ଏଣିକି ଆଧାର ସଂଯୋଗ ନକଲେ ମିଳିବନି ଭତ୍ତା, ଏପ୍ରିଲ ପହିଲାରୁ ହେବ ଲାଗୁ

Published By : Prameya-News7 Bureau | January 02, 2020 IST

ଭୁବନେଶ୍ବର ୨।୧: ଏଣିକି ଆଧାର ନଥିଲେ ମିଳିବନି ଭତ୍ତା । ଆଧାର ସଂଯୋଗ କରି ନଥିଲେ ଏପ୍ରିଲ ପହିଲାରୁ ହିତାଧିକାରୀଙ୍କୁ ଭତ୍ତା ମିଳିବନି । ଭତ୍ତା ପାଇଁ ଆଧାର ଲିଙ୍କ୍ କରିବାକୁ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ସଚିବ ଭାଷ୍କାର ଶର୍ମାଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । ମାର୍ଚ୍ଚ ୧୫ ସୁଦ୍ଧା ସମସ୍ତ ପେନସନଧାରଙ୍କୁ ଆଧାର ଲିଙ୍କ୍ କରିବାକୁ ଏହି ଚିଠିରେ ଉଲ୍ଲେଖ କରାଯାଇଛି ।

ନ୍ୟାସନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମ ଅନୁସାରେ ଆଧାର ଲିଙ୍କର ଡେଡଲାଇନ୍ ଅକ୍ଟୋବର ୨୦୧୯ ଯାଏଁ ଥିଲା । ତେବେ ଏହାକୁ ପୁଣି ଥରେ ଏପ୍ରିଲ ଯାଏଁ ସମୟ ଦେଇଛନ୍ତି ରାଜ୍ୟ ସରକାର । ବର୍ତ୍ତମାନ ରାଜ୍ୟରେ ୪୯ଲକ୍ଷ ୨୪ହଜାର ୧୯୧ଜଣଙ୍କୁ ମିଳୁଛି ଭତ୍ତା ।

ସେଥିରୁ ୩୯ଲକ୍ଷ ୫ହଜାର ୯୭୫ଜଣଙ୍କର ଆଧାର ଲିଙ୍କ୍ ହୋଇଛି । ସେଥିରୁ ୩୫ଲକ୍ଷ ୪୩ହଜାର ୩୫୮ଜଣଙ୍କର ଆଧାର ଯାଞ୍ଚ ହୋଇସାରିଛି । ତେବେ କେବଳ ୯ଲକ୍ଷ ୯୦ହଜାର ୭୮୫ଜଣ ହିତାଧିକାରୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସହିତ ଆଧାର ଲିଙ୍କ୍ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.