Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଦଳା : ଖାକି ଉପରେ ଖାକିର ଜୁଲମ୍, ବିଚ୍ ରାସ୍ତାରେ ଏସଆଇଙ୍କୁ ଆକ୍ରମଣ କଲେ ଜେଲ୍ ଓ୍ୱାର୍ଡର
  • ||
  • ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୪ ଜଣଙ୍କ ଜୀବନ, ୩୪୩୨ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୫୩୫ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଗାଜା ଉପରେ ଇସ୍ରାଏଲର ପୁଣି ରକେଟ୍ ଆକ୍ରମଣ, ଭାଙ୍ଗିଲା ଅସ୍ତ୍ରବିରତି ରାଜିନାମା
  • ||
  • ମର୍ମନ୍ତୁଦ ଦୁର୍ଘଟଣା : ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||

ବିଶ୍ୱାସ -ଜଳନ୍ତା ଅଙ୍ଗାର ଉପରେ ନିଆଁରେ ଚାଲିବା ସହ କଣ୍ଟା ଦୋଳିରେ ଝୁଲଛନ୍ତି ଭକ୍ତ ,ହେଉନି କଷ୍ଟ

17/10/2019 at 7:58 PM

ସୁବର୍ଣ୍ଣପୁର ୧୭।୧୦- ନିଆଁ ଜଳୁଛି । ଦଶଫୁଟ ଲମ୍ବ ଓ ତିନିଫୁଟ ଚଉଡାର ଝୁଲିରେ ପ୍ରସ୍ତୁତ କରାଯାଇଛି ଜଳନ୍ତା ଅଂଗାର । ହାତରେ କଳାଧଳା ଛତ୍ରଧରି ଦେବୀ ଚାଲିଛନ୍ତି ଏହି ଜଳନ୍ତା ଅଂଗାର ଉପରେ । ତଥାପି ନିଆଁ କିଛି କ୍ଷତି କରୁନି ।
ଏହା ହେଉଛି ସୁବର୍ଣ୍ଣପୁର ଜିଲ୍ଲା ଖଦାଳପଡାର ଅଧିଷ୍ଠାତ୍ରୀ ଦେବୀଙ୍କ ପ୍ରସିଦ୍ଧ ନିଆଁମଡା ଯାତ୍ରାର । ତିନିଦିନ ଧରି ପାଳିତ ହେଉଥିବା ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ନିଆଁମଡା ପର୍ବ । ଠାକୁରାଣୀଙ୍କ ପାଖରେ ପୂଜାପାଠ ପରେ ପ୍ରାଚୀନ ଲୋକବାଦ୍ୟ ଧୂନକେଲ ଓ ଢୋଲ ନିଶାନର ତାଳେ ତାଳେ ଉଦଣ୍ଡ ନୃତ୍ୟ କରନ୍ତି ବରୁଆମାନେ ।
ନିଆଁମଡା ପଡିଆରେ କଣ୍ଟା ଦୋଳିରେ ଝୁଲିବା ସହିତ ଜଳନ୍ତା ଅଂଗାର ଉପରେ ଚାଲିଥାନ୍ତି । ଅଂଗାର ଉପରେ ଚାଲିଲେ ନିଜ ମନସ୍କାମନା ପୂରଣ ହେବା ସହିତ ରୋଗଦୁଃଖରୁ ମୁକ୍ତି ମିଳେ ବେ।ଲି ବିଶ୍ବାସ ରହିଛି । ଏହି ବିଶ୍ବାସରେ ଜ୍ବଳନ୍ତା ନିଆଁରେ ଚାଲିଥିଲେ ହଜାର ହଜାର ଭକ୍ତ ।

   Related Posts