Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ୧୮ ଜଣିଆ ଭାରତୀୟ ଦଳ ଘୋଷିତ, ଜାଣନ୍ତୁ କେଉଁ କେଉଁ ଖେଳାଳିଙ୍କୁ ମିଳିଲା ସ୍ଥାନ
  • ||
  • ରୋହିତ ଶର୍ମା ହେଲେ ଟିମ ଇଣ୍ଡିଆର ନୂତନ ଦିନିକିଆ ଅଧିନାୟକ, ବିରାଟଙ୍କୁ କେବଳ ଟେଷ୍ଟ ଦାୟିତ୍ଵ
  • ||
  • ଭୁବନେଶ୍ବର : ଗତ ଦୁଇ ବର୍ଷରେ ମାପ ଓ ଓଜନ ନିୟମ ଉଲଂଘନକାରୀଙ୍କଠୁ ଆଦାୟ ହୋଇଛି ୨ କୋଟି ୮୩ ଲକ୍ଷ ଟଙ୍କା : ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ
  • ||
  • ଭୁବନେଶ୍ବର : ଡିସେମ୍ବର ୯ରେ ବିଧାନସଭା ଘେରାଉ କରିବ ବିଜେପି ଯୁବମୋର୍ଚ୍ଚା : ଇରାଶିଷ୍ ଆଚାର୍ଯ୍ୟ
  • ||
  • ଭୁବନେଶ୍ବର : ଡ୍ରଗ୍ସ ମାଫିଆ ଶେଖ୍ ଆଜବାହାର ବାଲେଶ୍ଵର କୋର୍ଟରେ ହାଜର, ରାଜ୍ୟ ବାହାରେ ସମ୍ପତ୍ତି ଥିବା ନେଇ ମିଳିଛି ପ୍ରମାଣ
  • ||
  • ଅନୁଗୋଳ : ଆଖୁ ଖାଇବାକୁ ଆସି କୂଅରେ ଖସିପଡିଲା ଭାଲୁ, ବନ ବିଭାଗ କଲା ଉଦ୍ଧାର
  • ||
  • ଭୁବନେଶ୍ବର : କ୍ରାଇମବ୍ରାଞ୍ଚ ଏସଟିଏଫ୍‌ ଟାର୍ଗେଟ୍‌ରେ ବନ୍ୟପ୍ରାଣୀ ମାଫିଆ, ପ୍ରସ୍ତୁତ ହେଲା ମୋଷ୍ଟ ୱାଣ୍ଟେଡ ତାଲିକା
  • ||
  • ଚେନ୍ନାଇ : ତାମିଲନାଡୁ କୁନ୍ନୁରରେ ସିଡିଏସ୍ ବିପିନ ରାଓ୍ବତଙ୍କ ହେଲିକପ୍ଟର କ୍ରାସ୍
  • ||
  • ଭୁବନେଶ୍ବର : କୃଷି ଋଣ ଛାଡ ସହ ଫସଲ କ୍ଷୟକ୍ଷତି ଲାଗି ସ୍ବତନ୍ତ୍ର ପ୍ୟାକେଜ ଦାବି କଲା କଂଗ୍ରେସ
  • ||
  • ଭାରତୀୟ ବାୟୁସେନାର ବଢିବ ଶକ୍ତି, ଚାନ୍ଦୀପୁର ଘାଟିରୁ ‘ବ୍ରହ୍ମୋସ’ର ସଫଳ ପରୀକ୍ଷଣ
  • ||

ଅନ୍‌ଲାଇନ୍ ଗେମ୍ ଖେଳିବା ହେଲା କାଳ: ଆକାଉଣ୍ଟରୁ କଟିଲା ୯୬ ହଜାର ଟଙ୍କା, ବେକରେ ରଶି ଲଗାଇ ଆତ୍ମହତ୍ୟା କଲା ୧୪ ବର୍ଷର ବାଳକ

2/10/2020 at 3:51 PM

ବଡ଼ବିଲ୨/୧୦: ଅନଲାଇନ୍‌ ଗେମ୍‌ ଖେଳିବା ହେଲା କାଳ। ଅଷ୍ଟମଶ୍ରେଣୀର ଛାତ୍ର ବେକରେ ରଶି ଲଗାଇ କଲା ଆତ୍ମହତ୍ୟା। ଯୋଡା ଥାନା କମାରଯୋଡା ବସ୍ତିରେ ଏଭଳି ଦୁଃଖଦ ଘଟଣା ଘଟିଛି। ମୃତକ ହେଲେ ବିନୋଦ ଆପଟଙ୍କ ୧୪ ବର୍ଷର ପୁଅ ଅମିତାଂଶୁ ଆପଟ। ମିଳିଥିବା ସୂଚନା ଅନୁସାରେ ଅନଲାଇମ୍ ଗେମ୍‌ ଖେଳିବା ସମୟରେ ମାଆ-ବାପାଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା କଟି ଯାଇଥିଲା। ଏହା ପରେ ବାପା-ମାଆ ଉଭୟ ମିଶି ତାଙ୍କୁ ଗାଳିଗୁଲଜ କରିଥିଲେ। ଏହାପରେ ରାଗରେ ଅମିତାଂଶୁ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା।ବର୍ତ୍ତମାନ ପୋଲିସ୍ ଘଟଣାସ୍ଥଳରେ ପହଁଞ୍ଚି ତନାଘନା ଆରମ୍ଭ କରିଛି।୧୪ ବର୍ଷର ପୁଅକୁ ହରାଇ ଦୁଃଖରେ ଭାଙ୍ଗି ପଡିଛନ୍ତି ପରିବାର ଲୋକେ। ଏଥିସହ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଛାୟା ଖେଳି ଯାଇଛି।

ବି.ଦ୍ର: ଛୋଟ ପିଲାମାନଙ୍କୁ ଅନଲାଇନ୍ ଗେମ୍‌ ଖେଳିବା ପାଇଁ ଅନୁମତି ଦିଅନ୍ତୁ ନାହିଁ। ଯଦି ଆପଣ ମୋବାଇଲରେ ଅନଲାଇନ୍ ଟ୍ରାଂଜାକ୍ସନ କରୁଛନ୍ତି ତେବେ ଛୋଟ ପିଲାଙ୍କଠାରୁ ମୋବାଇଲ ଦୂରେଇ ରଖନ୍ତୁ। ଅନଲାଇନ୍ ଗେମ୍‌ ଖେଳିବା ବେଳେ କିଛି ଅପ୍ସନ ବା ବିକଳ୍ପ ଦେଖାଇଥାଏ, ଯାହାକି ଆପଣଙ୍କ ଅନଲାଇନ୍‌ ଟ୍ରାଂଜାକ୍ସନ ସହ ଜଡିତ। ଯଦି କିଛି ନ ବୁଝି ଦେଇଥିବା ଅପ୍ସନ ଚୟନ କରୁଛନ୍ତି, ତେବେ ଆପଣଙ୍କ ଆକାଉଣ୍ଟରୁ ଟଙ୍କା ଡିକ୍ଟଟେଡ୍ ହୋଇପାରେ…..

   Related Posts