ବଢୁଛି ସ୍ଥାନୀୟ ସଂକ୍ରମଣ, ବେଲବାହାଳି ପଞ୍ଚାୟତକୁ ୪ଦିନ ସଟ୍ଡାଉନ୍ କଲେ ସରପଞ୍ଚ
7/08/2020 at 9:26 AM

ଆନନ୍ଦପୁର ୭।୮: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ୍ ବେଲବାହାଳି ପଞ୍ଚାୟତରେ ବଢିଚାଲିଛି କରୋନା ସଂକ୍ରମଣ । ଦୁଇ ଦିନ ମଧ୍ୟରେ ୯ ଜଣଙ୍କୁ ସ୍ଥାନୀୟ ସଂକ୍ରମଣ ହୋଇଥିବାରୁ ପଞ୍ଚାୟତ ୪ଦିନ ପାଇଁ ସମ୍ପୂର୍ଣ୍ଣ ସଟଡାଉନ୍ କରିଛନ୍ତି ସରପଞ୍ଚ । ଆଜିଠାରୁ ୧୦ ତାରିଖ ପର୍ଯ୍ୟନ୍ତ ପଞ୍ଚାୟତ ଡାଉନ୍ ରହିବ ।

ଏହି ସମୟରେ ସଟଡାଉନ୍ ର ସମସ୍ତ ନିୟମ ପାଳନ କରିବାକୁ ପଞ୍ଚାୟତବାସୀଙ୍କୁ ନିବେଦନ କରିଛନ୍ତି ସରପଞ୍ଚ । ସଟଡାଉନ୍ ସମୟରେ ବେଲବାହାଳି ବଜାରର ଔଷଧ ଦୋକାନକୁ ଛାଡିକି ଅନ୍ୟ ସମସ୍ତ ଦୋକାନଗୁଡିକ ବନ୍ଦ ରହିବ।