Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ହେଲେ କମଳା ହ୍ୟାରିସ୍
  • ||
  • ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍‌
  • ||
  • ଆମେରିକାର ଉପ ରାଷ୍ଟ୍ରପତି ଭାବେ ଶପଥ ନେଲେ କମଳା ହ୍ୟାରିସ୍‌
  • ||
  • ଚାଷୀଙ୍କ ସହ ୧୦ମ ରାଉଣ୍ଡ ଆଲୋଚନା ଶେଷ, ସରକାର କହିଲେ ପ୍ରତ୍ୟାହାର ହେବନି କୃଷି ଆଇନ
  • ||
  • ପୋଖରୀରୁ ମିଳିଲା ମୁଣ୍ଡ ବିହୀନ ମୃତଦେହ, ପୋଲିସ ଆରମ୍ଭ କଲା ଖୋଳତାଡ଼
  • ||
  • ଢ଼େଙ୍କାନାଳ: ବନ ବିଭାଗର ଅତର୍କିତ ଚଢ଼ାଉ, ବିଭିନ୍ନ ବନ୍ୟଜନ୍ତୁଙ୍କ ଜାଲ ଜବତ, ୪ ଶିକାରୀ ଗିରଫ
  • ||
  • ବଲାଙ୍ଗୀର : ଟାଇଲ କାମ ବେଳେ ଅଘଟଣ, ଚାପି ହୋଇ ଜଣେ ଶ୍ରମିକ ମୃତ, ୨ ଗୁରୁତର
  • ||
  • ଢେଙ୍କାନାଳ : ଟ୍ରକ୍ ପଛରେ ଧକ୍କା ହେଲା ବାଇକ୍, ବାପା ମୃତ, ଝିଅ ଗୁରୁତର
  • ||
  • ଅନୁଗୋଳ : ଗଛ ତଳୁ ନବଜାତ ଶିଶୁ ପୁତ୍ର ଉଦ୍ଧାର
  • ||
  • ଭୁବନେଶ୍ବର : ବିଜେଡିରେ ମିଶିଲେ କରଞ୍ଜିଆ ଏନଏସିର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ
  • ||

୫ ଜଣ ଭାରତୀୟ ଖେଳାଳୀ ଯେଉଁମାନେ ୱାର୍ଲଡକପ୍ ଟିମରେ ଥାଇ ମଧ୍ୟ ଖେଳିନାହାନ୍ତି ଗୋଟିଏ ବି ମ୍ୟାଚ୍

24/06/2019 at 12:27 PM

କ୍ରିକେଟ ଜଗତର ସମସ୍ତ ଖେଳାଳୀଙ୍କ ସ୍ୱପ୍ନ ଥାଏ ୱାର୍ଲଡକପରେ ଖେଳିବା । କିଛି ଖେଳାଳୀଙ୍କ ସ୍ୱପ୍ନ ପୁରଣ ହୋଇଥାଏ ଆଉ କିଛି ଖେଳାଳୀଙ୍କ ସ୍ୱପ୍ନ ପୁରଣ ହୋଇନଥାଏ । କିନ୍ତୁ ଏମାନଙ୍କ ମଧ୍ୟରେ ଆଉ କିଛି ଖେଳାଳୀ ସାମିଲ ହୋଇ ମଧ୍ୟ ହୋଇନଥାନ୍ତି । ଅର୍ଥାତ କିଛି ଖେଳାଳୀ ଯେଉଁମାନଙ୍କୁ ୱାର୍ଲଡକପ ଟିମରେ ଚୟନ କରାଯାଇଥାଏ କିନ୍ତୁ ଏମାନେ ମଇଦାନକୁ ଓହ୍ଲାଇ ନଥାନ୍ତି । ଏମାନେ ଖାଲି ହାତରେ ସ୍ୱଦେଶ ଫେରିଆସନ୍ତି ।

ଏହି ତାଲିକାରେ ଅନେକ ଭାରତୀୟ ଖେଳାଳୀଙ୍କ ନାଁ ମଧ୍ୟ ସାମିଲ ଅଛି । ଏମାନେ ୱାର୍ଲଡକପ ଟିମରେ ସାମିଲ ହେଲେ କିନ୍ତୁ ଖେଳିପାରିଲେ ନାହିଁ । ଆସନ୍ତୁ ଜାଣିବା ସେ କେଉଁ କେଉଁ ଖେଳାଳୀ

