ଭୁଲ୍ କରି ଦେଲେ ବେନ ଷ୍ଟୋକ୍ସ, ବଲ୍ ଉପରେ ଲଗାଇଲେ ଲାଳ, ପୁନର୍ବାର କଲେ ଇଂଲଣ୍ଡ ଉପରେ ଲାଗିବ ୫ ରନ୍ ପେନାଲ୍ଟି

Published By : Prameya-News7 Bureau | February 24, 2021 IST

ଅହମ୍ମଦାବାଦ ୨୪।୦୨: ମହାମାରୀ କରୋନା ସମୟରେ ପଡିଆକୁ କ୍ରିକେଟ୍‌ର ପ୍ରତ୍ୟାବର୍ତ୍ତନ ଘଟି ସାରିଛି। ଇଂଲଣ୍ଡ ଗସ୍ତ ସହିତ ଭାରତରେ ମଧ୍ୟ କ୍ରିକେଟ୍‌ ଫେରିଛି। ହେଲେ ଏହି ସମୟରେ ଖେଳକୁ ନେଇ ଅନେକ ନିୟମ ମଧ୍ୟ କରାଯାଇଛି। ଏଥି ମଧ୍ୟରୁ ଗୋଟିଏ ହେଉଛି ବୋଲ୍ ଉପରେ ଲାଳ ନଲଗାଇବା ରହିଛି। ବଲ୍‌କୁ ଚମକାଇବା ପାଇଁ ଖେଳାଳି ଏବେ ବଲ୍‌ରେ ଲାଳ ଲଗାଇ ପାରିବେ ନାହିଁ।

ବୋଲିଂ ବେଳେ ଲାଳ ଲଗାଇବା ବୋଲରଙ୍କ ପାଇଁ ଏହା ପୁରୁଣା ଅଭ୍ୟାସ୍। ଖେଳାଳିଙ୍କ ପାଇଁ ଏମିତି ନକରିବାକୁ ରୋକିବା ବହୁତ ମୁସ୍କିଲ। ହେଲେ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କ ଦ୍ଵାରା ତୃତୀୟ ଟେଷ୍ଟର ପ୍ରଥମ ଦିନରେ ତ୍ରୁଟି ହୋଇଛି।

ଅହମ୍ମଦାବାଦରେ ଭାରତ ବିପକ୍ଷରେ ସିରିଜ୍‌ର ତୃତୀୟ ଟେଷ୍ଟର ପ୍ରଥମ ଦିନରେ ବେନ ଷ୍ଟୋକ୍ସ ବଲ୍‌ ଉପରେ ଲାଳ ଲଗାଇ ଦେଇଥିଲେ। ଭାରତୀୟ ଇନିଂସର ୧୨ତମ ଓଭର ସମାପ୍ତ ହୋଇଥିଲା। ଷ୍ଟୁଆର୍ଟ ବ୍ରଡ ଏହି ଓଭର ବୋଲିଂ କରିଥିଲେ। ହେଲେ ସେହି ସମୟରେ ବେନ ଷ୍ଟୋକ୍ସ ବଲ୍‌ରେ ଲାଳ ଲଗାଇଥିଲେ, ସେ ପୁଣି ଅମ୍ପାୟରଙ୍କ ସାମ୍ନାରେ। ଏହା ପରେ ବଲ୍‌କୁ ସାନିଟାଇଜ୍‌ କରିବାକୁ ପଡିଥିଲା। ଯଦି  ଇଂଲଣ୍ଡ ପୁନର୍ବାର ଏମିତି କରେ ତେବେ ଦଳ ଉପରେ ୫ ରନ ପେନାଲଟି ଲାଗିବ।

ଏହା ପୂର୍ବରୁ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତୀୟ ସ୍ପିନରଙ୍କ ସାମ୍ନାରେ ଇଂଲଣ୍ଡର ବ୍ୟାଟସମ୍ୟାନ ଆତ୍ମ ସମର୍ପଣ କରିଥିଲେ। ଦ୍ଵିତୀୟ ଟେଷ୍ଟ ଖେଳୁଥିବା ଅକ୍ଷରେ ପଟେଲ୍ ୩୮ ରନ ଦେଇ ଛଅ ଓ୍ଵିକେଟ୍ ନେଇଥିବା ବେଳେ ରବି ଚନ୍ଦ୍ରନ ଅଶ୍ଵିନଙ୍କୁ ୩ ସଫଳତା ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.