Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରବାଟୀରେ ହେବନି ଭାରତ-ଓ୍ଵେଷ୍ଟଇଣ୍ଡିଜ ଟି-୨୦ ମ୍ୟାଚ୍, ଦର୍ଶକ ନିରାଶ
  • ||
  • ଆଇପିଏଲ ନିଲାମୀ ତାଲିକାରୁ କ୍ରିସ୍ ଗେଲ୍‌ଙ୍କ ସମେତ ଏହି ଖେଳାଳି ବାହାର
  • ||
  • Syed Modi International: ଫାଇନାଲ୍‌ରେ ପହଞ୍ଚିଲେ ପିଭି ସିନ୍ଧୁ, ମାଲଭିକାଙ୍କ ସହ ଟାଇଟଲ୍‌ ମୁକାବିଲା
  • ||
  • IPLରେ ଜଲଓ୍ବା ଦେଖାଇବେ ଶ୍ରୀସନ୍ତ, ନିଲାମୀ ପାଇଁ ବେସ୍‌ ପ୍ରାଇସ୍ ରହିଛି ୫୦ ଲକ୍ଷ ଟଙ୍କା
  • ||
  • ଜାମ୍ମୁ କାଶ୍ମୀରରେ ଭାରତୀୟ ସେନା ପକ୍ଷରୁ ଏନକାଉଣ୍ଟର, ଜଣେ ଆତଙ୍କବାଦୀ ସଫା, ସର୍ଚ୍ଚ ଅପରେସନ ଜାରି
  • ||
  • ୟେମେନ ଗଣହତ୍ୟାକୁ ନିନ୍ଦା କଲା ଜାତିସଂଘ, ସାଉଦିର ବିମାନ ଆକ୍ରମଣରେ ନିହତ ହୋଇଥିଲେ ୭୦ ବିଦ୍ରୋହୀ
  • ||
  • ସୋର : ଟ୍ରକ୍ ସହ ଧକ୍କା ହୋଇ ନୟନଜୋରିକୁ ଓଲଟିଲା ବସ୍, ୫ ଜଣଙ୍କ ମୃତ୍ୟୁ, କିଛି ଲୋକ ଚାପି ହୋଇ ରହିଥିବା ସନ୍ଦେହ
  • ||
  • ଭଦ୍ରକରେ ବିଜେପିକୁ ଝଟ୍‌କା, ଦଳ ଛାଡିଲେ ଶତାଧିକ ବରିଷ୍ଠ ନେତା ଓ କର୍ମୀ
  • ||
  • ୨୦ ମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୧୫ ଆହତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୩୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୮୮ ମୃତ
  • ||

ଦଲାଲି ଟଙ୍କା ହଡପ କରିବା ପାଇଁ ୭୮ଟି କମ୍ପାନୀ ଖୋଲିଥିଲେ ୟେସ ବ୍ୟାଙ୍କ ପ୍ରମୋଟର ରାଣା କପୁରଙ୍କ ପରିବାର

