ବେଲାରୁଷ ଓ ପୋଲାଣ୍ଡ ମଧ୍ୟରେ ତୀବ୍ର ହେବାରେ ଲାଗିଛି ବିବାଦ, ଭୋକ ବିକଳରେ ସୀମାରେ ପଡିରହିଛନ୍ତି ହଜାର ହଜାର ପ୍ରବାସୀ

Published By : Prameya-News7 Bureau | November 12, 2021 IST

ନୂଆଦିଲ୍ଲୀ ୧୨/୧୧ : ପୋଲାଣ୍ଡ ଏବଂ ବେଲାରୁଷ ମଧ୍ୟରେ ଲାଗିରହିଥିବା ସୀମା ବିବାଦ ତୀବ୍ର ହେବାରେ ଲାଗିଛି । ବେଲାରୁଷକୁ ଲାଗି ରହିଥିବା ପୂର୍ବ ସୀମାରେ ପ୍ରବାସୀମାନଙ୍କୁ ଅଟକାଇଛି ପୋଲାଣ୍ଡ । ଫଳରେ ହଜାର ହଜାର ସଂଖ୍ୟାରେ ପ୍ରବାସୀ ସେଠାରେ ଦୁର୍ଦିନରେ ଜୀବନ ଅତିବାହିତ କରୁଛନ୍ତି । ଖାଇବା ପାଇଁ ଖାଦ୍ୟ ନାହିଁ କିମ୍ବା ରହିବା ମଧ୍ୟ ସୁବିଧା ନାହିଁ । ଛୋଟ ଛୋଟ ଶିଶୁଙ୍କୁ ନେଇ ଟେଣ୍ଟ ତଳେ ରହିଛନ୍ତି ଲୋକେ । ପୋଲାଣ୍ଡ ସରକାର ପ୍ରବାସୀଙ୍କ ଦେଶରେ ନପୁରାଇବା ପାଇଁ ନିଷ୍ପତ୍ତି ନେବା ସହିତ ଏ ନେଇ ଗତ ସୋମବାର ଏକ ବୈଠକ ମଧ୍ୟ କରିଥିଲା । ସେଠାରେ ପ୍ରାୟ ୧୨ ହଜାର ସୈନ୍ୟ ମୁତୟନ କରିଛି । ଏହା ସହିତ ବେଲାରୁସକୁ ଟାର୍ଗେଟ୍‌ କରିଛନ୍ତି ପୋଲାଣ୍ଡ ସରକାର । କହିଛନ୍ତି, ଶତ୍ରୁତାପୂର୍ଣ୍ଣ ଆଚରଣ ଏବଂ ଗତିବିଧି ପାଇଁ ଏସବୁ କରାଯାଉଛି । ପ୍ରବାସୀମାନଙ୍କୁ ସୀମା ପାର୍‌ କରାଯିବାକୁ ପ୍ରୟାସ କରାଯାଉଛି ।

ପୋଲାଣ୍ଡ ସରକାର କହିବା ମୁତାବକ, ଗତ କିଛି ଦିନ ମଧ୍ୟରେ ବେଲାରୁଷରୁ ଅବୈଧ ଭାବେ ପ୍ରବାସୀମାନେ ପ୍ରବେଶ କରିବାରେ ଲାଗିଛନ୍ତି । ୟୁରୋପୀୟ ୟୁନିଅନ, ବେଲାରୁଷର କ୍ଷମତାସୀନ ରାଷ୍ଟ୍ରପତି ଆଲେକଜାଣ୍ଡାର ଲୁକାଶେଙ୍କୋଙ୍କ ଉପରେ ପ୍ରତିବନ୍ଧକ ଲଗାଇ ଶରଣାର୍ଥୀଙ୍କ ପ୍ରବେଶକୁ ସହଜ କରିଥିବା ଅଭିଯୋଗ କରିଛି। ସୀମାନ୍ତରୁ ପ୍ରବାସୀ ତଥା ଶରଣାର୍ଥୀଙ୍କୁ ଘଉଡାଇବା ପାଇଁ ପୋଲାଣ୍ଡକୁ ସମାଲୋଚନା କରାଯାଇଛି। ଏପରିକି ପ୍ରବାସୀଙ୍କୁ ଅଟକାଇବା ପାଇଁ ସୀମାରେ ସେନା ମଧ୍ୟ ମୁତୟନ କରାଯାଇଛି ।

