ବେକରେ ରଶି ଲଗାଇ ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଶିକ୍ଷକ: ଅର୍ଥ ଅଭାବ ଓ ମାନସିକ ଦୁଶ୍ଚିନ୍ତାରେ ହୋଇପଡିଥିଲେ ଅତିଷ୍ଠ

Published By : Prameya-News7 Bureau | December 02, 2020 IST

ରାଇରଙ୍ଗପୁର୨/୧୨: ଅର୍ଥ ଅଭାବ ଏବଂ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ ଅବସରପ୍ରାପ୍ତ ଶିକ୍ଷକ। ଶେଷରେ ବେକରେ ରଶି ଲଗାଇ କଲେ ଆତ୍ମହତ୍ୟା। ରାଇରଙ୍ଗପୁର ଜାମଦା ଥାନା ଅନ୍ତର୍ଗତ ତାଳ ଗାଁରେ ଏଭଳି ଦୁଃଖଦ ଘଟଣା ଘଟିଛି।ମୃତ ଶିକ୍ଷକ ହେଲେ ଗୋପାଳ ଚନ୍ଦ୍ର ମୁଣ୍ଡାରୀ।

ସେ ପ୍ରାଥମିକ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ। ବର୍ଷ ତଳେ ଗୋପାଳ ଶିକ୍ଷକତାରୁ ଅବସର ଗ୍ରହଣ କରିଥିଲେ। ଚାକିରି କାଳ ଭିତରେ ଯାହା ଦରମା ମିଳୁଥିଲା, ସେଥିରେ ଗୋପାଳ ନିଜର ପରିବାର ପ୍ରତିପୋଷଣ କରୁଥିଲେ। ଚାକିରୀରୁ ଅବସର ନେବା ପରେ ପେନ୍‌ସନ ଗଣ୍ଡାକ ଲାଗି ଗୋପାଳ ବିଭାଗୀୟ କାର୍ଯ୍ୟାଳୟକୁ ଦୌଡି ଦୌଡି ନୟାନ୍ତ ହୋଇପଡିଥିବା ପରିବାର ଲୋକେ କହିଛନ୍ତି।

ମଙ୍ଗଳବାର ବିଲରେ କାମ କରିଥିବା ଶ୍ରମିକଙ୍କୁ ଗୋପାଳ ପଇସା ଦେଇ ପାରିନଥିଲେ। ତେଣୁ ବାଧ୍ୟ ହୋଇ ସ୍ତ୍ରୀଙ୍କୁ ଫୋନ କରିଥିଲେ। ସ୍ତ୍ରୀ ପୁଅ ହାତରେ କିଛି ଟଙ୍କା ଦେଇ ପଠାଇଥିଲେ। ହେଲେ ପୁଅ ପହଞ୍ଚିବା ପୂର୍ବରୁ ବାପା ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି। କୁହାଯାଉଛି ଯେ, ସେ ଅର୍ଥ ଅଭାବ ଓ ମାନସିକ ଦୁଶ୍ଚିନ୍ତାରେ ଦିନ କାଟୁଥିଲେ। ସେଥିପାଇଁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।  ଘଟଣାସ୍ଥଳରେ ପୋଲିସ ପହଞ୍ଚି ଗୋପାଳଙ୍କ ମୃତଦେହ ଜବତ କରି ଅଧିକ ତଦନ୍ତ ଚଳାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.