ଏମିତି କ'ଣ ହେଲା ? ହଠାତ୍ ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ସୁଗ୍‌ଜାନି

Published By : Prameya-News7 Bureau | May 30, 2020 IST

ଆନନ୍ଦପୁର୩୦/୫: ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜଣେ ବିବାହିତା ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଆନନ୍ଦପୁର ଥାନା କୋଡପଡା ଗାଁରେ ଏଭଳି ହୃଦୟବିଦାର ଦୃଶ୍ୟ ଦେଖିବାକୁ ମିଳିଛି। ମୃତା ମହିଳା ହେଲେ କୋଡପଡା ଗାଁର ରାଜକୁମାର ବେଜଙ୍କ ପତ୍ନୀ ସୁଗଜାନି। ଯାଜପୁର ଜିଲ୍ଲା ସୁକିନ୍ଦା ଥାନା କୁଇଟା ଗ୍ରାମର କରୁଣାକର ବାରିକଙ୍କ ଝିଅ ହେଉଛନ୍ତି ସୁଗଜାନି।

ସେ ବୈଦିକ ରିତି-ରିବାଜରେ ରାଜକୁମାରଙ୍କୁ ବିବାହ କରିଥିଲେ। ଉଭୟଙ୍କର ଏକ ବର୍ଷକର ଶିଶୁକନ୍ୟା ମଧ୍ୟ ଅଛି। ମିଳିଥିବା ସୂଚନା ଅନୁସାରେ ବିବାହ ପରେ ଉଭୟ ସ୍ବାମୀ- ସ୍ତ୍ରୀ ଯାଜପୁରସ୍ଥିତ ଡୁବୁରି ଅଞ୍ଚଳରେ ରହୁଥିଲେ। ସେହି ଅଞ୍ଚଳରେ ମୃତା ମହିଳାଙ୍କ ସ୍ବାମୀ କାମ କରନ୍ତି।

ଦଶଦିନ ତଳେ ସୁଗଜାନି  ଝିଅଙ୍କ ଧରି ନିଜ ଶାଶୁ ଘରକୁ ଯାଇଥିଲେ। ସୁଗଜାନି ଶାଶୁଘରେ ପହଁଞ୍ଚିବା ପରେ କିଛି ଦିନ ସବୁ ଠିକ୍‌ଠାକ୍‌ରେ ଚାଲିଥିଲା। ହେଲେ ହଠାତ୍ ଘରର ଉପର ମହଲାରେ ଥିବା ନିଜ କୋଠରୀରେ ସୁଗ୍‌ଜାନି ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସେ କାହିଁକି ହତ୍ୟା କଲେ, ଏ ନେଇ ପୋଲିସ୍ ତନାଘନା ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ସୁଦ୍ଧା ଆତ୍ମହତ୍ୟା ପ୍ରକୃତ କାରଣ ଜଣାପଡି ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.