wp:embed {"url":"https://youtu.be/6BtIKKb0p5g","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/6BtIKKb0p5g
/wp:embed

ୟୁରୋପିଆନ୍‌ ୟନିୟନ ପକ୍ଷରୁ ବେଲାରୁସ୍‌ ହସିତ କୌଣସି ବୈଠକକୁ ମନାକରିଦିଆଯାଇଛି । ଯାହାକୁ ନେଇ ବେଲାରୁଷର ସର୍ବୋଚ୍ଚ ନେତା ଆଲେକଜେଣ୍ଡର ଲୁକାଶେଙ୍କୋ ଚେତାବନୀ ଦେଇ କହିଛନ୍ତି, ଯଦି ଏହି ସମସ୍ୟା ନହୁଏ କିମ୍ବା ପ୍ରବାସୀମାନଙ୍କୁ ପୋଲାଣ୍ଡ ନିଜ ଦେଶରେ ପ୍ରବେଶ କରିବାକୁ ମନୁମତି ନଦିଏ ତେବେ ବେଲାରୁଷ ଦେଇ ଯାଇଥିବା ଗ୍ୟାସ୍‌ ପାଇପ୍‌ ଲାଇନ୍‌କୁ କାଟିଦିଆଯିବ । ଯାହାକି ଋଷିଆରୁ ବେଲାରୁଷ ଏବଂ ପୋଲାଣ୍ଡ ଦେଇ ୟୁରୋପୀୟ ଦେଶଗୁଡିକୁ ପ୍ରବାହିତ ହେଉଛି । ଏହା ହେଲେ ଋଷ ସମେତ ଅନେକ ଦେଶରେ ଗୁରୁତର ସଙ୍କଟ ଦେଖାଦେବ ।

ଋଷ ରାଷ୍ଟ୍ରପତି ବ୍ଲାଡିମିର ପୁଟ୍ଟିନ ଏ ନେଇ ବେଲାରୁଷ ସହିତ କଥା ହେବେ ବୋଲି ଗୁରୁବାର କହିଥିବା ବେଳେ ପୋଲାଣ୍ଡ ସହିତ ଲାଗି ରହିଥିବା ବିବାଦର ପୂର୍ଣ୍ଣଚ୍ଛେଦ ପଡିବ ବୋଲି ଆଶା କରାଯାଉଛି । କାରଣ ବେଲାରୁଷ ଏବଂ ପୋଲାଣ୍ଡ ମଧ୍ୟରେ ଲାଗିରହିଥିବା ବିବାଦ କାରଣରୁ ନୀରିହ ଲୋକମାନେ ହିଁ ସମସ୍ୟା ଭୋଗୁଛନ୍ତି । ସୀମାରେ ଟେଣ୍ଟ ଲଗାଇ ଭୋକ ବିକଳରେ ଛୋଟ ଛୋଟ ଶିଶୁମାନଙ୍କୁ ଧରି ବସିରହିଛନ୍ତି ହଜାର ହଜାର ସଂଖ୍ୟାରେ ଲୋକେ । ଯାହାରକି ସମାଧାନ ନହେଲେ ଆଗକୁ ଏହା ବ୍ୟାପକ ରୂପ ନେଇପାରେ ।

आखिर क्यों पोलैंड ने प्रवासियों और शरणार्थियों को सीमा पर रोका? पड़ोसी बेलारूस पर लगाया ये गंभीर आरोप

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.