Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଟି-୨୦ ବିଶ୍ଵ କପ୍ ଖେଳିବେ ନାହିଁ ବେନ ଷ୍ଟୋକ୍ସ ! କୋଚ୍ କହିଲେ- ଦଳକୁ ଫେରିବା ପାଇଁ ଚାପ ପକାଇବୁ ନାହିଁ

7/09/2021 at 10:06 PM

ନୂଆଦିଲ୍ଲୀ ୦୭।୦୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଗାମୀ ଟି-୨୦ ବିଶ୍ଵ କପ୍‌ରୁ ବାହାରି ପାରନ୍ତି। ହେଲେ ଏବେ ଦଳର ଚୟନ କରାଯାଇ ନାହିଁ। ଏହା ପୂର୍ବରୁ ଚର୍ଚ୍ଚା ଜୋର ଧରିଛି ଯେ, ଷ୍ଟୋକ୍ସ ଟି-୨୦ ବିଶ୍ଵ କପ୍‌ରେ ଇଂଲଣ୍ଡ ଦଳର ସଦସ୍ୟ ହେବେ ନାହିଁ। ମିଡିଆ ରିପୋର୍ଟ ଅନୁଯାୟୀ, ଇଂଲଣ୍ଡ ଦଳର ମୁଖ୍ୟ କୋଚ୍ କ୍ରିସ୍ ସିଲଭରଉଡଙ୍କ କହିବା କଥା ଆମେ ଷ୍ଟୋକ୍ସଙ୍କୁ ଦଳକୁ ଫେରିବାକୁ ଚାପ ପକାଇବାକୁ ନାହିଁ। ତାଙ୍କ ପାଇଁ ଷ୍ଟୋକ୍ସଙ୍କ ମାନସିକ ସ୍ଵାସ୍ଥ୍ୟବସ୍ଥା ଅଧିକ ମହତ୍ଵ ବହନ କରୁଛି। ଇଂଲଣ୍ଡ କ୍ରିକେଟ୍‌ ଦଳ ବୁଧବାର କିମ୍ବା ଗୁରୁବାର ନିଜର ଟି-୨୦ ବିଶ୍ଵ କପ୍‌ ପାଇଁ ନିଜର ୧୫ ଜଣିଆ ଟିମ୍ ଘୋଷଣା କରିବ। କାରଣ ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ଦଳ ଘୋଷଣା କରିବାକୁ ଆଇସିସି କହିଛି। ରିପୋର୍ଟ ଅନୁଯାୟୀ, ବୋର୍ଡ ଏ ପର୍ଯ୍ୟନ୍ତ ଷ୍ଟୋକ୍ସଙ୍କ ସହ କୌଣସି ଆଲୋଚନା ମଧ୍ୟ କରି ନାହିଁ। ତେଣୁ ଷ୍ଟୋକ୍ସ ବିଶ୍ଵ କପ୍ ଖେଳିବା ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ଷ୍ଟୋକ୍ସ ଦୀର୍ଘ ସମୟ ଧରି କ୍ରିକେଟ୍‌ରୁ ଦୂରେଇ ରହିଛନ୍ତି। ଏହି ଅଲରାଉଣ୍ଡର ପାକିସ୍ତାନ ବିପକ୍ଷ ଦିନିକିଆ ସିରିଜ୍‌ରେ ଇଂଲଣ୍ଡର ୩-୦ ବିଜୟ ପରେ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ କ୍ରିକେଟ୍‌ରୁ ଦୂରେଇ ଯାଇଛନ୍ତି। ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ରେ ଷ୍ଟୋକ୍ସ ଦଳର ସଦସ୍ୟ ନଥିଲେ। ସେ ଆଇପିଏଲ ମଧ୍ୟ ଖେଳିବେ ନାହିଁ। ଦଳର ମୁଖ୍ୟ କୋଚ୍ ସିଲଭରଉଡ ପ୍ରଥମରୁ ହିଁ ସ୍ପଷ୍ଟ କରି ସାରିଛନ୍ତି ଯେ, ଦଳ ଷ୍ଟୋକ୍ସଙ୍କ ନିଷ୍ପତ୍ତିକୁ ସମ୍ମାନ ଜଣାଇବ। ସିଲଭରଉଡ କହିଥିଲେ,  ଷ୍ଟୋକ୍ସ ମାନସିକ ଭାବେ ସୁସ୍ଥ ନହେବା ପର୍ଯ୍ୟନ୍ତ ତାଙ୍କୁ ଯେତିକି ସମୟ ଦରକାର ଦିଆଯିବ।

   Related Posts