Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ଚୀନ୍‌ରେ ପୁଣି ଥରେ କରୋନା ଆତଙ୍କ, ୧୨୫୫ ବିମାନ ବାତିଲ କଲା ବେଜିଂ ଏୟାରପୋର୍ଟ

17/06/2020 at 9:34 AM

ବେଜିଂ ୧୭।୦୬: ଚୀନ୍‌ରେ ସୃଷ୍ଟି ହୋଇଥିବା କରୋନା ଭାଇରସ ପୁଣି ଥରେ ଚୀନ୍‌ରେ ବେକାବୁ ହୋଇଛି । ଗତ କିଛି ହେଲା ଚୀନ୍‌ରେ କରୋନା ଭାଇରସରେ ସଂକ୍ରମଣ ସଂଖ୍ୟା ବଢୁଥିବାର ଦେଖିବାକୁ ମିଳିଛି । କିଛି ମାସରେ ତଳେ ଚୀନ୍‌ରେ କରୋନା ଭାଇରସର ବହୁତ କମ୍‌ ମାମଲା ଦେଖାଦେଉଥିଲା । କିନ୍ତୁ ଗତ କିଛି ଦନ ହେଲା ଚୀନ୍‌ରେ ପୁଣି ଥରେ କରୋନା ଅଣାୟତ୍ତ ପରିସ୍ଥିତି ସୃଷ୍ଟି କରିଛି। ଗତ ୧୦ ଦିନରେ ବେଜିଂରେ କରୋନା ଭାଇରସରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଛି । ଦିନକୁ ଦିନ ଏହି ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର କେତେକ ବିମାନଯାତ୍ରାକୁ ସ୍ଥଗିତ ରଖିବାକୂ ନିଷ୍ପତ୍ତି ନେଇଛନ୍ତି । ବେଜିଂ ଏୟାରପୋର୍ଟରେ ଅତିକମ୍‌ରେ ୧୨୫୫ ବିମାନ ଯାତ୍ରାକୁ ରଦ୍ଦ କରାଯାଇଛି ।   

ସୂଚନାଯୋଗ୍ୟ ଯେ, ଚଳିତ ସପ୍ତାହରେ ବେଜିଂରେ କରୋନା ଭାଇରସରେ ପ୍ରାୟ ୧୫୦ ମାମଲା ସାମ୍ନାକୁ ଆସିଛି । ଯାହାର ଆରମ୍ଭ ଏକ ହୋଲ୍‌ସେଲ୍‌ ବଜାରରୁ ହୋଇଥିଲା । ଏହାପରେ ଚୀନ୍‌ରେ ଆଲର୍ଟ ଜାରି କରାଯାଇଛି । ଚୀନ୍‌ରେ ଏହା କରୋନା ଭାଇରସର ୨ୟ ଲହରୀ ବୋଲି ଅନୁମାନ କରାଯାଉଛି ।  ଡିସେମ୍ବରରେ କରୋନା ଭାଇରସର ଆରମ୍ଭ ଚୀନ୍‌ରୁ ହୋଇଥିଲା । ସେତେବେଳେ ଉହାନ ସହରରୁ ଅଧିକ ମାମଲା ସାମ୍ନାକୁ ଆସୁଥିଲା । ପେବୃଆରୀ  ମାସ ପର୍ଯ୍ୟନ୍ତ ଚୀନ୍‌ରୁ ଲଗାତର ଭାବେ କରୋନା ଭାଇରସର ମାମଲା ସାମ୍ନାକୁ ଆସିଲା ।  କିନ୍ତୁ ପରେ ଏହା କମି ଯାଇଥିଲା । ମାର୍ଚ୍ଚରେ ଅତିକମ୍‌ରେ ୮୪ ହଜାର ମାମଲା ସାମ୍ନାକୁ ଆସିଥିଲା , ପରେ ଏହା ସଂଖ୍ୟା ମଧ୍ୟ କମ୍‌ ଆସିଥିଲା । ଏହାପରେ ଧୀରେ ଧୀରେ ଦେଶରେ କରୋନା ଭାଇରସ ସଂଖ୍ୟା କମିବାରେ ଲାଗିଥିଲା ।

ଚୀନ୍‌ର ବିଭିନ୍ନ ସ୍ଥାନରେ ଜାରି କରାଯାଇଥିବା କଟକଣା ଧିରେ ଧିରେ କୋହଳ କରାଯାଇଥିଲା । କିନ୍ତୁ ଗତ ସପ୍ତାହରେ ବେଜିଂର ଏକ ମାର୍କେଟରୁ ୩୬ଟି କରୋନା ସଂକ୍ରମଣ ମାମଲା ସାମ୍ନାକୁ ଆସିଥିଲା । ଏହାପରେ ପଦକ୍ଷେପ ନେଇ ମାର୍କେଟକୁ ବନ୍ଦ କରିଦିଆଯାଇଥିଲା । ଟେଷ୍ଟ ସଂଖ୍ୟାକୁ ବୃଦ୍ଧି କରାଯାଇଥିଲା । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଅତିକମ୍‌ରେ ୧୫୦ଟି ନୂଆ କରୋନା ମାମଲା ସାମ୍ନାକୁ ଆସିଛି । ଏହାକୁ ଦୃଷ୍ଟିରେ ରଖି ବେଜିଂ ପ୍ରଶାସନ କିଛି ଅଞ୍ଚଳକୁ ଲେବୁଲ ୨ ପର୍ଯ୍ୟନ୍ତ ଆଲର୍ଟ ଘୋଷଣା କରିଦେଇଛନ୍ତି । କିଛି ଅଞ୍ଚଳକୁ ମଧ୍ୟ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଜି ଚୀନ୍‌ର ପକ୍ଷରୁ ଉଡାଣ ଭରିବାକୁ ଥିବା ୧୨୫୫ଟି ବିମାନ ଯାତ୍ରାକୁ ବାତିଲ କରିଦିଆଯାଇଛି ।

   Related Posts