କ୍ରିକେଟର ହୋଇ ସେନାବାହିନୀରେ କେମିତି ପଶିଲେ ଧୋନି, ଜାଣନ୍ତୁ ପୂରା କାହାଣୀ

Published By : Prameya-News7 Bureau | July 23, 2019 IST

ନୂଆଦିଲ୍ଲୀ୨୩|୭: ବିଶ୍ବକପରୁ ଭାରତର ବିଦାୟ ପରେ ଆରମ୍ଭ ହୋଇଥିଲା ମିଶାଣ, ଫେଡ଼ାଣ, ହରଣ, ଗୁଣନ । କେଉଁ ଖେଳାଳି ଟିମ୍ ରେ ରହିବା ଆବଶ୍ୟକ, କେଉଁ ଖେଳାଳି ଅବସର ନେବା ଉଚିତ, ଏନେଇ ବେଶ ଚାଲିଲା ଘଣ୍ଟାଚକଟା । ବିଶେଶ କରି ପୂର୍ବତନ ଅଧନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ନେଇ ପ୍ରତିଦିନ ସାମ୍ନାକୁ ଆସିଲା ନୂଆ ନୂଆ ହେଡଲାଇନ୍ସ ।

{"id":136669}

ଧୋନୀଙ୍କ ସନ୍ୟାସ ଉପରେ ଯେମିତି ସସପେନ୍ସର କଳାବାଦଲ ଛାଇଗଲା । ତେବେ ଶେଷରେ ଦୁଇ ମାସ ବିରତି ନେଇ ସେନାରେ ଯୁଦ୍ଧାଭ୍ୟାସ ପାଇଁ ଅନୁମତି ମାଗିବା ପରେ ସବୁ କାହାଣୀ ଉପରେ ଯେମିତି ପୂର୍ଣ୍ଣଛେଦ ଲାଗିଲା । କ୍ରିକେଟ ଠାରୁ ଦେଶପ୍ରେମ ଯେ ତାଙ୍କ ପାଇଁ ବହୁତ ଆଗରେ ତାର ପ୍ରମାଣ ଦେଇଛନ୍ତି ଟିମ୍ ଇଣ୍ଡିଆର ଷ୍ଟାର ପରଫରମର ମହେନ୍ଦ୍ର ସିଂ ଧୋନୀ ।

{"id":136670}

ବିଶ୍ବକପ୍ ବିଦାୟ । ସାରା ଦେଶ ସବ୍ଧ( । ଚତୁର୍ଦ୍ଦିଗେ ନିରବତା । ଝଡ଼ ପୂର୍ବର ନିରବତା । ଆଉ ତାପରେ…. । ଆଲୋଚନା, ପର୍ଯ୍ୟାଲୋଚନା, ବିଷୋଦଗାର । ଆଉ ଏହାର ସର୍ବାଧିକ ଶିକାର ବନିଥିବା ଖେଳାଳି ପାଲଟିଯାଇଥିଲେ ମହେନ୍ଦ୍ର ସିଂ ଧୋନୀ । ଟେଲିଭିଜନ ଠାରୁ ଖବରକାଗଜ ପୁଣି ସୋସିଆଲ ମିଡିଆ । ସବୁଠି ଯେମିତି ଧୋନୀଙ୍କ ରିଟାୟରମେଣ୍ଟ ଚର୍ଚ୍ଚା ।

{"id":136671}

ତେବେ  ଶନିବାର ଦିନ ଧୋନୀଙ୍କ ସନ୍ୟାସ ଉପରୁ ସସପେନ୍ସ ହଟିଥିଲା । ପାରା ମିଲିଟାରୀ ରେଜିମେଣ୍ଟରେ ଦୁଇ ମାସ ଧରି ଟ୍ରେନିଂ କରିବାର ନିଷ୍ପତ୍ତି ନେଇ ଧୋନୀ ଦେଶ ଆଗରେ ଥୋଇଥିଲେ ଦେଶଭକ୍ତିର ବଳିଷ୍ଠ ପ୍ରମାଣ ।

