ଟେଷ୍ଟ୍ ସିରିଜ ପାଇଁ ଭାରତ ଅଭିମୁଖେ ଯାତ୍ରା କଲେ ବେନ୍ ଷ୍ଟୋକସ୍, କହିଲେ- ‘ବହୁତ ଜଲଦି ଦେଖା ହେବା’
24/01/2021 at 2:04 PM

ନୂଆଦିଲ୍ଲୀ,୨୪/୦୧: ଇଂଲଣ୍ଡ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକସ୍ ଭାରତ ଅଭିମୁଖେ ଗ୍ରସ୍ତ କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଏହାସହ ଫଟୋ ମଧ୍ୟ ଅପଲୋଡ କରିଛନ୍ତି ।
ଭାରତ ଓ ଇଂଲଣ୍ଡ ମଧ୍ୟରେ ଫେବ୍ରୁଆରୀ ୫ରୁ ୪ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ଏହାସହ ୫ଟି ଟି୨୦ ଓ ତିନୋଟି ଦିନିକିଆ ମ୍ୟାଚ୍ ଖେଳାଯିବ ।

ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକସ୍ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି । ଏଥିରେ ସେ ଫ୍ଲାଇଟରେ ବସିଛନ୍ତି । ଏହାସହ ଭାରତ ଅଭିମୁଖେ ଉଡାଣ ଭରୁଛନ୍ତି । ସେ ନିଜ କ୍ୟାପସନରେ ଲେଖିଛନ୍ତି ଯେ, ଭାରତ ସହ ଅତିଶୀଘ୍ର ସାକ୍ଷାତ ହେବ ।
ଷ୍ଚୋକସ୍ ଭାରତ ଆସିବା ପରେ ନିଜର କ୍ୱାରେଣ୍ଟାଇନ ପିରିୟଡ ପୂରଣ କରିବେ । ସେ ଅନେକ ବର୍ଷ ଧରି ଆଇପିଏଲ ଖେଳୁଛନ୍ତି। ଭାରତର ପରିସ୍ଥିତି ସହ ପର୍ବରୁ ଅବଗତ ଅଛନ୍ତି । ସେ ଭଲ ଫର୍ମରେ ବି ଅଛନ୍ତି । ଏବେ ଇଂଲଣ୍ଡ ଟିମ୍ ଶ୍ରୀଲଙ୍କା ଗସ୍ତରେ ଅଛି । ଭାରତ ଓ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଚେନ୍ନାଇରେ ଖେଳାଯିବ ।