ପାରିବାରିକ କଳହର କରୁଣ ପରିଣତି, ଜୀବନ ହାରିଲେ ବଙ୍ଗାଳି ମିସ୍ତ୍ରୀ

Published By : Prameya-News7 Bureau | April 13, 2021 IST

କେନ୍ଦୁଝର ୧୩/୪ : କେନ୍ଦୁଝର ତେଲକୋଇ ଥାନା ବେହେରା ସାହିରେ ଅଭାବନୀୟ ଘଟଣା । ପାରିବାରିକ କଳହକୁ ନେଇ ଜଣେ ବଙ୍ଗାଳୀ ମିସ୍ତ୍ରୀ ଆତ୍ମହତ୍ୟା କରିଛନ୍ତି । ସ୍ଥାନୀୟ ମହିଳା ସମିତି ଘରେ ଭଡାରେ ରହି  ମିସ୍ତ୍ରୀ ଭାବେ କାମ କରୁଥିଲେ ସେହଜାବୁଲ ଶେଖ । ତାଙ୍କ ଘର ୱେଷ୍ଟବେଙ୍ଗଲର ମୁର୍ଶିଦାବାଦ ଜିଲ୍ଲା ରଘୁନାଥଗଞ୍ଜ ଥାନା ଅହମଦପୁର ଗାଁରେ ।

ଦୀର୍ଘ ଦିନ ହେବ ନିଜ ଭଣଜା ଜଲ୍ଲାବାବୁ ଶେଖ ଓ ଅନ୍ୟ ସାଥିଙ୍କ ସହିତ ରହି କାମ କରୁଥିଲେ । ଦୁଇ ତିନି ଦିନ ହେବ ନିଜ ସ୍ତ୍ରୀଙ୍କ ସହିତ ଫୋନରେ ଲଗାତାର ଝଗଡା ଚାଲୁଥିଲା । ତେବେ ସେ ଆଜି ମାନସିକ ଭାରସାମ୍ୟ ହରାଇ ଭଡା ଘରେ କେହି ନଥିବା ସମୟରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ଭଣଜା ଦେଖିବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ତେଲକୋଇ ମେଡିକାଲ କୁ ନେଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେଲକୋଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.