ଅମୟ ଖୁରାସିୟା (୧୯୯୯)- ୧୯୮୩ ପରେ ସମସ୍ତ ଖେଳାଳୀଙ୍କୁ ୱାର୍ଲଡକପରେ ଖେଳିବା ପାଇଁ ମଉକା ମିଳିଥିଲା । କିନ୍ତୁ ୧୯୯୯ ରୁ ପୁଣି ପୁରୁଣା ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲା । ଯେଉଁଥିପାଇଁ ଅମୟ ଖୁରାସିୟାଙ୍କୁ ନ ଖେଳି ଫେରିବାକୁ ପଡିଥିଲା । ସେ କେବଳ ବେଞ୍ଚର ଶୋଭା ହୋଇ ରହିଗଲେ ।

ସଞ୍ଜୟ ବାଙ୍ଗର (୨୦୦୩) – ଭାରତର ଜଣେ ସର୍ବୋତ୍ତମ ଖେଳାଳୀ ସଞ୍ଜୟ ବାଙ୍ଗର ବିଶ୍ୱକପରେ ନ ଖେଳି ଫେରିଯାଇଥିଲେ । ସେ ଟିମରେ ସାମିଲ ଥିଲେ ସତ କିନ୍ତୁ ପ୍ଲେଇଂ ଇଲେଭେନ ଖେଳିବାର ତାଙ୍କୁ ମୁଉକା ମିଳିନଥିଲା । ଗୋଟିଏ ମ୍ୟାଚ ନ ଖେଳି ସେ ସ୍ୱଦେସ ଫେରି ଯାଇଥିଲେ ।

ପାର୍ଥିବ ପଟେଲ (୨୦୦୩) – ୨୦୦୩ ବିଶ୍ୱକପରେ କେବଳ ସଞ୍ଜୟ ବାଙ୍ଗର ହିଁ ନ ଖେଳି ଫେରିନଥିଲେ ବରଂ ପାର୍ଥିବ ପଟେଲ ମଧ୍ୟ ନ ଖେଳି ଫେରି ଆସିଥିଲେ । ପାର୍ଥିବ ପଟେଲଙ୍କୁ ବିଶ୍ୱକପର ୧୫ ଜଣିଆ ସଦସ୍ୟ ଟିମରେ ରଖାଯାଇଥିଲା କିନ୍ତୁ ଗୋଟିଏ ବି ମ୍ୟାଚ ଖେଳିବାକୁ ତାଙ୍କୁ ମଉକା ମିଳିନଥିଲା ।

ଇରଫାନ ପଠାନ (୨୦୦୭) – ୨୦୦୭ ବିଶ୍ୱକପରେ ଇରଫାନ ପଠାନଙ୍କୁ ବିଶ୍ୱକପ ଟିମରେ ଥାଇ ମଧ୍ୟ ଖେଳିବାକୁ ମଉକା ମିଳିନଥିଲା । ସେତେବେଳେ ଇରଫାନଙ୍କ କ୍ୟାରିଅର ଚରମ ସୀମାରେ ଥିଲା । କିନ୍ତୁ ତାଙ୍କୁ ଗୋଟିଏ ବି ମ୍ୟାଚ ଖେଳିବାର ମଉକା ମିଳିନଥିଲା ।

ଅମ୍ବାତୀ ରାୟଡୁ (୨୦୧୫) – ଭାରତର ଜଣେ ଶ୍ରେଷ୍ଠ ଖେଳାଳିଙ୍କ ମଧ୍ୟରେ ଅମ୍ବାତୀ ରାୟଡୁଙ୍କ ନାଁ ସାମିଲ ଅଛି । ୨୦୧୫ ବିଶ୍ୱକପରେ ଭାରତୀୟ ଟିମରେ ଅମ୍ବାତୀ ରାୟଡୁଙ୍କୁ ଚୟନ କରାଯାଇଥିଲା । କିନ୍ତୁ ତାଙ୍କୁ ମଧ୍ୟ ପ୍ଲେଇଂ ଇଲେଭେନରେ ଖେଳିବାର ମଉକା ମିଳିନଥିଲା । ଯେଉଁଥିପାଇଁ ଗୋଟିଏ ବି ମ୍ୟାଚ ନଖେଳି ସେ ଫେରି ଆସିଥିଲେ ।

   Related Posts