Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବେନ୍ ଷ୍ଟୋକସ୍ ବିଶ୍ୱର ଏକ ନମ୍ବର ଟେଷ୍ଚ୍ ଅଲରାଉଣ୍ଡର : ଖସିଲେ ହୋଲ୍ଡର, ତୃତୀୟରେ ଜାଡେଜା, ପଞ୍ଚମରେ ଅଶ୍ୱିନୀ

21/07/2020 at 5:38 PM

ନୂଆଦିଲ୍ଲୀ, ୨୧|୦୭:  ଓ୍ୱେଷ୍ଟଇଣ୍ଡିଜ ବିରୋଧରେ ଦ୍ୱିତୀୟ ଟେଷ୍ଟରେ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ବେନ୍ ଷ୍ଟୋକସ୍ ବିଶ୍ୱର ଏକ ନମ୍ବର ଟେଷ୍ଟ ଅଲରାଉଣ୍ଡର ହୋଇଛନ୍ତି । ମଙ୍ଗଳବାର ଜାରି ହୋଇଥିବା ଆଇସିସିର ସଦ୍ୟ ରାଙ୍କିଂରେ ଇଂଲଣ୍ଡ ଉପଅଧିନାୟକ ଷ୍ଟୋକସ୍ ଇଣ୍ଡିଜ୍ ଅଧିନାୟକ ଜାସନ୍ ହୋଲ୍ଡରଙ୍କୁ ପଛରେ ପକାଇ ଏହି କୀର୍ତ୍ତି ହାସଲ କରିଛନ୍ତି । ଏହାସହ ବ୍ୟାଟିଂ ରାଙ୍କିରେ ସେ ଅନେକ ଭାରତୀୟଙ୍କୁ ପଛରେ ପକାଇ ଦେଇଛନ୍ତି ।

ଏହି ୨୯ ବର୍ଷୀୟ କ୍ରିକେଟର ବ୍ୟାଟସମ୍ୟାନ୍ ରାଙ୍କିରେ ତୃତୀୟ ସ୍ଥାନରେ ରହିଛନ୍ତି । ଟପ୍ ୧୦ରେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ରବୀନ୍ଦ୍ର ଜାଡେଜା ତୃତୀୟ ଓ ଆର ଅଶ୍ୱିନୀ ପଞ୍ଚମ ସ୍ଥାନରେ ରହିଛନ୍ତି ।  ଏପରି କୀର୍ତ୍ତି ହାସଲ କରିଥିବା ସେ ହେଉଛନ୍ତି ଆଣ୍ଡ୍ରିଉ ଫ୍ରିଣ୍ଟପଙ୍କ ପରେ ଦ୍ୱିତୀୟ ଇଂଲିଶ ବ୍ୟାଟସମ୍ୟାନ୍ ।

ମାଞ୍ଚେଷ୍ଟରରେ ଖେଳାଯାଇତିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ବେନ୍ ଷ୍ଟୋକସ  ଜାସନ ହୋଲ୍ଡରଙ୍କଠୁ ୫୪ ଅଙ୍କ ପଛରେ ଥିଲେ । କିନ୍ତୁ ପ୍ରଥମ ପାଳିରେ ୧୭୬ ରନ୍ ସହ ଗୋଟିଏ ଓ୍ୱିକେଟ୍ ଓ ଦ୍ୱିତୀୟ ପାଳିରେ ୭୮ ରନ୍ ସହ ଦୁଇଟି ଓ୍ୱିକେଟ୍ ନେବା ପରେ ସେ ୩୮ ଅଙ୍କ ଅଧିକ ପାଇଥିଲେ ।

ସେହିପରି ଟେଷ୍ଟ୍ ବ୍ୟାଟିଂ ତାଲିକାରେ ଷ୍ଟିଭ୍ ସ୍ମିଥ୍ ପ୍ରଥମ ସ୍ଥାନରେ ଥିବା ବେଳେ ଭାରତୀୟ ଅଧିନାୟକ ବିରାଟ କୋହଲି ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସ୍ମିଥ ୯୧୧ ପଏଁଣ୍ଟ ପାଇଛନ୍ତି । ବିରାଟଙ୍କ ପଏଁଣ୍ଟ ୮୮୬ ରହିଛି । ତୃତୀୟ ସ୍ଥାନରେ ବେନ୍ ଷ୍ଟୋକସ ରହିଛନ୍ତି ।

   Related Posts