{"id":136672}

ଦେଶ ପାଇଁ ଧୋନୀ ଦୁଇ ମାସ ସମର୍ପଣ କରିବା ସହ ଏବେ ସୀମାରେ ରହି ଯୁଦ୍ଧ୍ୟାଭ୍ୟାସ କରିବେ । ସେନା ସହ ମିଶି କଦମତାଲ କରିବେ । କାହିଁକି ନା ମାହିଙ୍କର ପ୍ରଥମ ପସନ୍ଦ କ୍ରିକେଟ ନୁହେଁ; ବରଂ ସେନା । କ୍ରିକେଟର ନହୋଇଥିଲେ ସେନା ବାହିନୀରେ ଯୋଗ ଦେବା ନେଇ ତାଙ୍କର ପ୍ରବଳ ଇଚ୍ଛା ଥିଲା ବୋଲି ମଧ୍ୟ ଧୋନୀ ଆଗରୁ ବହୁବାର କହିସାରିଛନ୍ତି ।

{"id":136673}

ଏପରିକି ପିଲାବେଳୁ ହିଁ ଯୁଦ୍ଧାସ୍ତ୍ର ସାଙ୍ଗକୁ ସେନାର ନୀତି ନିୟମ ସମ୍ପର୍କରେ ସେ ପିଲାବେଳୁ ହିଁ ପଢୁଥିବା ନେଇ ଅନେକ ସାକ୍ଷାତକାର ଦେଇଛନ୍ତି । ତେଣୁ ୱେଷ୍ଟଇଣ୍ଡିଜ ଗସ୍ତରୁ ବ୍ରେକ ନେଇ ଦୁଇ ମାସ ପାରା ମିଲିଟାରୀ ରେଜିମେଣ୍ଟ ସହ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ଧୋନୀ ।  ସେପଟେ ସେନାମୁଖ୍ୟ ବିପିନ ରାୱତ ମଧ୍ୟ ଧୋନୀଙ୍କୁ ଗ୍ରୀନ ସିଗନାଲ ଦେଇସାରିଛନ୍ତି । ଅବଶ୍ୟ ଧୋନୀଙ୍କୁ ପ୍ରତ୍ୟେକ୍ଷ ଅପରେସନରେ ଭାଗ ନେବାର ଅନୁମତି ମିଳିନି ।

{"id":136674,"width":596,"height":397}

ତେବେ କ୍ରିକେଟର ହୋଇ ଧୋନୀ କେବେ ସେନା ବାହିନୀରେ କେବେ ଯୋଗ ଦେଲେ ସେନେଇ ଆପଣଙ୍କ ମନରେ ପ୍ରଶ୍ନ ଉଠିଥାଇପାରେ । ଧୋନୀ ଟେରିଟୋରିଆଲ ଆର୍ମିର ପାରାଚ୍ୟୁଟ ରେଜିମେଣ୍ଟର ଲେଫ୍ଟନାଣ୍ଟ କର୍ଣ୍ଣେଲ ଅଛନ୍ତି । ୨୦୧୧ ବିଶ୍ବକପ ବିଜୟ ପରେ ତାଙ୍କୁ ଲେଫ୍ଟନାଣ୍ଟ କର୍ଣ୍ଣେଲ ପୋଷ୍ଟ ମିଳିଥିଲା ।

{"id":136675,"width":604,"height":338}

ସେଥିପାଇଁ ତ କ୍ରିକେଟରୁ ଟିକେ ସମୟ ପାଇଲେ ଧୋନୀ ସେନାବାହିନୀ ସହ ସାମିଲ ହେବାକୁ ପହଞ୍ଚି ଯାଆନ୍ତି । ତେଣିକି ସେ ସେନା ପକ୍ଷରୁ ଆୟୋଜିତ କ୍ରିକେଟ ମ୍ୟାଚ୍ ହେଉ କି ପାରା ଗ୍ଲାଇଡିଂ ଶିବିର । ୨୦୧୫ରେ ଆଗ୍ରାର ପାରା ଟ୍ରେନିଂ ସ୍କୁଲ ଯାଇ ପାରା ଗ୍ଲାଇଡିଂ କରିଥିଲେ । ୧୨୦୦ ଫୁଟ୍ ଉଚ୍ଚତାରୁ ଜମ୍ପ କରି ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲେ ଟିମ୍ ଇଣ୍ଡିଆର ସୁପରଷ୍ଟାର ।

