ନୂଆଦିଲ୍ଲୀ ୧୩।୦୪: ରାଜସ୍ଥାନ ରୟାଲ୍ସକୁ ଜୋରଦାର ଝଟକା। ଇଂଲଣ୍ଡର ତାରକା ଅଲରାଉଣ୍ଡର ବେନ ଷ୍ଟୋକ୍ସ ଆଇପିଏଲର ୧୪ଶ ସଂସ୍କରଣରୁ ବାଦ୍ ପଡିଛନ୍ତି। ଷ୍ଟୋକ୍ସ ଚଳିତ ସିଜିନ୍ରେ ରାଜସ୍ଥାନ ପକ୍ଷରୁ ଆଉ ଖେଳିବେନି। ହାତରେ ଆଘାତ ଲାଗିବା କାରଣରୁ ସେ ଟୁର୍ଣ୍ଣାମେଣ୍ଟରୁ ଓହରି ଯାଇଛନ୍ତି।
ଷ୍ଟୋକ୍ସଙ୍କୁ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ଫିଲ୍ଡିଂ ସମୟରେ ହାତରେ ଆଘାତ ଲାଗିଥିଲା। ତାଙ୍କର ଏହି ଆଘାତ ଗୁରୁତର ଥିବା ଜଣା ପଡିଛି। କ୍ରିସ୍ ଗେଲ୍ଙ୍କ କ୍ୟାଚ୍ ଧରିବା ବେଳେ ସେ ଆହତ ହୋଇଥିଲେ।
wp:html/wp:htmlHearing that Ben Stokes might be out of the #IPL with the injury he suffered while catching Chris Gayle. Will be a huge blow to #RR
— Harsha Bhogle (@bhogleharsha) April 13, 2021
ଷ୍ଟୋକ୍ସ ଲଙ୍ଗ ଅନ୍ରେ ଫିଲ୍ଡିଂ କରିବା ବେଳେ ଡ୍ରାଇଭ ମାରି କ୍ୟାଚ୍ ଧରିବାକୁ ଉଦ୍ୟମ କରିଥିଲେ। କିନ୍ତୁ କ୍ୟାଚ୍ ଧରିବାରେ ସେ ବିଫଳ ହୋଇଥିଲେ। ଏହା ପରେ ସେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ ମଧ୍ୟ କିଛି ଖାସ୍ କରି ପାରିନଥିଲେ।
ଷ୍ଟୋକ୍ସ ଏବେ ଗୋଟିଏ ସପ୍ତାହ ଭାରତରେ ରହିବେ। ଗୁରୁବାର ତାଙ୍କ ହାତର ଏକ୍ସରେ କରାଯିବ। ଏହା ପରେ ଆହତ କେତେ ଗୁରୁତର ତାହା ଜଣା ପଡିବ। ଇଂଲଣ୍ଡ ଓ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ ଏ ସଂପର୍କରେ ରାଜସ୍ଥାନ ରୟାଲ୍ସ ସହ ଆଲୋଚନା ଜାରି ରଖିଛନ୍ତି।