fifa world rankingର ଶୀର୍ଷ ସ୍ଥାନରେ ବେଲଜିୟମ, ଦ୍ୱିତୀୟସ୍ଥାନରେ ରହିଲା ଫ୍ରାନ୍ସ

Published By : Prameya-News7 Bureau | December 19, 2019 IST

ଜ୍ୟୁରିଖ : ବିଶ୍ୱ ଫୁଟବଲ ନିୟାମକ 'ଫିଫା' ଲଗାତାର ଦ୍ୱିତୀୟବର୍ଷ  ବେଲଜିୟମକୁ ସର୍ବଶ୍ରେଷ୍ଠ ଫୁଟବଲ ଟିମ୍ ଘୋଷଣା କରିଛନ୍ତି। ବେଲଜିୟମ ଏବେ ଫିଫା ବିଶ୍ୱ ରାଙ୍କିଙ୍ଗର ଶୀର୍ଷ ସ୍ଥାନରେ ରହିଛି। ବିଶ୍ୱ ଚାମ୍ପିୟନ ଫ୍ରାନ୍ସ ଦ୍ୱିତୀୟ ଓ ବ୍ରାଜିଲ ତୃତୀୟ ସ୍ଥାନରେ ରହିଛନ୍ତି। ଚଳିତବର୍ଷ ଶୀର୍ଷ ୩ ସ୍ଥାନରେ କୌଣସି ପରିବର୍ତ୍ତନ ହୋଇନାହିଁ। ହେଲେ ଟପ୍ ଫାଇଭ୍‌ରେ ପରିବର୍ତ୍ତନ ହୋଇଛି। 

{"id":199879,"sizeSlug":"large"}

ଇଂଲଣ୍ଡ ଗୋଟିଏ ସ୍ଥାନ ଉପରକୁ ଉଠି ୪ ନମ୍ବର ସ୍ଥାନରେ ପହଞ୍ଚିଥିବା ବେଳେ  ଉରୁଗୁଏ ଦୁଇ ପାହାଚ ଚଢି ପଞ୍ଚମ ସ୍ଥାନରେ ପହଞ୍ଚିଛି। ଅତୀତରେ ବେଲଜିୟମ ୨୦୧୫ ଓ ୨୦୧୮ର ଶର୍ବଶ୍ରେଷ୍ଠ ଫୁଟବଲ ଟିମ୍‌ ମାନ୍ୟତା ପାଇଥିଲା। ଚଳିତବର୍ଷ ବେଲଜିୟମ ତାର ସମସ୍ତ ୧୦-ଏ ସ୍ତରର ମ୍ୟାଚ୍‌ରେ ସଫଳ ହୋଇଥିବା ବେଳେ ୟୁଇଏଫଏ ୟୁରୋ-୨୦୨୦ କ୍ୱାଲିଫାଏ କରିଛି। ବେଲଜିୟମ ବ୍ୟତୀତ ଏସିଆ କପ୍ ଚାମ୍ପିୟନ କତାରକୁ 'ମୁଭର ଅଫ ଦି ଇୟର-୨୦୧୯' ପୁରସ୍କାରରେ ସମ୍ମାନୀତ କରାଯାଇଛି।

{"id":199880,"sizeSlug":"large"}

କତାର ୨୦୧୮ ଫିଫା ରାଙ୍କିଙ୍ଗ ବାଦେ ୨୫ ମ୍ୟାଚ୍‌ରୁ ୧୩୮ ପଏଣ୍ଟ ହାସଲ କରିଛି। ଏହି ମ୍ୟାଚ୍‌ଗୁଡିକରୁ କତାର ୧୬ଟିରେ ବିଜୟୀ ହୋଇଥିବା ବେଳେ ୨ଟି ଡ୍ର ରଖିଥିଲା ଓ ୭ଟି ହାରିଥିଲା। ଜାନୁୟାରୀ ୨୦୧୯ରେ ହୋଇଥିବା ଏସିଆ କପ୍ ଫାଇନାଲରେ କତାର  ଜାପାନକୁ ୩-୧ରେ ହରାଇ ଏସିଆ ଚାମ୍ପିୟାନ ହୋଇଥିଲା। କତାର ନିଜ ରାଙ୍କିଙ୍ଗରେ ୩୮ ପଏଣ୍ଟ ସୁଧାର କରିଥିବା ବେଳେ ଫିଫା ରାଙ୍କିଙ୍ଗର ୫୫ତମ ସ୍ଥାନରେ ପହଞ୍ଚିଛି।

{"id":199881,"width":579,"height":324,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.