Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅକ୍ଟୋବର-ନଭେମ୍ବର ମାସର ପାର୍ବଣ ଗାଇଡ୍‌ଲାଇନ୍‌, ମୂର୍ତ୍ତି ବିସର୍ଜନରେ ରହିବେ ଏତିକି ଲୋକ, ହବିଷ୍ୟାଳୀଙ୍କୁ ମନ୍ଦିର ମନା
  • ||
  • ଘଟଗାଁରେ ହାତୀ ଆତଙ୍କ, ଘଉଡାଇବାକୁ ବନ ବିଭାଗର କସରତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୬ କୋଭିଡ୍ ପଜିଟିଭ୍
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍, ୧୬୪ ମୃତ
  • ||
  • ରାସ୍ତା ଅତିକ୍ରମ ବେଳେ ଧକ୍କା ଦେଲା ଟ୍ରକ, ଚାଲିଗଲା ଜୀବନ
  • ||
  • ଲଘୁଚାପ ପ୍ରଭାବ : ମଙ୍ଗଳବାର ଯାଏଁ ପ୍ରବଳ ବର୍ଷା, ୫୦ କିମି ବେଗରେ ବହିବ ପବନ
  • ||
  • ନୀଳଗିରିରେ ଭାଲୁ ଆତଙ୍କ, ସାଇକେଲରୁ ଟାଣିନେଇ ଯୁବକଙ୍କୁ ଘାଇଲା କଲେ
  • ||
  • ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ, ଡାଇମଣ୍ଡ ହୋଟେଲ ମାଲିକ ଅଟକ
  • ||

ଅଭିନେତ୍ରୀଙ୍କ ସହ ସେଲ୍ଫି ନେବାକୁ ଏମିତି କିଛି କରିଦେଲେ ଫ୍ୟାନ୍, ରାଗିଯାଇ ଧକ୍କା ମାରିଲେ ପୂର୍ବତନ ସ୍ୱାମୀ

13/09/2021 at 10:06 AM

ନୂଆଦିଲ୍ଲୀ ୧୩/୦୯ : ଗାୟିକା ତଥା ଅଭିନେତ୍ରୀ ଜେନିଫର୍ ଲୋପେଜ୍ ଏବଂ ଅଭିନେତା ବେନ୍ ଆଫ୍ଲେକ୍ ୧୮ ବର୍ଷ ପରେ ଏକାଠି ଭେନିସ୍ ଫିଲ୍ମ ଫେଷ୍ଟିଭାଲରେ ପହଞ୍ଚିଥିଲେ। ଉଭୟ ରେଡ୍ କାର୍ପେଟରେ ଗ୍ଲାମରସ୍ ଦେଖାଯାଉଥିଲେ। ଇଭେଣ୍ଟ ଶେଷ ହେବା ପରେ ଯେତେବେଳେ ଦୁହେଁ ଫେରିବା ପାଇଁ ବିମାନବନ୍ଦରରେ ପହଞ୍ଚିଥିଲେ, ବେନ୍ ଜଣେ ପ୍ରଶଂସକଙ୍କ ସହ ଝଗଡା କରିଥିଲେ। ବାସ୍ତବରେ, ସେହି ପ୍ରଶଂସକ ଜେନିଫରଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଥିଲେ ଏବଂ ତାଙ୍କ ନିକଟକୁ ଆସୁଥିଲେ। ବେନ୍ ଏହି ଜିନିଷକୁ ଆଦୌ ପସନ୍ଦ କରୁନଥିଲେ ଏବଂ ସେ ସେହି ବ୍ୟକ୍ତିଙ୍କୁ ଜେନିଫରଙ୍କଠାରୁ ଦୂରେଇ ନେଇଥିଲେ।

ନୀଳ ରଙ୍ଗର ସାର୍ଟ ପିନ୍ଧିଥିବା ବ୍ୟକ୍ତି ତାଙ୍କ ସହ ସେଲଫି ନେବାକୁ ଜେନିଫରଙ୍କ ନିକଟତର ହେବାକୁ ଚେଷ୍ଟା କରୁଥିଲେ। ସେହି ବ୍ୟକ୍ତି ଜେନିଫରଙ୍କ ନିକଟତର ହେଉଥିବା ଦେଖି ଜେନିଫର୍ ଡରିଯାଇଥିଲେ। ବେନ୍ ଏହାକୁ ଆଦୌ ପସନ୍ଦ କରୁନଥିଲେ ଏବଂ ବିରକ୍ତ ହୋଇ ସେହି ବ୍ୟକ୍ତିଙ୍କୁ ଠେଲି ଦେଇଥିଲେ। ସେହି ବ୍ୟକ୍ତିଙ୍କୁ ହଟାଇବା ପରେ ବେନ ଜେନିଫରଙ୍କ ହାତକୁ ଧରି ବିମାନବନ୍ଦର ଭିତରକୁ ଚାଲିଯାଇଥିଲେ।

ସୂଚନା ଅନୁଯାୟୀ, ଜେନିଫର୍ ଏବଂ ବେନଙ୍କ ସମ୍ପର୍କର ଖବର ପ୍ରାୟତଃ ଚର୍ଚ୍ଚାରେ ରହିଥିଲା। ଏପରିକି ଉଭୟଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବେନ୍ ୨୦୧୭ ରେ ଅଭିନେତ୍ରୀ ଜେନିଫରଙ୍କ ଠାରୁ ଛାଡପତ୍ର ନେଇଥିଲେ, ଉଭୟଙ୍କର ତିନୋଟି ସନ୍ତାନ ଅଛନ୍ତି। ପରେ ଜେନିଫର ଲୋପେଜ ମାର୍କ ଆଣ୍ଟୋନିଙ୍କୁ ବିବାହ କରିଥିଲେ, ସେମାନଙ୍କର ଦୁଇଟି ସନ୍ତାନ ଅଛନ୍ତି। କିନ୍ତୁ ସେମାନଙ୍କର ସମ୍ପର୍କ ମଧ୍ୟ ବେଶୀ ଦିନ ତିଷ୍ଠି ପାରିଲା ନାହିଁ।

   Related Posts