ବିଶ୍ୱକପ ହକି : ଇଂଲଣ୍ଡ କୁ ୬-୦ ଗୋଲରେ ପରାସ୍ତ କରି ଫାଇନାଲରେ ପ୍ରବେଶ କଲା ବେଲଜିୟମ

Published By : Prameya-News7 Bureau | December 15, 2018 IST

ଭୁବନେଶ୍ୱର ୧୫/୧୨ : ଆଜି ବିଶ୍ୱକପ ହକିର ସେମି ଫାଇନାଲର ପ୍ରଥମ ମ୍ୟାଚ ଇଂଲଣ୍ଡ ଓ ବେଲଜିୟମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା | ଇଂଲଣ୍ଡକୁ ୬-୦ ଗୋଲରେ ପରାସ୍ତ କରି ପ୍ରଥମ ଦଳ ଭାବେ ବେଲଜିୟମ ଫାଇନାଲରେ ପ୍ରବେଶ କରିଛି | ଆଜି ଇଂଲଣ୍ଡ ଦୃଢ଼ତାର ସହିତ ସେମି ଫାଇନାଲ ମ୍ୟାଚ ପାଇଁ ପଡିଆକୁ ଓହ୍ଲାଇଥିଲା | ତେବେ ପ୍ରଥମରୁ ହିଁ ବେଲଜିୟମ ଦଳ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା | ପ୍ରଥମାର୍ଦ୍ଧରୁ ହିଁ ବେଲଜିୟମ ଇଂଲଣ୍ଡ ଉପରେ ଗୋଲ ବର୍ଷା କରିବା ଆରମ୍ଭ କରିଥିଲା | ଅପରପକ୍ଷରେ ଇଂଲଣ୍ଡ ଦଳ ବେଲଜିୟମର ଆକ୍ରମଣାତ୍ମକ ଖେଳ ଆଗରେ ଫିକା ପଡିଯାଇଥିଲା | ଇଂଲଣ୍ଡ ଗୋଟିଏ ବି ଗୋଲ କରିବାକୁ ସକ୍ଷମ ହୋଇନଥିଲା | ଏହି ବିଜୟ ସହିତ ପ୍ରଥମ ଥର ଲାଗି ବେଲଜିୟମ ବିଶ୍ୱକପ ଫାଇନାଲ ଖେଳିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.