Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଆଇପିଏଲରେ ଷ୍ଟୋକସଙ୍କ ବଡ ରେକର୍ଡ, ଏପରି କରିବାରେ ହେଲେ ପ୍ରଥମ ଖେଳାଳି

26/10/2020 at 4:46 PM

ଦୁବାଇ, ୨୬।୧୦:  ଇଂଲଣ୍ଡର ଅଲରାଉଣ୍ଡର ବେନ୍ ଷ୍ଟୋକସ୍ ଆଇପିଏଲରେ ଦ୍ୱିତୀୟ ଥର ଏକ ବଡ ଲକ୍ଷ୍ୟର ପିଛା କରି ଶତକ ଲଗାଇଥିବା ପ୍ରଥମ ବ୍ୟାଟସମ୍ୟାନ୍ ହୋଇଛନ୍ତି ।ଷ୍ଟୋକସ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମାତ୍ର ୬୦ ବଲରୁ ୧୦୭ ରନର ଅପରାଜେୟ ଇନିଂସ ଖେଳିଥିଲେ । ଏହାସହ ନିଜ ଦଳ ରାଜସ୍ଥାନ ରୟାଲ୍ସକୁ ୮ ଓ୍ୱିକେଟରେ ବିଜୟ ଉପହାର ପ୍ରଦାନ କରିଥିଲେ । ଏହି ଇନିଂସରେ ସେ ୧୪ ଚୌକା ଓ ୩ ଛକା ଲଗାଇଥିଲେ ।

ଏହାପୂର୍ବରୁ ୨୦୧୭ରେ ଷ୍ଟୋକସ୍ ରାଇଜିଂ ପୁଣେ ସୁପରଜିଆଣ୍ଟସ ତରଫରୁ ଖେଳିବା ସମୟରେ ୧୦୩ ରନର ଇନିଂସ ଖେଳିଥିଲେ । ଷ୍ଟୋକସଙ୍କ ତାହା ପଦାର୍ପଣ ସିଜିନ ଥିଲା ଓ ତାଙ୍କୁ ପୁଣେ ୧୪.୫ କୋଟିରେ କିଣିଥିଲା । ଏହାସହ ସିଜିନରେ ସେ ୧୨ଟି ମ୍ୟାଚରେ ୧୨ଟି ଓ୍ୱିକେଟ୍ ଖେଳି ୩୧୨ ରନ୍ କରିଥିଲେ ।

ମୁମ୍ବାଇ ବିପକ୍ଷ ମୁକାବିଲାରେ ଆକର୍ଷଣୀୟ ଇନିଂସ ଖେଳିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ପୁରସ୍କାର ଦିଆଯାଇଥିଲା । ତେବେ ମ୍ୟାଚ୍ ପରେ ଷ୍ଟୋକସ୍ କହିଛନ୍ତି ଯେ, ଦଳ ପାଇଁ ଏପରି ଇନିଂସ ଖେଳିବା ପାଇଁ ସମୟ ଲାଗିଥିଲା । ଯେତେବେଳେ ତାଙ୍କ ଦଳକୁ କ୍ୱାଲିଫାଇ କରିବା ପାଇଁ ଅନ୍ୟର ପରିଣାମ ଉପରେ ନିର୍ଭର କରିବାକୁ ପଡୁଥିଲା ।

ଷ୍ଟୋକସ ଆହୁରି କହିଛନ୍ତି ଯେ, ପୁଣି ଥରେ ଫର୍ମକୁ ଫେରିବା ଖୁସିର କଥା । ଏହା ଏକ ଭଲ ବିଜୟ । ଷ୍ଟୋକସଙ୍କ ଏହି ଇନିଂସ ବଳରେ ରାଜସ୍ଥାନ ପଏଣ୍ଟ ତାଲିକାରେ ୧୦ ଅଙ୍କ ସହ ଷଷ୍ଠ ସ୍ଥାନରେ ପହଁଚି ଯାଇଚି । ଏହାସହ ପ୍ଲେ ଅଫରେ ଖେଳିବା ଆଶା ମଧ୍ୟ ଅତୁଟ ରହିଛି । ଦଳକୁ ଏବେ ବାକିଥିବା ଦୁଇଟି ମୁକାବିଲାକୁ ଭଲ ରନରେଟରେ ଜିତିବାକୁ ହେବ ।

ରାଜସ୍ଥାନ ନିଜର ଆଗାମୀ ମ୍ୟାଚ୍ କିଙ୍ଗସ୍ ଏକାଦଶ ପଞ୍ଜାବ ବିପକ୍ଷରେ ଖେଳିବ । ଏହାପରେ ଦଳ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ।

   Related Posts