ସ୍ବାମୀ-ସ୍ତ୍ରୀଙ୍କ ଝଗଡ଼ାରେ ସ୍ବାମୀଙ୍କ ଚରମ ନିଷ୍ପତ୍ତି: ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା
17/06/2020 at 3:20 PM

ସାଲେପୁର୧୭/୬: ବେକରେ ରସି ଲଗାଇ ଯୁବକଙ୍କ ଆତ୍ମହତ୍ୟା। ଏଭଲି ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳ କୁସମ୍ବି ଗାଁରେ ଏଭଳି ଅଘଟଣ ଘଟିଛି। ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ କଳି ଝଗଡ଼ା ଲାଗୁଥିଲା। ମୃତ ଯୁବକଙ୍କ ସ୍ତ୍ରୀ ମନୋରମା ସିଂ କୁସମ୍ବି ଗ୍ରାମର ୧୫ନଂ ୱାର୍ଡର ୱାର୍ଡ ସଭ୍ୟା ଅଛନ୍ତି। ଗତକାଲି ରାତିରେ ସ୍ବାମୀ- ସ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଯାହାଫଳରେ ସ୍ବାମୀ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକ ହେଲେ କୁସଂଭି ଗାଁର ଅନନ୍ତ ଚରଣ ସିଂହ। ତାଙ୍କୁ ସାଲେପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ତାଙ୍କ ଶବ ବ୍ୟବଚ୍ଛେଦ କରି ପୋଲିସ୍ ତଦନ୍ତ ଚଳାଇଛି।
Related Posts
ବେଆଇନ ସସ୍ କାରଖାନା ଉପରେ ଚଢାଉ, ଜଣେ ଗିରଫ
28 January 2021
ବେଆଇନ କଫ ସିରପ ଘଟଣାର ପର୍ଦ୍ଦାଫାଶ, ୨ ନିଶା ବେପାରୀ ଗିରଫ
28 January 2021