ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ହିତାଧିକାରୀ, ମିଳୁନି ଆବାସ ଯୋଜନାର କିସ୍ତି

Published By : Prameya-News7 Bureau | March 03, 2021 IST

ରାଇରଙ୍ଗପୁର, ୩/୩: ଗରିବଙ୍କ ପାଇଁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ଯୋଗାଇ ଦେଉଛନ୍ତି । କିନ୍ତୁ ଘର ଖଣ୍ଡେ କରିବାପରେ ହିତାଧିକାରୀ ସରକାରୀ ଅର୍ଥ ପାଇବା କୁ ନାହିଁ ନ ନଥିବା ହଇରାଣ ହୋଉଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରେ ହିତାଧିକାରୀ ତାଲା ପକାଇବା ପର୍ଯ୍ୟନ୍ତ ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅନ୍ତର୍ଗତ ଗୁହାଳଡାଙ୍ଗରି ଗ୍ରାମ ପଞ୍ଚାୟତରେ ଏପରି ଅଭାବନୀୟ ଘଟଣା ଘଟିଛି ।

ସୂଚନା ଅନୁସାରେ, ଗୁହାଳ ଡାଙ୍ଗରି ଗ୍ରାମପଞ୍ଚାୟତର ଅନେକ ହିତାଧିକାରୀ ଘରକାମ ଆରମ୍ଭ କରିବା ପରେ ମଧ୍ୟ ୬ ମାସରୁ ଉର୍ଦ୍ଧ୍ଵ ହେଲାଣି ନିଜର ପ୍ରଥମ କିସ୍ତି ଟଙ୍କା ପାଇ ନାହାଁନ୍ତି । ମାସ ମାସ ଧରି ପଞ୍ଚାୟତ କାର୍ଯ୍ୟାଳୟକୁ ଦୌଡି ଦୌଡି ଚପଲ ଘସିଗଲା କିନ୍ତୁ ଟଙ୍କା ମିଳିଲା ନାହିଁ । ପଞ୍ଚାୟତ ନିର୍ବାହୀ ଅଧିକାରୀ କୁଆଡେ ଉତ୍କଚ ପାଇଁ ମାସ ମାସ ଧରି କାଗଜ ପତ୍ର ବ୍ଲକ କାର୍ଯ୍ୟାଳୟକୁ ପଠାଉ ନାହାନ୍ତି ବୋଲି ସୂଚନା ମିଳୁଛି ।

ବୁଧବାର ହିତାଧିକାରୀ ଅନ୍ୟ ଉପାୟ ନ ପାଇ ପଞ୍ଚାୟତ କାର୍ଯ୍ୟଳୟରେ ତାଲା ପକାଇ ଦେଇଥିଲେ । ଖବର ପାଇ ରାଇରଙ୍ଗପୁର ବିଡ଼ିଓ ଓ ଗୋରୁମହିଷାଣି OIC ଘଟଣାସ୍ଥଳକୁ ଯାଇ ଲୋକଙ୍କୁ ବୁଝାସୁଝା କରିଥିଲେ । ଟଙ୍କା ଅତିଶୀଘ୍ର ପଇଠ କାରାଯିବାର ପ୍ରତିଶ୍ରୁତି ଦେବାପରେ ହିତାଧିକାରୀ ତାଲା ଖୋଲିଥିଲେ ।

ବିଡ଼ିଓଙ୍କୁ ଏ ବିଷୟରେ ପଚାରିବାରୁ ସରପଞ୍ଚଙ୍କୁ ପଚାରନ୍ତୁ ବୋଲି ନିଜ ପ୍ରତିକ୍ରିୟା ଦେଇଥିଲା ବେଳେ ସରପଞ୍ଚ କିନ୍ତୁ ହିତାଧିକାରୀ ମାସ ମାସ ଧରି ଟଙ୍କା ନ ପାଇ ଏପରି ପଦକ୍ଷେପ ନେଇଥିବା ସ୍ୱୀକାର କରିଛନ୍ତି । କିଛି ସରକାରୀ ବାବୁଙ୍କ ଅର୍ଥ ଲାଳସା ସହିତ ଦାଇତ୍ୱହୀନତା ପାଇଁ ଗରିବ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗ କରୁଥିଲା ବେଳେ ସରକାରଙ୍କ ଯୋଜନା ବାଟ ମାରଣା ହେଉଥିବା ସାଧାରଣରେ ଆଲୋଚନା ହଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.