ବ୍ୟାଙ୍କ୍ ଖାତା ନଥିଲେ ମିଳିବନି ସ୍କିମ୍ ଟଙ୍କା ? ରାଜ୍ୟର ୫୭୧ ସ୍ଥାନରେ ବ୍ୟାଙ୍କ୍ ସେବା ଲାଗି ବ୍ୟାଙ୍କର୍ସ କମିଟିର ନିଷ୍ପତ୍ତି

Published By : Prameya-News7 Bureau | December 21, 2019 IST

ଭୁବନେଶ୍ବର ୨୧।୧: କୌଣସି ସ୍କିମରେ ହିତାଧିକାରୀଙ୍କୁ ଦିଆଯିବନି ନଗଦ ଟଙ୍କା । ଏଣିକି ହିତାଧିକାରୀଙ୍କ ଆକାଉଣ୍ଟକୁ ସିଧା ସ୍କିମ୍ ଟଙ୍କା ପଠାଇବେ ସରକାର । ଷ୍ଟେଟ୍ ଲେବଲ ବ୍ୟାଙ୍କର୍ସ କମିଟି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

ଖୁବ୍ ଶୀଘ୍ର ରାଜ୍ୟର ୫୭୧ ସ୍ଥାନରେ ବ୍ୟାଙ୍କ୍ ସେବା ଯୋଗାଇଦେବାକୁ ବ୍ୟାଙ୍କର୍ସ କମିଟି ପକ୍ଷରୁ ନିଷ୍ପତ୍ତି ହୋଇଛି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପ୍ରତି ଗାଁର ୫କି.ମି. ଭିତରେ ବ୍ୟାଙ୍କ ରହିବା ଆବଶ୍ୟକ । ଖୁବ୍ ଶୀଘ୍ର ସ୍ବାଭିମାନ ଅଞ୍ଚଳରେ ୨ଟି ଏସବିଆଇ ଶାଖା ଖୋଲିବା ନେଇ ଷ୍ଟେଟ୍ ଲେଭଲ ବ୍ୟାଙ୍କର୍ସ କମିଟି ବୈଠକରେ ଆଲୋଚନା ହୋଇଛି ।

୨୦୨୦ରେ ପ୍ରତି ବିଭାଗର ସମସ୍ତ ନେଣଦେଣ ଡିଜିଟାଲ ପେମେଣ୍ଟ ଜରିଆରେ ହେବ । ଓଡ଼ିଶାର ୪ ହଜାର ୯ଶହ ୨୧ ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା । ଲୋକଙ୍କ ସୁବିଧା ପାଇଁ ତୁରନ୍ତ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟରେ ବ୍ୟାଙ୍କ୍ ଖୋଲାଯିବା ନେଇ ସୂଚନା ମିଳିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.