15/03/2020 at 12:12 PM

ନୂଆଦିଲ୍ଲୀ ୧୫/୦୩ : ୟେସ ବ୍ୟାଙ୍କ ପ୍ରମୋଟର ରାଣା କପୁର ଏବଂ ତାଙ୍କ ପରିବାର ଦଲାଲି ଟଙ୍କା ହଡପ କରିବା ପାଇଁ କେବଳ ୭୮ ଟି କମ୍ପାନୀ ଖୋଲି ନଥିଲେ ବରଂ ଭାରତ ଏବଂ ବିଦେଶରେ ୪୦ରୁ ଅଧିକ ଜାଗାରେ ସମ୍ପତ୍ତି ନିବେଶ କରିଥିଲେ | ପ୍ରବର୍ତ୍ତନ ନିର୍ଦେଶାଳୟ ଯାଞ୍ଚ ପରେ ଏହି ତଥ୍ୟ ସାମ୍ନାକୁ ଆସିଛି | ବିଦେଶରେ ନିବେଶ କରିଥିବା ଏହି ସମ୍ପତ୍ତିର କାଗଜପତ୍ର ସମ୍ବନ୍ଧରେ କେନ୍ଦ୍ରୀୟ ଏଜେନ୍ସି ପତା ଲଗାଇଛି | ଇଡିରୁ ମିଳିଥିବା ସୂଚନା ଅନୁଯାୟୀ, ରାଣା କପୁର କିଣିଥିବା ୪୦ ସମ୍ପତ୍ତି ମଧ୍ୟରୁ ୨୮ ସମ୍ପତ୍ତି ଭାରତରେ ହିଁ ରହିଛି | ଏମାନଙ୍କ ମଧ୍ୟରୁ ଅଧିକାଂଶ ସମ୍ପତ୍ତି ଦିଲ୍ଲୀ ଏବଂ ଭିଆଇପି ଲୁଟିୟାନ ଜୋନରେ ରହିଛି | ଅନ୍ୟ ୧୨ ସମ୍ପତ୍ତି ଲଣ୍ଡନ ଓ ଆମେରିକାରେ ରହିଛି |

ଇଡି ସୂଚନା ଅନୁଯାୟୀ, ଲଣ୍ଡନ ଓ ଆମେରିକାରେ ରାଣା କପୁରଙ୍କ ପରିବାର ହୋଟେଲ ଓ କ୍ଲବମାନଙ୍କରେ ପୁଞ୍ଜି ନିବେଶ କରିଛି | ଅଧିକ ସଂଖ୍ୟକ ରିୟଲ ଇଷ୍ଟେଟ ଓ ହସ୍ପିଟାଲିଟି ସହାୟକ କମ୍ପାନୀ ରହିଛି | ଇଡି ଅଭିଯୋଗ କରିଛି ଯେ, ୟେସ ବ୍ୟାଙ୍କ ବିଭିନ୍ନ କମ୍ପାନୀଗୁଡିକୁ କୋଟି କୋଟି ଟଙ୍କା ଋଣ ଦେଇଛି | ସେମାନଙ୍କ ମଧ୍ୟରେ ଅନେକ ଆର୍ଥିକ ସଂସ୍ଥା ରହିଛି | ରାଣା କପୁର କମ୍ପାନୀମାନଙ୍କ ସହ ଷଡଯନ୍ତ୍ର ରଚିଥିଲା ଏବଂ ନିଜ ପତ୍ନୀ ଓ ଝିଅ ଦ୍ୱାରା ପୁଞ୍ଜି ନିବେଶ କରାଇଥିଲା ବୋଲି ଇଡି ଅଭିଯୋଗ କରିଛି |

ଯାଞ୍ଚ ଏଜେନ୍ସି ଅନୁଯାୟୀ, ଗତ କିଛି ବର୍ଷ ହେଲା ୟେସ ବ୍ୟାଙ୍କରୁ ଋଣ କରିଥିବା କମ୍ପାନୀଗୁଡିକୁ ଦ୍ୱାରା କପୁର ପରିବାର ସଂଚାଳ କରୁଥିବା କମ୍ପାନୀକୁ ୪୦୦୦ କୋଟି ଟଙ୍କା ଲାଭ ହୋଇଥିଲା |

ସୂଚନାଯୋଗ୍ୟ ଯେ, ସଙ୍କଟରେ ଥିବା ୟେସ ବ୍ୟାଙ୍କ ୧୮ ହଜାର ୫୬୪ କୋଟି ଟଙ୍କା କ୍ଷତି ହୋଇଥିବା ୨୦୧୯ ମସିହା ଡିସେମ୍ବର ମାସରେ ସୂଚନା ଦେଇଥିଲା | ଗତବର୍ଷ ବ୍ୟାଙ୍କ ୧୦୦୦ କୋଟି ଟଙ୍କା ଲାଭ କରିଥିଲା ଏବଂ ସେପ୍ଟେମ୍ବର ମାସରେ ୬୨୯ କୋଟି ଟଙ୍କା କ୍ଷତି କରିଥିଲା |

   Related Posts