟାଲ ମାଧ୍ୟମରେ ଫଟୋ ଉଠାଇବାକୁ ପଠାଯାଇଥିଲା। ପରେ ଗୋଟିଏ ପ୍ରମାଣପତ୍ର ମିଳିଥିଲା। ତେବେ ବିଭିନ୍ନ ଗ୍ରାମରୁ ବ୍ଲକରୁ ଆସିଥିବା ଭିନ୍ନକ୍ଷମ ହିତାଧିକାରୀଙ୍କ ପାଇଁ ଶିବିରରେ କୌଣସି ବ୍ୟବସ୍ଥା ନଥିବା ଅଭିଯୋଗ କରିଥିବା ବେଳେ ସେମାନଙ୍କୁ ଖାଲି ଖାଲି ମଧ୍ୟ ଫେରିବାକୁ ପଡିଥିଲା।

ସେଥିମଧ୍ୟରେ କିଛି ଶିକ୍ଷିତ ଓ କଲେଜ ପାଠପଢୁଥିବା ଯୁବକ ମଧ୍ୟ ରହିଥିଲେ ଓ ତାଙ୍କୁ ଆବଶ୍ୟକ ଥିବା ଉପକରଣ ନେବା ପାଇଁ ଧ୍ୟଅ ଆସିଥିଲେ ଯାହା ପରବର୍ତ୍ତି ସମୟରେ ମିଳିବା ଆସା ନେଇ ଫେରିଛନ୍ତି ଭିନ୍ନକ୍ଷମ ହିତାଥିକାରୀ। ହେଲେ ଏନେଇ ଜିଲଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ସମସ୍ତ ଘଟଣାକୁ ନେଇ ପଚାରିବାରୁ ସବୁକିଛି ଠିକ ଚାଲିଥିବା କହିଛନ୍ତି ଅଧିକାରୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.