Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପଜିଟିଭ୍ ହୋଇ ମଧ୍ୟ ଫ୍ଲାଇଟ୍‌ରେ କଲେ ଯାତ୍ରା: ଯାତ୍ରୀ, ଏୟାରଲାଇନ୍ ଷ୍ଟାଫ୍ ଓ ହୋଟେଲ୍ ପରିଚାଳକ ବିରୋଧରେ FIR ରୁଜ୍ଜୁ

14/04/2021 at 1:52 PM

ଉଦୟପୁର ୧୪/୦୪ : କରୋନାର ଦ୍ୱିତୀୟ ଲହରରେ ହଟ୍ ସ୍ପଟ୍ ସାଜିଛି ଦେଶର ଲେକ ସିଟି ଉଦୟପୁର। ସହରରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବାରୁ ପ୍ରଶାସନ କଟକଣା କଡାକଡି କରିଛି। ଉଦୟପୁର ରାଜସ୍ଥାନର ଏକ ମାତ୍ର ସହର ଯେଉଁଠି ୧୨ ଘଣ୍ଟା ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ସନ୍ଧ୍ୟା ୬ଟା ରୁ ସକାଳ ୬ଟା ଯାଏଁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ନିୟମ ଉଲଙ୍ଘନ କଲେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଉଦୟପୁର ବିମାନବନ୍ଦରରେ ଜଣେ ଯାତ୍ରୀ କରୋନା ପଜିଟିଭ୍ ଥିବା ଏବଂ କୌଣସି ସୂଚନା ବିନା ପୁନଃ ବିମାନ ଯାତ୍ରା କରି ପଳାୟନ ଉଦ୍ୟମ ମାମଲାରେ ଦିଲ୍ଲୀର ଜଣେ ଯୁବକ ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ବିମାନବନ୍ଦରରେ କରୋନା ପ୍ରୋଟୋକଲ୍ ସୁନିଶ୍ଚିତ କରିବାକୁ ନିଯୁକ୍ତ ଥିବା ପ୍ରଭାରୀ ଯୁବକଙ୍କ ବିରୋଧରେ ଡବୋକ ଥାନାରେ ମାମଲା ରୁଜ୍ଜୁ କରିଛନ୍ତି।

ଏଡିଏମ୍ କହିଛନ୍ତି, ଅନ୍ୟ ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଆରଟିପିସିଆର ନେଗେଟିଭ୍ ରିପୋର୍ଟ ଅନିବାର୍ଯ୍ୟ କରାଯାଇଛି। ଏପ୍ରିଲ ୧୦ ତାରିଖରେ ଉଦୟପୁରରେ ପହଞ୍ଚିବା ପରେ ବିମାନବନ୍ଦରରେ ଯାଞ୍ଚ ବେଳେ ଈଶାଙ୍କ ନାମକ ଏହି ଯୁବକଙ୍କ ପାଖରେ କୋଭିଡ ନେଗେଟିଭ ରିପୋର୍ଟ ନଥିଲା। ଯାଞ୍ଚ ପାଇଁ ତାଙ୍କର ନମୁନା ସଂଗ୍ରହ କରାଯାଇଥିଲା। ତାଙ୍କୁ ୧୫ ଦିନ ପାଇଁ କ୍ଵାରେଣ୍ଟାଇନ କରାଯାଇଥିଲା। ତାଙ୍କୁ ଉଦିୟାପୋଲ ସ୍ଥିତ ଏକ ହୋଟେଲରେ କ୍ଵାରେଣ୍ଟାଇନ କରାଯାଇଥିଲା ଏବଂ ଏଥିପାଇଁ ତାଙ୍କଠାରୁ ଲିଖିତ ଘୋଷଣାପତ୍ର ମଧ୍ୟ ନିଆଯାଇଥିଲା। ଈଶାଙ୍କ ଯାଞ୍ଚ ରିପୋର୍ଟ ପଜିଟିଭ୍ ଆସିବାପରେ ସମ୍ବନ୍ଧିତ ଲ୍ୟାବ କଣ୍ଟ୍ରୋଲ ରୁମକୁ ସୂଚନା ଦେଇଥିଲେ। ଯାଞ୍ଚରୁ ଜଣାପଡିଥିଲା ଯେ ଇଶାନ୍ତ ୧୧ ତାରିଖ ଦିନ ପୁନଃ ଇଣ୍ଡିଗୋ ଫ୍ଲାଇଟରେ ଦିଲ୍ଲୀ ଫେରି ଯାଇଛନ୍ତି।

ପ୍ରଶାସନ ତାଙ୍କୁ କ୍ଵାରେଣ୍ଟାଇନରେ ରଖିଛି ଓ ରିପୋର୍ଟ ଆସିବାକୁ ସମୟ ଥିବା ଜାଣି ମଧ୍ୟ ଯେ ପୁନଃ ଦିଲ୍ଲୀକୁ ଯାତ୍ରା କରି ଅନ୍ୟ ସହଯାତ୍ରୀଙ୍କ ସମ୍ପର୍କରେ ଆସି ଅନ୍ୟମାନଙ୍କ ଜୀବନକୁ ବିପଦରେ ପକାଇଛନ୍ତି। ଏଡ଼ିଏମ୍ କହିଛନ୍ତି, ସମ୍ବନ୍ଧିତ ଏୟାରଲାଇନ ଜାଣିଶୁଣି ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆଦେଶ ଉଲଙ୍ଘନ କରି ନେଗେଟିଭ ରିପୋର୍ଟ ବିନା ଯାତ୍ରୀଙ୍କୁ ଉଦୟପୁର ନେଇ ଆସିଲା ଓ ଅନ୍ୟ ଯାତ୍ରୀଙ୍କ ଜୀବନ ବିପଦରେ ପକାଇଛି। ସେ ଯେଉଁ ହୋଟେଲରେ ରହିଥିଲେ ସେଠାରେ ମଧ୍ୟ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଆଦେଶ ଉଲଙ୍ଘନ କରି ଯାତ୍ରୀଙ୍କ ନେଗେଟିଭ୍ ରିପୋର୍ଟ ନ ଦେଖି ହୋଟେଲରେ ତାଙ୍କୁ ରହିବାକୁ ରୁମ ଦେଇଥିଲା। ପୁଣି ରିପୋର୍ଟ ନ ଦେଖି ଚେକ ଆଉଟ ମଧ୍ୟ କରିବାକୁ ଦେଇଛି।

ଏଫଆଇଆରରେ କୁହାଯାଇଛି ଯେ, ଦାୟିତ୍ବହୀନ ଯାତ୍ରୀ ଈଶାଙ୍କ, ଏୟାରଲାଇନ୍ ଷ୍ଟାଫ୍ ଓ ହୋଟେଲ ପରିଚାଳକଙ୍କ ଏହି କୃତ୍ୟ ଭାରତୀୟ ଦଣ୍ଡ ବିଧାନ ସଂହିତା-୨୭୦ ଅନୁଯାୟୀ ଅପରାଧ। ଯାତ୍ରୀ କ୍ଵାରେଣ୍ଟାଇନ ନିୟମ ଉଲଙ୍ଘନ କରିବା ଧାରା-୫୧ ୫୨ ଅନୁଯାୟୀ ଅପରାଧ।

   Related Posts