Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ରାଜ୍ୟରେ ସୁସ୍ଥ ହେଲେ ଆଉ ୧୭୪୦ ଆକ୍ରାନ୍ତ
  • ||
  • ଏସ୍‌ସିବିରୁ ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା : ଆଉ ୨ ଜଣଙ୍କୁ ଗିରଫ କଲା ମଙ୍ଗଳାବାଗ ପୋଲିସ
  • ||
  • ନୂଆପଡା : ଭାରସାମ୍ୟ ହରାଇ ଓଲଟିଲା କାର୍, ୩ ଗୁରୁତର
  • ||
  • ଭୁବନେଶ୍ବର : ଭୁବନେଶ୍ବରର ୩ଟି ଶିକ୍ଷାନୁଷ୍ଠାନ ସିଲ୍, ଖୁଲମଖୁଲା କୋଭିଡ୍ ନିୟମର କରିଥିଲେ ଉଲଂଘନ
  • ||
  • ବ୍ରହ୍ମପୁର : ସୁରଟରୁ ଫେରୁଥିଲେ ପ୍ରବାସୀ, ଟ୍ରେନ୍‌ରେ ଚାଲିଗଲା ଜୀବନ
  • ||
  • ଅନୁଗୋଳ : ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍, ଗୋଟିଏ ପରିବାରର ଜଣେ ମୃତ, ୨ ଆହତ
  • ||
  • ଭୁବନେଶ୍ବର : ‘ହାଇଦର ପାଇଁ ନଥିଲା ପୋଲିସ ସୁରକ୍ଷା ବ୍ୟବସ୍ଥା, କିନ୍ତୁ ପାଖରେ ଥିଲେ ଯୁବତୀ’ – ଲେଖାଶ୍ରୀ
  • ||
  • ସମ୍ବଲପୁର : ଆଜିଠାରୁ ୧୫ ଦିନ ସମ୍ବଲପୁର ବାର୍ ବନ୍ଦ, କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି
  • ||
  • ସୋର : ସରିଥିଲା ନିର୍ବନ୍ଧ, ହେଲେ ପଡିପାରିଲାନି ହାତଗଣ୍ଠି, ଶେଷରେ କାହିଁକି ଝୁଲିପଡିଲେ ଯୁବତୀ ?
  • ||
  • ବାରଙ୍ଗ : ନନ୍ଦନକାନନରୁ ଇନ୍ଦୋର ଯାଉଛନ୍ତି ୧୩ ଜୀବଜନ୍ତୁ, ଧଳା ବାଘୁଣୀ ଓ କଳା ବାଘ ସାମିଲ
  • ||

ବେଜିଂରେ ବିସ୍ଫୋରଣ

26/07/2018 at 1:04 PM

ବେଜିଂରେ ଆମେରିକା ଦୂତାବାସ ନିକଟରେ ବିସ୍ଫୋରଣ । ଦିନ ଗୋଟାଏ ବେଳେ ଏହି ବିସ୍ଫୋରଣ ଘଟିଛି । ଆମେରିକା ଦୂତାବାସର ଦକ୍ଷିଣପୂର୍ବ କୋଣରେ ଏହି ବୋମା ବିସ୍ଫୋରଣ ଘଟିଛି । ବେଜିଂ ପୋଲିସ କହିବାନୁଯୀୟୀ ଜଣେ ଯୁବକ ଦୂତାବାସ ନିକଟରେ ବାଣ ଫୁଟାଇଥିଲା । କିନ୍ତୁ ଆମେରିକା ଦୂତାବାସ ପକ୍ଷରୁ ଏହାକୁ ବୋମା ବିସ୍ଫୋରଣ ବୋଲି କୁହାଯାଇଛି । ବିସ୍ଫୋରଣରେ ସମ୍ପୃକ୍ତ ଥିବା ଯୁବକ ଆହତ । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିସ୍ଫୋରଣ ଯୋଗୁ କେହି ମୃତାହତ ହୋଇଥିବାସୂଚନା ମିଳିନି । ବିସ୍ଫୋରଣ ଯୋଗୁ ଆମେରିକା ଦୂତାବାସ ନିକଟରେ ଥିବା ଭାରତୀୟ ଦୂତାବାସର କୌଣସି କ୍ଷତି ହୋଇନି । ଭାରତୀୟ ଦୂତାବାସର ସବୁ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବୋମା ବିସ୍ଫୋରଣ ଯୋଗୁ ଦୂତାବାସ ନିକଟରେ ଥିବା ପୋଲିସ ଗାଡିର କ୍ଷତି ହୋଇଛି। ପୂରା ଅଞ୍ଚଳ ଧୂଆଁମୟ ହୋଇଥିଲା । ଘଟଣାସ୍ଥଳକୁ ସୁରକ୍ଷାବାହୀନୀ ସିଲ୍ ସ୍ଥିତିକୁ ସୁଧାରିବାକୁ ଚଳାଇଛନ୍ତି ଜୋରାଦାର ଅପରେସନ । ଏହି ଘଟଣାର କିଛ ସମୟ ପୂର୍ବରୁ ଜଣେ ମହିଳା ଆମେରିକା ଦୂତାବାସ ନିକଟରେ ନିଜକୁ ଜାଳିବାକୁ ଉଦ୍ୟମ କରିଥିଲେ । ଏହି ଦୁଇଟି ଘଟଣାରେ କୌଣସି ଲିଙ୍କ ଅଛି କି ସେନେଇ ଏବେ ତଦନ୍ତ ଜାରି ରଖିଛି ବେଜିଂ ପୋଲିସ

   Related Posts