କରୋନା ଭାଇରସ୍ ଯୋଗୁ ବେଜିଂ ଭାରତୀୟ ଦୂତାବାସରେ ଗଣତନ୍ତ୍ର ଦିବସ ଉତ୍ସବ ରଦ୍ଦ

Published By : Prameya-News7 Bureau | January 24, 2020 IST

ବେଜିଂ ୨୪।୧: ଚୀନରେ କରୋନା ଭାଇରସ ସଂକ୍ରମଣ ବେଳକୁ ବେଳ ଗୁରୁତର ହେବାରେ ଲାଗିଛି। ମୃତ୍ୟୁ ସଂଖ୍ୟା ବଢିଚାଲିଥିବା ବେଳେ ସଂକ୍ରମିତଙ୍କ ହାର ମଧ୍ୟ ସେହି ଅନୁପାତରେ ବଢୁଛି। ଏଣୁ କରୋନା ଭାଇରସ ପ୍ରକୋପକୁ ଦେଖି ବେଜିଂସ୍ଥିତ ଭାରତୀୟ ଦୂତାବାସ ୨୬ ଜାନୁୟାରୀ ଗଣତନ୍ତ୍ର ଦିବସ ସମାରୋହ କାର୍ଯ୍ୟକ୍ରମକୁ ଶୁକ୍ରବାର ବାତିଲ କରିଦେଇଛନ୍ତି। ଏ ନେଇ ଭାରତୀୟ ଦୂତାବାସ ପକ୍ଷରୁ ଏକ ଟ୍ୱିଟ୍ ବାର୍ତ୍ତାରେ ସୂଚୀତ କରାଯାଇଥିବା ବେଳେ ଭୂତାଣୁ ସଂକ୍ରମଣ ଯୋଗୁ ଚୀନ ପ୍ରଶାସନ ସମସ୍ତ ସାର୍ବଜନିକ ସଭା ଓ ଆୟୋଜନ ରଦ୍ଦ  ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ଏଣୁ ଭାରତୀୟ ଦୂତାବାସରେ ଜାନୁୟାରୀ ୨୬ କାର୍ଯ୍ୟକ୍ରମ ମଧ୍ୟ  ବାତିଲ କରାଯାଇଥିବା ଅଧିକାରୀକ ଭାବେ କୁହାଯାଇଛି।

wp:html /wp:html {"id":215434,"width":580,"height":377,"sizeSlug":"large"}

ଭୂତାଣୁ ସଂକ୍ରମଣ ଯୋଗୁ ଏପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ୨୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୮୩୦ରେ ପହଞ୍ଚି ସାରିଲାଣି। ଚୀନର ହୁବେଇ ପ୍ରାନ୍ତରେ ଭୂତାଣୁର ପ୍ରକୋପ ସର୍ବାଧିକ ରହିଛି। ଏଣୁ ସଂକ୍ରମଣ ନିୟନ୍ତ୍ରଣ ଲାଗି ବୁହାନ ସମେତ ୮ଟି ସହରକୁ ବନ୍ଦ କରିଦିଆଯାଇଛି। ଏହି ଘାତକ ଭୂତାଣୁକୁ ଗତ ଡିସେମ୍ବର ମାସରେ ପ୍ରଥମେ ବୁହାନ ସହରରେ ଚିହ୍ନଟ କରାଯାଇଥିଲା। ତେବେ ସେତେବେଳେ ଏଥିପ୍ରତି ଗୁରୁତ୍ୱ ଦିଆ ନ ଯିବା ଯୋଗୁ ଏବେ ଭୂତାଣୁ ଦକ୍ଷିଣ କୋରିଆ, ଜାପାନ, ତାଇୱାନ, ଥାଇଲ୍ୟାଣ୍ଡ ସମେତ ଦକ୍ଷିଣ ଏସିୟ ଦେଶ ଓ ଯୁକ୍ତରାଷ୍ଟ୍ରକୁ ବି ବ୍ୟାପୀଯାଇଛି।

{"id":215433,"sizeSlug":"large"}

ତେବେ ୨୬ ଜାନୁୟାରୀ ପୂର୍ବରୁ ବେଜିଂ ଭାରତୀୟ ଦୂତାବାସରେ ଗୁରୁବାର ରିପବ୍ଲିକ ଡେ ରିସପସନ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଚୀନ ଅଧିକାରୀଙ୍କ ସମେତ ବେଜିଂର ରାଜନୈତିକ ସମୂଦାୟ ସଦସ୍ୟମାନେ ମଧ୍ୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ ବିଦେଶମନ୍ତ୍ରୀ ତଥା ଭାରତରେ ଚୀନର ପୂର୍ବ ରାଷ୍ଟ୍ରଦୂତ ଲୁଓ ଝାଓହୁଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

{"id":215431,"sizeSlug":"large"}

ରିସେପସନ ଅବସରରେ ଚୀନରେ ଭାରତୀୟ ରାଷ୍ଟ୍ରଦୂତ ବିକ୍ରମ ମିଶ୍ରୀ ସଭାକୁ ସମ୍ବୋଧିତ କରି ୨୦୨୦ ବର୍ଷ ଭାରତ ଓ ଚୀନ ଦ୍ୱିପାକ୍ଷିକ ସମ୍ପର୍କ ଲାଗି ଏକ ଗୁରୁତ୍ୱପୁର୍ଣ୍ଣ ବର୍ଷ ବୋଲି କହିଥିଲେ।  କାରଣ ଏହି ବର୍ଷ ଚୀନ ସହ ଭାରତର ରାଜନୈତିକ ସମ୍ପର୍କକୁ ୭୦ ବର୍ଷ ପୁରୁଣ ହେଉଛି। ଏହା ଛଡା ଭାରତ ହିଁ ଏକମାତ୍ର ଗଣତାନ୍ତ୍ରିକ ଦେଶ ଯିଏ ପ୍ୟୁପିଲ୍ସ ରିପବ୍ଲିକ ଅଫ ଚୀନ (ପିଆରସି)କୁ ମାନ୍ୟତା ଦେଇଥିବା ବିଶ୍ୱର ପ୍ରଥମ ଅଣ ସମାଜବାଦୀ ରାଷ୍ଟ୍ର ଥିଲା ବୋଲି ବିକ୍ରମ କହିଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.