ଟ୍ରେନ ଟଏଲେଟରୁ ମହିଳାଙ୍କ ମୁଣ୍ଡ ବିହୀନ ଶବ ମିଳିବା ଘଟଣା: ୮ମାସ ପରେ ଖୋଲିଲା ଗୁମର, ସ୍ତ୍ରୀ ହନ୍ତା ସ୍ବାମୀ ଗିରଫ

Published By : Prameya-News7 Bureau | January 24, 2019 IST

ପୁରୀ୨୪|୧: ପୁରୀରେ ଟ୍ରେନ୍ ଟଏଲେଟରୁ ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଏବଂ ଡ଼େଲାଙ୍ଗ ଷ୍ଟେସନ ନିକଟ ରେଳଧାରଣାରୁ ମୁଣ୍ଡ ମିଳିବା ଘଟଣାର ପର୍ଦ୍ଦାଫାସ । ମୃତା ମହିଳା ହେଲେ ଯାଜପୁର  ବିଞ୍ଚାରପୁର ଥାନା ଖଣ୍ଟିପାଲର ଗୀତଞ୍ଜଳି ମଲ୍ଲିକ । ହତ୍ୟାକରୀ ମହିଳାଙ୍କ ସ୍ବାମୀ କପିଳ ଓରଫ ବାମନ ମଲ୍ଲିକଙ୍କୁ ଜିଆରପି  ଗିରଫ କରିଛି ।

{"id":77578}

୮ ମାସ ପରେ  ମହିଳାଙ୍କ ମୃତ୍ୟୁ ଘଟଣାର ପର୍ଦ୍ଦାଫାସ  । ମାଷ୍ଟର ମାଇଣ୍ଡ ସ୍ବାମୀ ଗିରଫ । ୨୦୧୮, ଜୁନ୍‌ ୨୦ ।  ପୁରୀରେ ଖେଳିଗଲା ଚାଞ୍ଚଲ୍ୟ । ଟ୍ରେନ୍ ଟଏଲଟ୍‌ରୁ ମିଳିଥିଲା  ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ । ଆଉ ଡେଲାଙ୍ଗ ଷ୍ଟେସନ ନିକଟ ବେରବୋଇ ନିକଟରୁ ମିଳିଥିଲା କଟା ମୁଣ୍ଡ । ଘଟଣାର ୮ ମାସ ପରେ ହତ୍ୟାକାରୀ ସ୍ବାମୀ  କପିଳ ଓରଫ ବାମନ ଚରଣ ମଲ୍ଲିକଙ୍କୁ ଗିରଫ କରିଛି ପୋଲିସ ।

{"id":77579}

ଜୁନ୍ ୧୯ରେ ସ୍ବାମୀ କପିଳ , ସ୍ତ୍ରୀ ଗୀତାଞ୍ଜଳି ମଲ୍ଲିକକୁ ଚେନ୍ନାଇ ନେଇଯିବା ବାହାନାରେ ବସ ଯୋଗେ ପୁରୀ ଆଣିଥିଲେ । ବୁଲାବୁଲି କରିବାପରେ ରାତି ୧୧ ଟାରେ ପୁରୀ-ଖୋର୍ଦ୍ଧା ପାସେଞ୍ଜର ଟ୍ରେନରେ  ଚଢ଼ିଥିଲେ ଉଭୟ । ଗୀତାଞ୍ଜଳି ଟଏଲେଟ ଯାଇଥିବା ବେଳେ ବାମନ ନିଜ ପାଖରେ ରଖିଥିବା ଛୁରୀରେ ତାଙ୍କ ତଣ୍ଟିକୁ କାଟିବା ପରେ ମୁଣ୍ଡକୁ ରେଳ ଟ୍ରାକରେ ଫିଙ୍ଗିଦେଇଥିଲେ । ଏହାପରେ ଅଭିଯୁକ୍ତ ପୁଣେ ଚାଲିଯାଇଥିଲା।  

{"id":77580}

୮ ମାସ ଧରି ଚେନ୍ନାଇରେ ରହିବା ପରେ ସେ ଗତ ୧୯ ତାରିଖରେ ନିଜ ଗାଁ ମଙ୍ଗଳପୁରକୁ ଫେରିଥିଲା ବାମନ । ଗୀତାଞ୍ଜଳିଙ୍କ ପରିବାର ଲୋକେ ଝିଅ କଥା ପଚାରିବାରୁ ସଠିକ୍ ଉତ୍ତର ଦେଇନଥିଲା ସେ । ପରିବାର ଲୋକେ ମଙ୍ଗଳପୁର ଥାନାରେ ଗତ ୨୧ ତାରିଖରେ ଅଭିଯୋଗ କରିବା ପରେ ଘଟଣାର ସତ୍ୟାସତ୍ୟ ସମାନାକୁ ଆସିଥିଲା । ଜିଆରପି ରଖିଥିବା ଘଟଣା ଦିନ ଏବଂ ଶବ ବ୍ୟବଛେଦର ଫଟୋ ପାଇବା ପରେ ପରିବାର ଲୋକେ ଏହା ଗୀତାଞ୍ଜଳୀର ମୃତଦେହ ବୋଲି ଚିହ୍ନଟ କରିଥିଲେ । ଝଗଡ଼ା, ପ୍ରେମ ବ୍ୟାପାରକୁ କେନ୍ଦ୍ର କରି  ଯୋଜନାବଦ୍ଧ ଭାବେ ନିଜ ସ୍ତ୍ରୀକୁ ହତ୍ୟା କରିଥିବା ସ୍ବୀକାର କରିଛି ଅଭିଯୁକ୍ତ ।          

{"id":77581}

                    

୮ ମାସ ପରେ ପଦାକୁ ଆସିଛି ବୀଭତ୍ସ ହତ୍ୟା ଘଟଣାର ସତ । ଆଉ ପତ୍ନୀ ହନ୍ତା ସ୍ବାମୀ ଯାଇଛି ଜେଲ୍‌ର ଚାରିକାନ୍ଥ ଭିତରକୁ ।  

{"id":77582}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.