ଏହି ଦେଶର ରାଷ୍ଟ୍ରପତି କହିଲେ - 'ଭୋଡକା କରୋନାର ଔଷଧ, କେହି ବି ମରିବେ ନାହିଁ'

Published By : Prameya-News7 Bureau | April 14, 2020 IST

ମିନସ୍କ ୧୪।୪: ଭୋଡକାକୁ କରୋନା ଭାଇରସ୍ ର ଔଷଧ ବୋଲି କହିବା ପରେ ବେଲାରୁଷର ରାଷ୍ଟ୍ରପତି ଆଉ ଏକ ଦାବି କରିଛନ୍ତି । ଆଲେକ୍ସଜାଣ୍ଡାର ଲୁକାଶେକ୍ନୋ କହିଛନ୍ତି ଯେ, ତାଙ୍କ ଦେଶରେ କରୋନାରେ କେହି ମରି ନାହାଁନ୍ତି କିମ୍ବା କେହି ମରିବେ ନାହିଁ । ଅବଶ୍ୟ ବେଲାରୁଷରେ ଆନୁଷ୍ଠାନିକ ଭାବରେ କରୋନା ଭାଇରସ୍ ଦ୍ବାରା ମୃତ୍ୟୁ ହୋଇଥିବା ଲୋକଙ୍କ ସଂଖ୍ୟା ଦୁଇ ଡଜନରୁ ଅଧିକ । କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି ଯେ, ଭୋଡକା ପିଇବା, ଟ୍ରାକ୍ଟର ଚଳାଇବା, ଛେଳି ଖେଳିବା ଦ୍ବାରା ଏହି ରୋଗ ଭଲ ହୋଇଯାଏ ।

{"id":253899,"sizeSlug":"large"}

ବ୍ରିଟିଶ ଗଣମାଧ୍ୟମରେ ଆଲେକ୍ସଜାଣ୍ଡାରଙ୍କୁ ଏକଛତ୍ରବାଦୀ କୁହାଯାଏ । ଆଲେକ୍ସଜାଣ୍ଡାର ବିରୋଧରେ ଏଭଳି ଅଭିଯୋଗ ଆସିଛି ଯେ, ସେ ଡାକ୍ତର ଏବଂ ମାନବାଧିକାର କର୍ମୀଙ୍କ ଚେତାବନୀକୁ ଅଣଦେଖା କରୁଛନ୍ତି ଏବଂ ଭାଇରସକୁ ଗମ୍ଭୀରତାର ସହ ନେଉନାହାଁନ୍ତି । ଏହା ଫଳରେ ବହୁ ସଂଖ୍ୟକ ଲୋକ ମରିପାରନ୍ତି ବୋଲି ଆକଳନ କରାଯାଉଛି ।

{"id":253820,"sizeSlug":"large"}

ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଲକ୍ ଡାଉନ୍ କରିବାକୁ ମଧ୍ୟ ମନା କରିଦେଇଛନ୍ତି । ଦେଶର ୯୫ ଲକ୍ଷ ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି, ଆମେ ସେହି ସବୁ ଔଷଧ ଆବିଷ୍କାର କରିଛୁ ଯାହା ଦ୍ବାରା ଲୋକ କରୋନାରୁ ସୁସ୍ଥ ହୋଇଯିବେ ।

{"id":253901,"width":580,"height":386,"sizeSlug":"large"}

୬୫ ବର୍ଷ ବୟସ୍କ ଆଲେକ୍ସଜାଣ୍ଡାର ଦେଶରେ ୨୫ ବର୍ଷରୁ ଅଧିକ ସମୟଧରି କ୍ଷମତାରେ ଅଛନ୍ତି । ତେବେ କରୋନା ରୋଗର ଉପଶମ ପାଇଁ ସେ କେଉଁ ଔଷଧ ବିଷୟରେ କହୁଛନ୍ତି ସେ ବିଷୟରେ ସେ ସ୍ପଷ୍ଟ କରି ନାହାଁନ୍ତି । କିନ୍ତୁ ସେ କହିଛନ୍ତି ଯେ ଲୋକମାନେ ଭୟଭୀତ ଅଛନ୍ତି । ସେଥିପାଇଁ ଲୋକମାନଙ୍କୁ କହିଥିଲେ ଯେ ଦେଶରେ କରୋନାରେ କେହି ମରି ନାହାଁନ୍ତି ।

{"id":253821,"sizeSlug":"large"}

କରୋନା ଭାଇରସରେ ପୀଡିତ ଲୋକଙ୍କୁ ସମ୍ବୋଧିତ କରି ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର କହିଛନ୍ତି, ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଆମ ଦେଶରେ କରୋନା ଭାଇରସ୍ ଯୋଗୁଁ କେହି ମରି ନାହାଁନ୍ତି । ମୁଁ ଏହାକୁ ସର୍ବସାଧାରଣରେ କହୁଛି ।

{"id":253902,"width":580,"height":386,"sizeSlug":"large"}

ମୃତ୍ୟୁ ପରିସଂଖ୍ୟାନ ସଂପର୍କରେ ରାଷ୍ଟ୍ରପତି କହିଛନ୍ତି ଯେ, ଲୋକମାନଙ୍କର ମୃତ୍ୟୁ ଅନ୍ୟ କେଉଁ ରୋଗ ଯୋଗୁଁ ହୋଇଛି, ଯାହା ସହ ସେମାନେ ପୂର୍ବରୁ ଲଢୁଥିଲେ । ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର ଏହା ମଧ୍ୟ କହିଥିଲେ ଯେ, ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମଧ୍ୟ ତାଙ୍କ ସହ ସହମତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.