{"id":136676}

ଏବେ ପୁଣି ଥରେ ସେନା ସହ ସମୟ ବିତାଇବାକୁ ନିଷ୍ପତ୍ତି ନେଇଛନ୍ତି ଧୋନୀ । ଏନେଇ ବିସିସିଆଇକୁ ଅବଗତ କରିବା ପରେ ୱେଷ୍ଟଇଣ୍ଡିଜ ଗସ୍ତରୁ ମଧ୍ୟ ତାଙ୍କୁ ବାଦ ଦିଆଯାଇଛି । ଏଥିସହ ତାଙ୍କର ଅବସର ଚର୍ଚ୍ଚା ଉପରେ ମଧ୍ୟ ବିରାମ ଲାଗିଛି ।

{"id":136677}

କ୍ରିକେଟ ଖେଳିବା ସମୟରେ ମଧ୍ୟ ଧୋନୀଙ୍କ ଦେଶଭକ୍ତିର ମିଜାଜ ମଧ୍ୟ ଅନେକ ଥର ସାମ୍ନାକୁ ଆସିଛି । ୨୦୧୯ ବିଶ୍ବକପ ସମୟରେ ଧୋନୀଙ୍କ ଦେଶଭକ୍ତିର ନମୁନା ସାରା ବିଶ୍ବ ଦେଖିଥିଲା । ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଧୋନୀ ଗ୍ଲୋଭସରେ ବଳିଦାନର ବ୍ୟାଚ୍ ଲଗାଇ ୱିକେଟକିପିଂ କରିଥିଲେ ।  ଯାହାକୁ ଦେଖି ପ୍ରତିଟି ଭାରତୀୟର ମୁଣ୍ଡ ଗର୍ବରେ ଉଚ୍ଚା ହୋଇଯାଇଥିଲା । ଅବଶ୍ୟ ଆଇସିସିର ନିୟମାନୁସାରେ ପରେ ତାଙ୍କୁ ବ୍ୟାଚ୍ ହଟାଇବାକୁ ପଡ଼ିଥିଲା । ତେବେ ଧୋନୀ ଏତେ ମାତ୍ରାରେ ସେନାକୁ ସମ୍ମାନ କରନ୍ତି ଯେ ତାଙ୍କ କିଡ୍ସ ବ୍ୟାଗ୍ ମଧ୍ୟ ସେନା ରଙ୍ଗରେ ରଙ୍ଗାୟିତ ।

{"id":136678}

ଖାଲି ଏତିକିରେ ସୀମିତ ରହିନି ଧୋନୀଙ୍କ ଦେଶପ୍ରେମ । ୨୦୧୮ରେ ପଦ୍ମଭୂଷଣ ପୁରସ୍କାର ଗ୍ରହଣ ସମୟରେ ମଧ୍ୟ ଧୋନୀ ସେନା ପୋଷାକରେ ନଜର ଆସିଥିଲେ । ଜଣେ ପୋଖତ ସୈନିକଙ୍କ ପରି ମାର୍ଚ୍ଚଫାଷ୍ଟ ଆସି ରାଷ୍ଟ୍ରପତି କୋବିନ୍ଦଙ୍କୁ ସାଲ୍ୟୁଟ୍ କରିବା ସହ ପୁରସ୍କାର ଗ୍ରହଣ କରିଥିଲେ ମାହି ।

{"id":136679}

କୌଣସି ଖେଳକୁ ପ୍ରଫେସନ କରିବା ଗୋଟିଏ କଥା, କିନ୍ତୁ ସବୁ ଭିତରେ ଦେଶସେବା ସର୍ବାଗ୍ରେ । ତେବେ ଆଉ କେଉଁ କେଉଁ ସେଲିବ୍ରିଟି ସେନା ବାହିନୀ ପାଇଁ ଉତ୍ସର୍ଗୀକୃତ, ଦେଖିବା ଆଗାମୀ

{"id":136680}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.