Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୬୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୦୯ କରୋନା ସଂକ୍ରମିତ, ୩୨୦୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଯାଜପୁର : ରାସ୍ତା ନିର୍ମାଣକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୭ ଆହତ
  • ||
  • ବୁର୍ଲା ଭୀମସାରରେ ଅଘଟଣ, ବିଦ୍ୟୁତ ତାର ଛିଣ୍ଡି ପୋଡିଗଲା ରକ୍ତ ଭଣ୍ଡାର ଓ ପ୍ଲାଜମା ବ୍ୟାଙ୍କର ୫ଟି ଫ୍ରିଜର
  • ||
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||

ନିଜ ଜନ୍ମଗତ ରୋଗ ଯୋଗୁଁ ଦିନରେ ୧୬ଘଣ୍ଟା ଶୋଉଥିଲେ ମହିଳା : କରୋନା ବଦଳି ଦେଲା ଜୀବନ

10/11/2020 at 11:23 AM

ଫିଟନେସ୍ ଇନଷ୍ଟ୍ରକ୍ଟର ବେଲି ହଟ୍ଟ ଏକ ଅଦ୍ଭୁତ ରୋଗସହ ଲଢ଼ୁଛନ୍ତି। ସେ ୨୦୧୨ମସିହାରୁ ନାରକୋଲେପ୍ସି ନାମକ ରୋଗରେ ଆକ୍ରାନ୍ତ। ଏହି ରୋଗ ଯୋଗୁଁ ତାଙ୍କୁ ଦିନରେ ବହୁତ ଥର ନିଦ ଆସୁଥିଲା କିନ୍ତୁ ଫିଟନେସ୍ ଏବଂ କରୋନା ତାଙ୍କ ଜୀବନକୁ ବଦଳାଇ ଦେଇଛି।

ବେଲିଙ୍କୁ ନାର୍କୋଲେପ୍ସି ଯୋଗୁଁ ନିଦ ଲାଗୁଥିଲା ଯାହା ଫଳରେ ସେ ସ୍କୁଲ,ପରୀକ୍ଷା,କ୍ୟାଣ୍ଟିନ୍,ଘର ଅର୍ଥାତ୍ ଯେକୌଣସି ସ୍ଥାନରେ ଶୋଇପଡ଼ୁଥିଲେ। ସେ ଦିନରେ ୧୬-୧୬ଘଣ୍ଟା ଶୋଉଥିଲେ। ବେଲି କହିଥିଲେ ଯେ ତାଙ୍କୁ ଏହି ରୋଗ ଯୋଗୁଁ ଲଜ୍ଜିତ ହେବାକୁ ପଡ଼ୁଥିଲା କାରଣ ତାଙ୍କ ଆଖପାଖର ଲୋକେ ତାଙ୍କ ପରିସ୍ଥିତିକୁ ବୁଝି ପାରୁନଥିଲେ ଏବଂ ସେ ଟିକେ ପରେ ଟିକେ ଶୋଇବା ଯୋଗୁଁ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଥିଲେ।

 ବେଲି କହିଥିଲେ ଯେ ସେ ଏହି ରୋଗ ଯୋଗୁଁ ୧୬ବର୍ଷ ବୟସରେ ସ୍କୁଲ୍ ଛାଡ଼ି ଦେଇଥିଲେ। ସେ ପ୍ରଥମେ ଇଣ୍ଟେରିୟର ଡିଜାଇନ୍ ପଢ଼ିବା ପାଇଁ ୟୁନିଭର୍ସିଟି ଯିବାକୁ ଚାହୁଁଥିଲେ। କିନ୍ତୁ ସେ ଜାଣି ପାରିଥିଲେ ଯେ ସେ ବୋଧହୁଏ ଏପରି କରିପାରିବେ ନାହିଁ। ଏହି ରୋଗ ଯୋଗୁଁ ସେ ଅତ୍ୟନ୍ତ ମାନସିକ ଅବସାଦଗ୍ରସ୍ତ ରହୁଥିଲେ।

ଦିନେ ବେଲି ରନିଂ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ଯେତେବେଳେ ସେ ଘରକୁ ଫେରିଥିଲେ ବେଲିଙ୍କ ମାଆ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ କାରଣ ବେଲି ଦୀର୍ଘ ଦିନ ପରେ ଆକ୍ଟିଭ ଲାଗୁଥିଲେ। ଏହା ପରେ ସେ ଜାଣି ଯାଇଥିଲେ ଯେ ସେ ଏକ୍ସରସାଇଜକୁ ନେଇ ନିଜର କ୍ୟାରିୟର କରିବେ କାରଣ ବ୍ୟାୟାମ ସହାୟତାରେ ତାଙ୍କ ସ୍ବାସ୍ଥ୍ୟ ଭଲ ହେଉଥିଲା ଏବଂ ସେ ନିଜ ରୋଗ ସହ ମଧ୍ୟ ଲଢ଼ିପାରୁଥିଲେ।

କିନ୍ତୁ ବେଲିଙ୍କୁ ଜିମ୍‌ରେ ଟ୍ରେନର ଭାବେ ମଧ୍ୟ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ବ୍ୟାୟାମ ଯୋଗୁଁ ତାଙ୍କ ସ୍ବାସ୍ଥ୍ୟ ପୂର୍ବରୁ ଭଲ ଥିଲା କିନ୍ତୁ ନାର୍କୋଲେପ୍ସି ଯୋଗୁଁ ତାଙ୍କୁ ଏବେ ବି ବେଳେବେଳେ ସ୍ଲିପ୍ ଆଟାକ୍ ଆସୁଥିଲା।

କିନ୍ତୁ ଯେଉଁଠାରେ ଲକଡାଉନ୍ କେତେକ ବ୍ୟକ୍ତିଙ୍କ ପାଇଁ ସମସ୍ୟା ହୋଇଥିବାବେଳେ ବେଲିଙ୍କ ପାଇଁ ଏହା ଲାଭଦାୟକ ସାବ୍ୟସ୍ତ ହୋଇଥିଲା। ବେଲି ଲକଡାଉନ୍ ସମୟରେ ନିଜ ଅନଲାଇନ୍ ଫିଟନେସ୍ ସେଶନ୍ସ ଆରମ୍ଭ କରିଥିଲେ। ଏହି ସେଶନ୍ସ ଜରିଆରେ ତାଙ୍କ ରୋଜଗାର ମଧ୍ୟ ହେବାକୁ ଲାଗିଥିଲା ଏବଂ ସେ ଘରେ ନିଜ ଶୋଇବା ସମୟକୁ ଠିକ୍ ଭାବେ ଜାରି ରଖିପାରୁଥିଲେ। ଏପରି କ୍ଷେତ୍ରରେ କରୋନା ଏବଂ ବ୍ୟାୟାମ ତାଙ୍କ ଜୀବନରେ ସକରାତ୍ମକ ପ୍ରଭାବ ଆଣିଥିଲା।

ସେ ବର୍ତ୍ତମାନ ନିଜ ବୟଫ୍ରେଣ୍ଡ ସହ ଅମଷ୍ଟରଡମରେ ଅଛନ୍ତି। ବେଲି ଏଠାରୁ ହିଁ ନିଜ ଅନଲାଇନ୍ ଫିଟନେସ୍ ସେଶନ୍ସ କରନ୍ତି।

   Related Posts