ରାଜ୍ୟରେ ବୋକାରୀ ସମସ୍ୟାକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ

Published By : Prameya-News7 Bureau | February 20, 2020 IST

ଭୁବନେଶ୍ୱର ୨୦।୦୨-  ରାଜ୍ୟରେ ବୋକାରୀ  ସମସ୍ୟା ନେଇ ଗୃହ ବାହାରେ ଏବଂ ଗୃହ ଭିତରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ରାଜ୍ୟ  ସରକାର ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ବାରମ୍ବାର ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ, ତାହା ପାଳନ କରୁନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

ଗୋଟିଏ ପଟେ  ବେକାରୀ ସମସ୍ୟାକୁ ନେଇ ବିଜେପି ଆଜି ଭୁବନେଶ୍ବରରେ ବିଶାଳ ଧାରଣା ଦେଇଥିଲା। ଶୋଭାଯାତ୍ରାରେ ଯାଇଥିଲେ ବିଜେପି କର୍ମୀ ।ସେପଟେ ବିଧାନସଭାରେ ରାଜ୍ୟ ସରକାର ନିଯୁକ୍ତି ନ ଦେଇ ଓଲଟା କେନ୍ଦ୍ରର ବିଭିନ୍ନ ନିଯୁକ୍ତି ପ୍ରକ୍ରିୟାରେ ବାଧକ ସାଜୁଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି ।

ବେକାରୀ ସମସ୍ୟା ପାଇଁ ଓଡିଶାରେ ଦାରିଦ୍ର୍ୟ ବଢୁଛି, କିଛି ଯୁବକ ବିପଥଗାମୀ ହେଉଛନ୍ତି ।ବେ ଦାଦନ ଖଟିବାକୁ ଯାଇ ଶୋଷଣର ଶିକାର ହେଉଛନ୍ତି । ତଥାପି ରାଜ୍ୟ ସରକାର ଚେତୁ ନାହାନ୍ତି ବୋଲି ବିରୋଧୀ ସିଧା ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ।ଏ ସମ୍ପର୍କରେ ପ୍ରତିକ୍ରିୟା ରଖି, ଯୋଜନା ଏବଂ ସମନ୍ବୟ ମନ୍ତ୍ରୀ ପଦ୍ମନାଭ ବେହେରା  କହିଛନ୍ତି ଆମେ ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ରି ପାଇଁ ଉଦ୍ୟମ କରୁଛୁ । ମାତ୍ର, ବିରୋଧୀ ଏ ପ୍ରସଙ୍ଗରେ ଅଯଥା   ସମୋଲୋଚନା କରୁଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.